ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲା; ଗିରଫ ୧୦ ଅଭିଯୁକ୍ତଙ୍କ ମଧ୍ୟରେ ୪ ନାବାଳକ

Published By : Prameya | June 17, 2025 3:23 PM

ଗୋପାଳପୁର,୧୭/୦୬: ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା। ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ । ସୋମବାର ସନ୍ଧ୍ୟାରେ ୭ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୁଲିସ୍ । ଅନ୍ୟ ୩ଜଣ ରାଜ୍ୟ ବାହାରକୁ ଫେରାର୍ ହେବା ପାଇଁ ଉଦ୍ୟମ କରୁଥିବା ବେଳେ ଗୋପାଳପୁର ପୁଲିସ୍ ଗିରଫ କରିଛି । ଅଭିଯୁକ୍ତଙ୍କ ଡାକ୍ତରୀମାଇନା ସରିଥିବା ବେଳେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ । 

ରବିବାର ସନ୍ଧ୍ୟାରେ ଘଟିିଲା ଏହି ଅଘଟଣ ।  ପୁରୁଷବନ୍ଧୁଙ୍କ ସହ ବୁଲିବାକୁ ଆସିଥିଲେ ଯୁବତୀ ।  ସେଠାରେ ୧୦ ଜଣ ଯୁବକ ଉଭୟଙ୍କୁ ଘେରି ଯାଇଥିଲେ । ପୁରୁଷବନ୍ଧୁଙ୍କୁ ମାଡ଼ ମାରି ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ଏନେଇ ଗୋପାଳପୁର  ଥାନାରେ ଯୁବତୀ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଏତଲା ପରେ ପୁଲିସ ତୁରନ୍ତ  ଅନୁସନ୍ଧାନ ଆରମ୍ଭ କରିଥିଲା । ଗତକାଲି ୭ ଜଣଙ୍କ ଏବଂ ଆଜି ଫେରାର୍ ହେବାକୁ ଉଦ୍ୟମ କରୁଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଗୋପାଳପୁର ପୁଲିସ୍ । ଅଭିଯୁକ୍ତମାନେ ହେଲେ ପ୍ରମୋଦ ନାୟକ (୨୩ ବର୍ଷ), ବୋଉରାମ୍ ଦଳେଇ (୧୯ ବର୍ଷ), ଲକ୍ଷ୍ମଣ ପ୍ରଧାନ (୨୪ ବର୍ଷ), ଓମ ପ୍ରଧାନ(୧୯ ବର୍ଷ), ଦୀପକ ତରାଇ (୧୯ ବର୍ଷ) ଏବଂ କୁନାଲ ପ୍ରଧାନ (୨୪ ବର୍ଷ) । ଅନ୍ୟ ୪ ଜଣ ନାବାଳକ ରହିଛନ୍ତି ।   

ପୁଲିସ ସୂଚନା ଅନୁସାରେ, ଯୁବତୀ  ଜଣଙ୍କ ବାହାର ଜିଲ୍ଲାର । ସେ ବ୍ରହ୍ମପୁରର ଏକ କଲେଜରେ ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ ।  ସେ ଓ ତାଙ୍କ ପୁରୁଷ ବନ୍ଧୁ ରଜ ସଂକ୍ରାନ୍ତିରେ  ଗୋପାଳପୁର ବେଳାଭୂମି ବୁଲିବାକୁ ଆସିଥିଲେ ।  ରାତି ୮ଟା ବେଳକୁ ସେମାନେ ଗପସପ  କରି ପାନ୍ଥନିବାସ ପଛପାଖ ବେଳାଭୂମିରେ ପହଞ୍ଚିଥିଲେ । ସେମାନଙ୍କୁ ପିଛା କରିଥିଲେ ପ୍ରମୋଦ ନାୟକ ଏବଂ ତାଙ୍କର ୯ ଜଣ ସାଥି । ପୁରୁଷ ବନ୍ଧୁ ଏବଂ ଯୁବତୀଙ୍କ ଭିଡିଓ ଉତ୍ତୋଳନ କରି ଘର ଲୋକଙ୍କୁ ପଠାଇବେ କହି ବ୍ଲାକ୍‌ମେଲିଂ କରି ଟଙ୍କା ମାଗିଥିଲେ ଏବଂ ଫୋନ୍‌ ପେ’  ଜରିଆରେ କିଛି ଟଙ୍କା ବି ନେଇଥିଲେ । ଏହାକୁ  ନେଇ ଯୁବକମାନଙ୍କ ସହ ପାଟିତୁଣ୍ଡ ହୋଇଥିଲା ।  ସେମାନେ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରିଥିଲେ ।  ପରେ କିଛି ଯୁବକ ପୁରୁଷ ବନ୍ଧୁଙ୍କୁ କାବୁ କରି ନେଇଥିଲେ । ୩ଜଣ ଯୁବକ ଯୁବତୀଙ୍କୁ ଅନ୍ଧାର ସ୍ଥାନକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ । ପରେ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ । 

ରାତି ୧୦ଟାରେ ପୀଡ଼ିତା ଓ ତାଙ୍କ ପୁରୁଷବନ୍ଧୁ  ଗୋପାଳପୁର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ । ପୁଲିସ୍ ଏକ ମାମଲା ରୁଜୁ କରି ପୁରୁଷବନ୍ଧୁଙ୍କୁ ସାଙ୍ଗରେ ନେଇ ଅଭିଯୁକ୍ତଙ୍କୁ ଖୋଜାଖୋଜି କରିଥିଲା । ଗୋପାଳପୁର ଜଙ୍କସନ୍‌ ଓଭରବ୍ରିଜ୍‌  ତଳେ ଦୁଇଟି ବାଇକ୍‌ରେ ଥିବା ୪ ଯୁବକଙ୍କୁ ପୁରୁଷବନ୍ଧୁ ଚିହ୍ନଟ କରିଥିଲେ । ପୁଲିସ ଗାଡ଼ି ଦେଖି ଦୁଇ ଜଣ ଚମ୍ପଟ୍ ମାରିଥିଲେ । ଆଉ ଦୁଇ ଜଣଙ୍କୁ ପୁଲିସ ମାଡ଼ି ବସିଥିଲା । ଉକ୍ତ ଦୁଇ ଯୁବକଙ୍କୁ ଥାନାକୁ ଆଣି ଜେରା କରିବା ପରେ ଅନ୍ୟ ୫ ଜଣ ହିଞ୍ଜିଳିକାଟୁ ଅଞ୍ଚଳର ବୋଲି କହିଥିଲେ । ପୁଲିସ ହିଞ୍ଜିଳିକାଟୁ ଯାଇ ସମ୍ପୃକ୍ତ ୫ଜଣ ଯୁବକଙ୍କୁ ଥାନାକୁ ଉଠାଇ ଆଣିଛି ।  ପୀଡ଼ିତା ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି । ୩ଜଣ ଦୁଷ୍କର୍ମ କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି । ଏହି ଘଟଣାରେ ରାଜ୍ୟ ବାହାରକୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ୩ ଅଭିଯୁକ୍ତଙ୍କୁ ବାନ୍ଧିଛି  ଗୋପାଳପୁର ପୁଲିସ। ଗଣଦୁଷ୍କର୍ମ ମାମଲା ସଂପୃକ୍ତ ଥିବା ସମସ୍ତ ୧୦ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଡାକ୍ତରୀମାଇନା ସରିଥିବା ବେଳେ ଉଭୟ ପୀଡିତା ଯୁବତୀ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ବୟାନ ରେକର୍ଡ କରାଯାଇଛି । ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.