କେନ୍ଦୁଝର ସଦର,୧୭/୬ : କେନ୍ଦୁଝର ଜିଲ୍ଲାର ପୁରୁଷ ଏବଂ ମହିଳା ସ୍ବାସ୍ଥ୍ୟକର୍ମୀମାନଙ୍କ ଏକ ଜରୁରୀକାଳୀନ ବୈଠକ କେନ୍ଦୁଝର ମ୍ୟୁନିସିପାଲଟି ପାର୍କଠାରେ ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦୁଝର ଜିଲ୍ଲାର ପୁରୁଷ ଏବଂ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ପଦନ୍ନତୀ (ପ୍ରମୋସନ)କୁ ଅହେତୁକ ବିଳମ୍ବ କରାଯାଉଥିବାରୁ ଉଦବେଗ ପ୍ରକାଶ ପାଇଛି। ସରକାରଙ୍କ ଦ୍ଵାରା ୩୧/୧/୨୦୨୫ ରିଖ ସୁଦ୍ଧା ପ୍ରମୋସନ ଦେବା ଲାଗି ଆଦେଶ ଥିବା ସତ୍ତ୍ବେ ଜାଣି ଶୁଣି କେନ୍ଦୁଝର ଜିଲ୍ଲାରେ ପଦନ୍ନତୀ(ପ୍ରମୋସନ) ଦିଆଯାଉନଥିବାରୁ ୫/୭ମହିଳା ସ୍ବାସ୍ଥ୍ୟକର୍ମୀ ଅବସର ଗ୍ରହଣ କରିସାରିଛନ୍ତି ଏବଂ ୩୦/୦୬/୨୦୨୫ରେ ଆଉ ୫/୭ଜଣ ମହିଳା ସ୍ବାସ୍ଥ୍ୟକର୍ମୀ ଅବସର ଗ୍ରହଣ କରିବେ ।
୨୦/୨୫ ଜିଲ୍ଲାରେ ପ୍ରମୋସନ ଦିଆ ସରିଥିବାବେଳେ କେନ୍ଦୁଝର ଜିଲ୍ଲାରେ ଜାଣି ଶୁଣି ଅହେତୁକ ବିଳମ୍ବ କରାଯାଉଥିବାରୁ ଏହାର ସମାଧାନ ଲାଗି ଜିଲ୍ଲାପାଳ ମହୋଦୟ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଗୁହାରୀ ଜଣାଇବା ସହ ସ୍ବାସ୍ଥ୍ୟ କର୍ମୀମାନେ ଦରଖାସ୍ତ ଦେଇଛନ୍ତି । ଯଦି ଆଗାମୀ ୭ଦିନ ମଧ୍ୟରେ ଏହାର ସମାଧାନ ନ ହୁଏ ତେବେ ସମୂହ ଧାରଣାରେ ବସିବେ ବୋଲି ସଂଘର ସଭାପତି ସୋମନାଥ ସାହୁ, ସମ୍ପାଦିକା କୁନ୍ତଳା ମହାନ୍ତ, ସାଧାରଣ ସମ୍ପାଦକ ରାଜେନ୍ଦ୍ର ନାରାୟଣ ଦାସ, ଉପ ସଭାପତି ସରସ୍ଵତୀ ସାହୁ, ମିଡ଼ିଆ ସଂଯୋଜକ ଲକ୍ଷ୍ମଣ କୁମାର ମହାନ୍ତ ପ୍ରମୁଖ ଚେତାବନୀ ଦେଇଛନ୍ତି ।