ନୂଆଦିଲ୍ଲୀ : ମହାକୁମ୍ଭ ମେଳା ଅଞ୍ଚଳରେ ଲାଗିଥିବା ନିଆଁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। କୁହାଯାଉଛି ଯେ, ସିଏମ୍ ଯୋଗୀ ଅଗ୍ନିକାଣ୍ଡରେ ଉଦ୍ଧାର କାର୍ଯ୍ୟ ପାଇଁ ହୋଇ ଥିବା ତତ୍ପରତା ଓ ପ୍ରସ୍ତୁତି କାରଣରୁ କୌଣସି ହତାହତ ହୋଇନଥିବା ସୂଚନା ,ପିଏମ୍ ମୋଦିଙ୍କୁ ଦେଇଛନ୍ତି। ସିଏ ଯୋଗୀ ରବିବାର ପ୍ରୟାଗରାଜରେ ହିଁ ଥିଲେ। ନିଆଁ ଲାଗିବାର ସୂଚନା ପାଇବା କ୍ଷଣି ଅଧିକାରୀଙ୍କୁ ତତ୍କାଳ ଘଟଣା ସ୍ଥଳରେ ପହଞ୍ଚିବା ଓ ଉଦ୍ଧାର କାର୍ଯ୍ୟରେ ଲାଗିବାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ହିଁ ନିଜେ ବି ସିଏମ୍ ଯୋଗୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।
ଉଲ୍ଲେଖନୀୟ ଯେ , ମହାକୁମ୍ଭକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି। ସିଏମ୍ ଯୋଗୀ ରବିବାର ସକାଳେ ହିଁ ଏହି ବିଷୟରେ ମିଡ଼ିଆକୁ ସୂଚନା ଦେଇ ଥିଲେ। ମୁଖ୍ୟମନ୍ତ୍ରୀ ମହାକୁମ୍ଭର ଆଗାମୀ ସ୍ନାନ ପର୍ବ ମୌନୀ ଅମାବାସ୍ୟା ଓ ବସନ୍ତ ପଞ୍ଚମୀର ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି ଏବଂ କହିଛନ୍ତି କି, ମହାକୁମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତାବିତ ଅଛି। ଏହାର ସୂଚନା ଶୀଘ୍ର ଦିଆଯିବ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମୟରେ ମହାକୁମ୍ଭର ଆୟୋଜନ ସହ ଯୋଡ଼ି ହୋଇଛନ୍ତି।
ମହାକୁମ୍ଭରେ ରବିବାର ଅପରାହ୍ନ ୪ଟାରେ ସେକ୍ଟର-୧୯ରେ ସିଲିଣ୍ଡର ଫାଟିବାରୁ ଗୀତା ପ୍ରେସ୍ର ଶିବିରରେ ନିଆଁ ଲାଗିଥିଲା। ପୂର୍ବରୁ ପ୍ରସ୍ତୁତି ଓ ତତ୍ପରତା କାରଣରୁ ନିଆଁ ଉପରେ କିଛି ସମୟରେ କାବୁ କରାଯାଇ ପାରିଛି। ମହାକୁମ୍ଭ ନଗରର ଅଖାଡା ପୁଲିସଥାନାର ପ୍ରଭାରୀ ଭାସ୍କର ମିଶ୍ର କହିଛନ୍ତି କି , ମହାକୁମ୍ଭ ମେଳାର ସେକ୍ଟର ୧୯ରେ ଦୁଇଟି ଏଲପିଜି ସିଲିଣ୍ଡର ଫାଟିବାରୁ ନିଆଁ ଲାଗିଛି। କୁମ୍ଭ ମେଳାର ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରମୋଦ ଶର୍ମା କହିଛନ୍ତି କି ନିଆଁ ୧୮ଟି ତମ୍ୱରେ ଲାଗିଛି। ୧୫ଟି ଦମକଳ ଗାଡ଼ି ନିଆଁକୁ କାବୁ କରି କରିଛନ୍ତି।