ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କୁ ଆସିଲା ଧମକପୂର୍ଣ୍ଣ କଲ୍‌, ତଦନ୍ତ କରୁଛି ପୋଲିସ

Published By : Tapas Panda | December 9, 2024 10:52 PM

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଏନେଇ ପୋଲିସ ମାମଲା ରୁଜୁ କରିଛି । ମିଳିଥିବା ସୂଚନା ଅନୁସାରେ, ଜଣେ ସନ୍ଦିଗ୍ଧ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫୋନ୍‌ କରି ଧମକ ଦେଇଛି । ଏହା ବ୍ୟତୀତ ସେ ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅଭଦ୍ର ଭାଷାର ପ୍ରୟୋଗ କରିଛି । ଏହି କଲ୍‌ ମିଳିବା ପ‌ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଲିସ ଅଧିକାରୀଙ୍କୁ ଏନେଇ ଖବର ଦିଆଯାଇଛି। 

ପଓ୍ବନ କଲ୍ୟାଣଙ୍କ ଦଳ ଜନସେନା ପାର୍ଟି ଏକ୍ସରେ ଏକ ପୋଷ୍ଟ କରିଛି । ଏଥିରେ ଲେଖାଅଛି, ‘ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣଙ୍କ କାର୍ଯ୍ୟାଳୟକୁ ଧମକପୂର୍ଣ୍ଣ କଲ ଆସିଛି । ଅଜଣା ବ୍ୟକ୍ତି କଲ କରି ପଓ୍ବନ କଲ୍ୟାଣଙ୍କୁ ହତ୍ୟା କରିବାକୁ ଧମକ ଦେଇଛି । ପଓ୍ବାନ କଲ୍ୟାଣଙ୍କୁ ଟାର୍ଗେଟ ଅଜଣା ବ୍ୟକ୍ତି ଅଭଦ୍ର ଭାଷାର ବ୍ୟବହାର କରିଛି ।’ 

ପୋଲିସର ସୂଚନା ଅନୁଯାୟୀ, ମାମଲାର ତଦନ୍ତ କରାଯାଉଛି । କିଏ କଲ୍‌ କରିଥିଲା ସେନେଇ ଜଣାପଡ଼ି ନାହିଁ । ଧମକ ଦେଇଥିବା ଲୋକର କଲ୍‌ ରେକର୍ଡ ଯାଞ୍ଚ କରାଯାଉଛି ଏବଂ ତାକୁ ଟ୍ରେସ୍‌ କରିବାକୁ ଚେଷ୍ଟା କରାଯାଉଛି । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.