ପ୍ରମୂଖ ଖବର
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଥାନାରେ ଶୋଇଥିଲେ ପୁଲିସ ବାବୁ, ନାଇଟ୍ ପାଟ୍ରୋଲିଂ କରି ଧରିଲେ ବିଧାୟକ

Published By : Rasmita Pradhan | June 17, 2025 1:26 PM

ରାଉରକେଲା, ୧୭/୬ : ଥାନାରେ ଶୋଇଥିଲେ ଥାନା ବାବୁ। ନାଇଟ୍ ପାଟ୍ରୋଲିଂ କରି ଧରିଲେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ। ମଙ୍ଗଳବାର ରାତିରେ ରଘୁନାଥପାଲି ବିଧାୟକ ସହରରେ ସୁରକ୍ଷା ବ୍ୟବସ୍ଥାର ବାସ୍ତବ ସ୍ଥିତି ପରଖିଛନ୍ତି। ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ରାତିରେ ପୁଲିସ ଥାନାରେ ବିଶ୍ରାମ କରୁଛି। ଏହି ଘଟଣାକୁ ନେଇ ବିଧାୟକ ବିରକ୍ତି ପ୍ରକାଶ କରିଛନ୍ତି।

ରଘୁନାଥପାଲି ବିଧାୟକ ଦୂର୍ଗା ଚରଣ ତନ୍ତୀ ରିଙ୍ଗ୍ ରୋଡର ସେକ୍ଟର-୫ ଗୁଣ୍ଡିଚା ମନ୍ଦିର ଛକରୁ ବାହାରି ସେକ୍ଟର - ୭/୧୭ ଛକ, ସେକ୍ଟର - ୮ ଛକ, ବିମାନ ବନ୍ଦର ଛକ, ଛେଣ୍ଡ ଛକ, ହନୁମାନ ବାଟିକା ଛକ ପର୍ଯ୍ୟନ୍ତ ବୁଲିଥିଲେ। କେଲେ କୌଣସି ସ୍ଥାନରେ ପୁଲିସର ପାଟ୍ରୋଲିଂ ଗାଡି କିମ୍ଵା କୌଣସି ପୁଲିସ କର୍ମଚାରୀ ନଥିଲେ। କେବଳ ପାନପୋଷ ଛକରେ ୩ ଜଣ ପୁଲିସ କର୍ମଚାରୀ ଡ୍ୟୁଟିରେ ଥିଲେ। ଲାଠି ଧରି ଠିଆ ହୋଇଥିଲେ। ଏପରିକି ଥାନଗୁଡ଼ିକର ମୁଖ୍ୟ ଗେଟ ବନ୍ଦ ଥିବାବେଳେ ଭିତରେ ପୁଲିସ ବାବୁମାନେ ବିଶ୍ରାମ କରୁଥିବା ଦେଖିଥିଲେ। 

ସହରରେ ଗୋଟିଏ ପରେ ଗୋଟିଏ ଅପରାଧ ବଢ଼ି ଚାଲିଥିବା ବେଳେ ଲୋକେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ପୁଲିସ ରାତିରେ ଥାନାରେ ବିଶ୍ରାମ କରୁଛି। ଏହି ଘଟଣାକୁ ନେଇ ବିଧାୟକ ବିରକ୍ତି ପ୍ରକାଶ କରିବା ସହ ପୁଲିସ ଡିଜିଙ୍କୁ ଅବଗତ କରିବେ ବୋଲି କହିଛନ୍ତି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.