ପ୍ରମୂଖ ଖବର
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

କଟକ ଷ୍ଟେସନ୍‌ ନିକଟରେ ସିଏମ୍‌ସି ଏବଂ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ, ହୋଟେଲ୍ ସିଲ୍ କଲା ଟିମ୍

Published By : Prameya | June 17, 2025 12:52 PM

କଟକ ୧୭/୦୬: କଟକ ଜିଲ୍ଲାରେ ବଢ଼ୁଛି ଝାଡ଼ାବାନ୍ତି । ସାରା ଜିଲ୍ଲାରେ ଶହେରୁ ଅଧିକ ଆକ୍ରାନ୍ତ  ହେଲେଣି । ବୟାଳିଶମୌଜା, ବାଙ୍କୀ ପରେ ଟାଙ୍ଗୀ ଓ ନରସିଂହପୁର ବ୍ଲକ୍‌କୁ ଝାଡ଼ାବାନ୍ତି ବ୍ୟାପିଛି । କଟକ ସହରରେ ଝାଡ଼ାବାନ୍ତି ବ୍ୟାପିବା ଆଶଙ୍କାକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ଦ୍ଵାରା ଖାଦ୍ୟ ଚଢ଼ାଉ ଆରମ୍ଭ ହୋଇଛି। ବିଭିନ୍ନ ହୋଟେଲ୍‌ରେ ସିଏମ୍‌ସି ଏବଂ ଖାଦ୍ୟ ସୁରକ୍ଷା ବିଭାଗ ଟିମ୍‌ର ରେଡ୍ କରାଯାଇଛି। 

ଖାଦ୍ୟ ସୁରକ୍ଷା ବିଭାଗ ଦ୍ଵାରା ଆଜି କଟକ ରେଳ ଷ୍ଟେସନ ନିକଟରେ ଥିବା ବିଭିନ୍ନ ହୋଟେଲରେ ଚଢ଼ଉ କରାଯାଇଛି। ଏଥିରେ ପାଖାପାଖି ୨୦କେଜିରୁ ଅଧିକ ବାସି ଖାଦ୍ୟ ନଷ୍ଟ କରାଯାଇଛି। ଏଥି ସହିତ ଗୋଟିଏ ହୋଟେଲ୍ ବିନା ଲାଇସେନ୍ସରେ ଚାଲୁଥିବା ନେଇ ସିଲ୍ କରାଯାଇଛି। ପୂର୍ବରୁ ବକ୍ସି ବଜାର, ଦୋଳ ମୁଣ୍ଡାଇ, ରାଣୀହାଟ ଆଦି ସ୍ଥାନରେ ଯାଞ୍ଚ୍ କରାଯାଇଥିଲା। ସହରରେ ବିକ୍ରି ହେଉଥିବା ୧୦ରୁ ଅଧିକ ପାଣି ବୋତଲ ବ୍ରାଣ୍ଡର ନମୁନା ସଂଗ୍ରହ କରାଯାଇଛି। କଟକ ସହରରେ ଥିବା ଫାଷ୍ଟ ଫୁଡ୍ ଦୋକାନ ଉପରେ ନଜର ରଖାଯିବ ସହିତ ସବୁ ସ୍ଥାନରେ ମାଇକ ପ୍ରଚାର କରାଯାଇ ଲୋକଙ୍କୁ ଡାଇରିଆ ସମ୍ପର୍କରେ ସଚେତନ କରାଯାଉଛି। ଏନେଇ କଟକ ମହାନଗର ନିଗମ କମିଶନର ଅନାମ ଚରଣ ପାତ୍ର ସୂଚନା ଦେଉଛନ୍ତି। 

ଆଜିର ଏହି ଚଢାଉରେ ନଗର ସ୍ବାସ୍ଥ୍ୟ ଅଧିକାରୀ ଡ. ସତ୍ୟବ୍ରତ ମହାପାତ୍ରଙ୍କ ସମେତ ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.