ଚନ୍ଦନେଶ୍ୱର,୧୭/୦୬: ପ୍ରତିକୂଳ ପାଗ ପାଇଁ ୧୭ରୁ ୧୯ତାରିଖ ୩ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟବିଭାଗ ପକ୍ଷରୁ ଏହି କଟକଣା ଜାରି କରାଯାଇଥିବା କଥା ଚନ୍ଦନେଶ୍ୱର ସହକାରୀ ମତ୍ସ୍ୟ ଅଧିକାରୀ(ସାମୁଦ୍ରିକ ସମ୍ପ୍ରସାରଣ) ଅନନ୍ତ କୁମାର ଜେନା ଏହି ସୂଚନା ଦେଇଛନ୍ତି ।
ବିବରଣୀରୁ ପ୍ରକାଶ, ୨ମାସର କଟକଣା ହଟିବାର ୨ଦିନ ନବିତୁଣୁ ପୁଣି ସମୁଦ୍ରରୁ ମାଛ ଧରାକୁ ନେଇ ବାରଣ । ଭାରତୀୟ ପାଣିପାଗ ବିଭାଗର ସୂଚନା ଏବଂ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ୍ରମେ ସମସ୍ତ ଡଙ୍ଗା ମାଲିକ, ମତ୍ସ୍ୟଜୀବୀ କମିଟିର କର୍ମକର୍ତ୍ତାଙ୍କୁ ଏହି ସୂଚନା ଦିଆଯାଇଛି। ଏହି ଅବସରରେ ସୋମବାର ଭୋଗରାଇର ପ୍ରମୁଖ ମତ୍ସ୍ୟ ଅବତରଣ କେନ୍ଦ୍ର ଉଦୟପୁର, ତାଳସାରୀ, ରଣସିଂହପୁର ଓ କୀର୍ତ୍ତନିଆରେ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଏହି ସତର୍କ ସୂଚନା ଦିଆଯାଇଛି ।