ପ୍ରମୂଖ ଖବର
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଗଛରେ ପିଟିହେଲା ବାଇକ୍, ୨ ମୃତ ଜଣେ ଗୁରୁତର

Published By : Rasmita Pradhan | June 17, 2025 9:30 AM

କୋକସରା/କଲମପୁର,୧୭/୦୬ : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍। ୨ ଯୁବକ ମୃତ, ଜଣେ ନାବାଳକ ଗୁରୁତର। ସୋମବାର ବିଳମ୍ଵିତ ରାତିରେ କଳାହାଣ୍ଡି ଜିଲ୍ଲା କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର ଦେପୁର ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ଭୋର୍ ୫ଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ସୂଚନାନୁଯାୟୀ, ପରୁଆଗୁଡା ଗ୍ରାମର ରୋହିତ ପଟେଲ, ଜୁନାଗଡ ଥାନା ମୁଣ୍ଡୁରାଗୁଡା ମହୁଲପଡାର ଅଜୟ ମାଝୀ ଏବଂ ଲକ୍ଷ୍ମୀକାନ୍ତ ମାଝୀ (୧୪ ବର୍ଷ) ଏକ ବାଇକ୍ ଯୋଗେ ସୋମବାର ବିଳମ୍ଵିତ ରାତିରେ କଲମପୁର ଜୁନାଗଡ ମୁଖ୍ୟ ରାସ୍ତା ଦେଇ ମୁଣ୍ଡୁରାଗୁଡା ଗ୍ରାମକୁ ଯାଉଥିଲେ। ଦେପୁର ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ରୋହିତ ଏବଂ ଅଜୟର ମୃତ୍ୟୁ ଘଟିଥିବା ବେଳେ ଲକ୍ଷ୍ମୀକାନ୍ତ ଗୁରୁତର ହୋଇଥିଲେ। ତାଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତ ଦୁଇ ଜଣକ ଶବ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.