ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ମାଲକାନଗିରି ଜିଲ୍ଲା ହସ୍ପିଟାଲର ଡାକ୍ତରଙ୍କୁ ଆକ୍ରମଣ ଘଟଣା ; ଡାକ୍ତର ଓ ସମସ୍ତ କର୍ମଚାରୀ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

Published By : Gurupada Nath | June 17, 2025 9:05 PM

ମାଲକାନଗିରି, ୧୭/୬ : ମାଲକାନଗିରି ଜିଲ୍ଲା ହସ୍ପିଟାଲର ଡାକ୍ତରଙ୍କୁ ଆକ୍ରମଣ ଓ ଭଙ୍ଗାରୁଜା କରିବା ଘଟଣାରେ ହସ୍ପିଟାଲର ଡାକ୍ତର ଓ ସମସ୍ତ କର୍ମଚାରୀ ନ୍ୟାୟ ପାଇଁ ମଙ୍ଗଳବାର ମାଲକାନଗିରି ଆଦର୍ଶ ଥାନାର ଦ୍ୱାରସ୍ଥ ହୋଇଛନ୍ତି।  ପ୍ରକାଶ ଯେ, ଗତ ଦୁଇ ଦିନ ତଳେ ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶିଶୁର ମୃତ୍ୟୁକୁ ନେଇ  ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ବ୍ୟକ୍ତି ଉତ୍ୟକ୍ତ ହୋଇ ସର୍ଜରି ବିଶେଷଜ୍ଞ ଡାକ୍ତର ସପନ କୁମାର ଦିଣ୍ଡାଙ୍କୁ ଆକ୍ରମଣ କରିବା ସହ ହସ୍ପିଟାଲର ଆସବାବ ପତ୍ର ଭଙ୍ଗାରୁଜା କରିଥିଲେ।  

ଆଜି ମଧ୍ୟ କିଛି ଯୁବକ ହସ୍ପିଟାଲକୁ ଯାଇ ପୁଣି ଥରେ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଭିଯୁକ୍ତ ମେଡ଼ିକାଲ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କୁ ମାଡ଼ ମାରିଥିଲେ ସମସ୍ତଙ୍କୁ ଗିରଫ କରିବା ଓ ହସ୍ପିଟାଲ ଡାକ୍ତର, କର୍ମଚାରୀଙ୍କୁ ସୁରକ୍ଷା ଦେବା ଦାବି ନେଇ ମାଲକାନଗିରି ଆଦର୍ଶ ଥାନାକୁ ଆଜି ଡାକ୍ତର ଓ ସମସ୍ତ କର୍ମଚାରୀ ଓ ଡାକ୍ତର ସଂଘ ଆସି ଏକ ମାମଲା ରୁଜ୍ଜୁ କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ ନ କରାଗଲେ ଅଗାମୀ ଦିନରେ ଜିଲ୍ଲାରେ ମେଡ଼ିକାଲ ସେବା ବନ୍ଦ କରିବାକୁ ଧମକ ଦେଇଛନ୍ତି ଡାକ୍ତର ସଂଘ । ଗତ ୧୫ତାରିଖରେ ଜଣେ କୁନି ଝିଅର ମୁଣ୍ଡରେ ଆଘାତ ଲାଗିବା ଫଳରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା। 

ତେବେ ମେଡିକାଲରେ ଡାକ୍ତର ସେବାରେ ବିଳମ୍ବ ହୋଇଥିବାରୁ କୁନି ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ କରି କିଛି ବ୍ୟକ୍ତି ଉତ୍ୟକ୍ତ ହୋଇ ମେଡିକାଲ ପରିସର ମଧ୍ୟରେ ଭଙ୍ଗାରୁଜା କରିବା ସହ ଡ଼ଃ.ତପନ କୁମାର ଦିଣ୍ଡାଙ୍କୁ କିଛି ଲୋକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ଡାକ୍ତର ସଂଘ । ଆଜିଠାରୁ ଜିଲ୍ଲାରେ ସମସ୍ତ ପ୍ରାଇଭେଟ କ୍ଲିନିକରେ ଡାକ୍ତରୀ ସେବା ମଧ୍ୟ ବନ୍ଦ କରାଯାଇଛି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମେଡ଼ିକାଲରେ ଡାକ୍ତରଙ୍କୁ ସୁରକ୍ଷା ଦେବା ପ୍ରତିବାଦରେ ଆଜି ମାଲକାନଗିରି ଆଦର୍ଶ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏଥିରେ ସମସ୍ତ ମେଡ଼ିକାଲ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ ଏବଂ ଜିଲ୍ଲାର ସମସ୍ତ ଡାକ୍ତର ସାମିଲ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.