ପ୍ରମୂଖ ଖବର
  • ଖୁବ୍‌ଶୀଘ୍ର ସରିବ ନିର୍ବାଚନ ପ୍ରକ୍ରିୟା, ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପିକୁ ମିଳିବ ନୂଆ ରାଜ୍ୟ ସଭାପତି
  • ||
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ମହାକୁମ୍ଭରେ ଛତନାଗ ନିକଟରେ ଲାଗିଲା ନିଆଁ , ଅନେକ ଟେଣ୍ଟ ହାଉସ୍‌ ଜଳିଗଲା

Published By : Prameya | January 30, 2025 4:42 PM

ନୂଆଦିଲ୍ଲୀ : ମହାକୁମ୍ଭରେ ପୁଣି ଥରେ ଗୁରୁବାର ଦ୍ୱିପ୍ରହରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଏକ ଡର୍ଜନରୁ ଅଧିକ ଟେଣ୍ଟ ଜଳି ଯାଇଛି। ଏହିଥର ଛତନାଗ ଘାଟ ନାଗେଶ୍ୱର ଘାଟ ସିକ୍ଟର ୨୨ର ନିକଟରେ ଟେଣ୍ଟ ସିଟିରେ ନିଆଁ ଲାଗିଛି। ଏବେ କାହାର ହତାହତ ହେବାର ଖବର ଆସି ନାହିଁ। ଅଗ୍ନିଶମ ବିଭାଗର ଗାଡ଼ି ନିଆଁ ଲିଭାଇବାରେ ଲାଗିଛି। ଅନେକ ଅଧିକାରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଏବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

ମହାକୁମ୍ଭରେ ଅଗ୍ନିକାଣ୍ଡ : ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ହେଲେ କଥାବାର୍ତ୍ତା

ଚିଫ୍‌ ଫାୟାର ଅଫିସର ପ୍ରମୋଦ କୁମାର ଶର୍ମା କହିଛନ୍ତି କି, ସେକ୍ଟର ୨୨ରେ ନିଆଁ ଲାଗିବାର ସୂଚନା ମିଳି ଥିଲା। ଘଟଣା ସ୍ଥଳକୁ ଆସି ଦେଖା ଯାଇଛି କି , ପାଖାପାଖି ୧୫ଟି ଟେଣ୍ଟରେ ନିଆଁ ଲାଗି ଥିଲା। ଘଟଣା ସ୍ଥଳରେ ଅନେକ ଦମକଳ ଗାଡ଼ି ପହଞ୍ଚିଛି ଏବଂ ନିଆଁକୁ ଆୟତ୍ତ କରାଯାଇଛି। କେଉଁ କାରଣରୁ ନିଆଁ ଲାଗିଛି ଏହି ଏବେସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। କୁହାଯାଉଛି କି , ସର୍ଟ ସର୍କିଟ୍‌ରୁ ଏହି ନିଆଁ ଲାଗିଛି। ସେ ଏହା ମଧ୍ୟ କହିଛନ୍ତି କି, ଏଠାରେ ଆକ୍ସେସ୍‌ ରୋଡ୍‌ ନଥିଲା। ଏଥିପାଇଁ ଏଠାକୁ ଆସିବାରେ କିଛି ସମସ୍ୟା ହୋଇଛି। କିଛି ଜୀବନହାନି ହୋଇନାହିଁ । କେହି ବି ଜଳି ଯାଇ ନାହାନ୍ତି। ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଉଛି। କୁହାଯାଉଛି କି ଏଠାରେ ଅସ୍ଥାୟୀ ଟେଣ୍ଟ ଲାଗିଥିଲା। ଚମନଗଞ୍ଜ ଚୌକ ଅନ୍ତର୍ଗତ ଏହି କ୍ଷେତ୍ର ଆସିଥାଏ। 

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ୧୯ ଜାନୁଆରୀରେ ଗୋରଖପୁରର ଗୀତା ପ୍ରେସ୍‌ର ଶିବିରରେ ନିଆଁ ଲାଗି ଥିଲା। ସେତେବେଳେ ଦେଢଶହରୁ ଅଧିକ କଟେଜ୍‌ ଜଳି ପାଉଁଶ ହୋଇ ଯାଇ ଥିଲା। ଗୀତାପ୍ରେସ୍‌ର ଶିବିର ଶାସ୍ତ୍ରୀ ବ୍ରିଜ୍‌ ନିକଟ ସେକ୍ଟର-୧୯ରେ ନିଆଁ ଲାଗି ଥିଲା। ସେତେବେଳେ ପ୍ରଶାସନ ଛୋଟ ସିଲିଣ୍ଡରରେ ଲିକ୍‌କୁ ଅଗ୍ନିକାଣ୍ଡର କାରଣ କହିଥିଲେ। ହେଲେ ଗୀତା ପ୍ରେସ୍‌ର ଲୋକେ ବାହାରୁ ନିଆଁ ଲାଗିଥିବା କାରଣ କହିଥିଲେ। 

ଏହା ପୂର୍ବରୁ ବୁଧବାର ମଧ୍ୟ ମହାକୁମ୍ଭରେ ବଡ଼ ଦୁର୍ଘଟଣା ଘଟି ଥିଲା। ମୌନି ଅମାବାସ୍ୟା ଅବସରରେ ଏଠାରେ ଦଳାଚକଟାରେ ୩ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ପାଖାପାଖି ୬୦ ଜଣ ଲୋକ ଆହତ ଅଛନ୍ତି। ୩୬ଜଣଙ୍କର ଚିକିତ୍ସା ମେଡିକାଲ କଲେଜ୍‌ରେ ହିଁ ଚାଲୁଛି।ପ୍ରଶାସନ ଅନୁସାରେ ଭିଡ଼ ବଢିବା କାରଣରୁ ଦୁର୍ଘଟଣା ହୋଇଥିଲା। ଭିଡ଼ ବ୍ୟାରିକେଡିଂ ଭାଙ୍ଗି ଦେଇଥିଲା ଏବଂ ସଙ୍ଗମ କୂଳରେ ଶୋଇଥିବା ଲୋକଙ୍କ ଉପରେ ଭିଡ଼ ଚଢି ଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.