ପ୍ରମୂଖ ଖବର
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ରାଜକୀୟ ପରମ୍ପରାରେ ଥାଟରାଜାଙ୍କ ଶେଷକୃତ୍ୟ, ମୁଖାଗ୍ନି ଦେଲେ ପୁଅ ଦେବରାଜ ଦେବ

Published By : Prameya | June 17, 2025 8:45 AM

ପୁରୀ, ୧୭/୦୬:  ପରଲୋକରେ ଶ୍ରୀକ୍ଷେତ୍ରର ଥାଟ ରାଜା ତଥା ମହାପ୍ରଭୁଙ୍କ ଆଦ୍ୟ  ସେବକ ଗଜପତି ଦିବ୍ୟସିଂହ ଦେବଙ୍କ  ସାନ ଭାଇ ରଣାର୍ଣ୍ଣବ ଦେବ । ୬୭  ବର୍ଷ ବୟସରେ ତାଙ୍କର ମୃତ୍ୟୁ  ହୋଇଛି । ଏହି ଘଟଣା ଶ୍ରୀନଅରରେ ଶୋକର ଛାୟା ଖେଳାଇ ଦେଇଛି ।  ଲିଭର ସିରୋସିସ୍‌ରେ ଆକ୍ରାନ୍ତ ଥିବା  ବେଳେ ହଠାତ୍‌ ହୃଦଘାତ୍‌ରେ ତାଙ୍କର  ପରଲୋକ ହୋଇଛି । ଶ୍ରୀନଅର ପକ୍ଷରୁ ରାଜକୀୟ ପରମ୍ପରା ଅନୁଯାୟୀ ତାଙ୍କର ଗୁପ୍ତ ଦାହ ସଂସ୍କାର ହୋଇଛି । 

ପରମ୍ପରା ଅନୁଯାୟୀ ରାଜାଙ୍କ ଶରୀର ସମ୍ପୂର୍ଣ୍ଣ ଭାବରେ ଢଙ୍କା ଯାଇଥିଲା । ଶରୀରର କୌଣସି ଅଙ୍ଗ ବାହାରକୁ ଦେଖାଯାଇନଥିଲା । ଶରୀର ଉପରେ ଚନ୍ଦନ କାଠ ଦେଇ ଆଚ୍ଛାଦିତ କରାଯାଇଥିଲା । ସ୍ୱର୍ଗଦ୍ୱାରଠାରେ ତାଙ୍କର ଦାହ ସଂସ୍କାର ହୋଇଥିଲା । ଏହି ସମୟରେ ରାଜ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ । ପୁଅ ଦେବରାଜ ଦେବ ମୁଖାଗ୍ନି ଦେଇଥିଲେ । ଦେଉଳ କରଣ, ତଢ଼ଉ  କରଣମାନେ ରାଜା ଘର ଏହି ଶୁଦ୍ଧିକ୍ରିୟା କରାଇଥିଲେ । 

ତେବେ ଏହି ଘଟଣା ମହାପ୍ରଭୁଙ୍କ ନୀତିକାନ୍ତି  ତଥା ରଥଯାତ୍ରାରେ କୌଣସି ବ୍ୟାଘାତ କରିବ ନାହିଁ । ମହାପ୍ରଭୁଙ୍କ ଆଦ୍ୟ ସେବକ ଓ ଶ୍ରୀନଅର ପରମ୍ପରା ଅନୁସାରେ ରାଜା ଘରେ ଅନ୍ୟ ପରିବାର ସଦସ୍ୟଙ୍କ ମୃତ୍ୟୁ ହେଲେ ବି ଗଜପତି ଅଶୌଚ ହୁଅନ୍ତି ନାହିଁ । ତାଙ୍କ ପିତୃ ବିୟୋଗ ପରେ ମଧ୍ୟ ସେ ଅଶୌଚ ହୋଇନଥିଲେ । ସେ ବାଳକ ଅବସ୍ଥାରେ ଥିଲା ବେଳେ ତାଙ୍କୁ ତତକ୍ଷଣାତ୍‌  ରାଜା ଅଭିଷିକ୍ତ କରାଯାଇଥିଲା । ରାଜ୍ୟର ଅତିଥି ଭାବରେ ପିତାଙ୍କ ସତ୍କାର କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଯେତେବେଳେ କି ମହାପ୍ରଭୁଙ୍କ କୌଣସି କାର୍ଯ୍ୟରେ ଗଜପତି ଅନୁପସ୍ଥିତ ରହିଲେ ମୁଦିରସ୍ତ କାମ ଚଳାନ୍ତି । ଗଜପତି ବୀରକିଶୋର ଦେବଙ୍କ ଦୁଇ ପୁଅ ଓ ଗୋଟିଏ  ଝିଅ ଥିଲେ । ଯାହାଙ୍କ ଭିତରେ ଗଜପତି ଦିବ୍ୟସିଂହ ଦେବ ବଡ଼  ଓ ଥାଟ ରାଜ ସାନ । ଥାଟ ରାଜା ବେଶ ଶାନ୍ତ ଓ ସରଳ ଥିଲେ ।  ତାଙ୍କ ନିଧନରେ ପରିବାର ଲୋକେ ଶୋକ ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.