କଟକ, ୧୭। ୬: ରାଜ୍ୟରେ ପରିବାର ନିୟନ୍ତ୍ରଣ ଯୋଜନାର ବାସ୍ତବ ଚିତ୍ର ଅନୁଧ୍ୟାନ। ୟୁନିସେଫ୍ ଅଧିକାରୀ ଏବଂ ସ୍ବାସ୍ଥ୍ୟ ଅଧିକାରୀ ବିଭିନ୍ନ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏହି କ୍ରମରେ ୟୁନିସେଫ ଏକ ଟିମ୍ କଟକ ଜିଲ୍ଲାର ପରିଦର୍ଶନ କରିଛନ୍ତି।
ମଙ୍ଗଳବାର କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ସିଟି ହସ୍ପିଟାଲରେ ପହଁଞ୍ଚି ପରିବାର ନିୟନ୍ତ୍ରଣ ଯୋଜନାରେ ଦିଆଯାଉଥିବା ଗର୍ଭ ନିରୋଧକ ଇଞ୍ଜେକ୍ସନ ଚିକିତ୍ସାକୁ ଦେଖିଥିଲେ। ଏହି ଇନ୍ ପ୍ଲାଣ୍ଟ ସୁବିଧାରେ ଜିଲ୍ଲାର କେତେ ମହିଳା ଅନ୍ତର୍ଭୁକ୍ତ ରହିଛନ୍ତି ତାର ଏକ ତାଲିକା ଜିଲ୍ଲା ମେଡିକାଲ ପ୍ରଶାସନ ଠାରୁ ସଂଗ୍ରହ କରିଥିଲେ। ଚର୍ମ ତଳେ ଦିଆଯାଉଥିବା ଏହି ଗର୍ଭ ନିରୋଧକ ଇଞ୍ଜେକ୍ସନ କ୍ଷମତା ୩ବର୍ଷ ଧରି ରହିଥାଏ। କଟକ ଜିଲ୍ଲାରେ ଏହି ଗର୍ଭ ନିରୋଧକ ଇଞ୍ଜେକ୍ସନ ଆଦ୍ୟାବଧି ୧୫୦୦ମହିଳା ନେଇଥିବାର ସୂଚନା ମିଳିଛି। ୟୁନିସେଫ ଅଧିକାରୀଙ୍କ ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଶାନ୍ତ ହୋତ୍ତା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।