ଭୁବନେଶ୍ୱର,୧୬/୦୧: ଗୁଜରାଟର ମେହସାନା ଜିଲ୍ଲାରେ ଥିବା ବଡ଼ନଗର ପର୍ଯ୍ୟଟନର ପରବର୍ତ୍ତୀ ଆକର୍ଷଣ ପାଲଟିବ । ଏଠାରେ ଆର୍କିଓଲୋଜିକାଲ ଏକ୍ସପେରିଏନ୍ସ ମ୍ୟୁଜିୟମ, ପ୍ରେରଣା ସଙ୍କୁଲ, ଅତ୍ୟାଧୁନିକ ସ୍ପୋର୍ଟସ କମ୍ପେ୍ଲକ୍ସ ଭଳି ପ୍ରକଳ୍ପ ଆସିବାକୁ ଯାଉଛି । ପର୍ଯ୍ୟଟକଙ୍କୁ ସ୍ୱତନ୍ତ୍ର ଅନୁଭବ ପ୍ରଦାନ କରିବା ଲାଗି ଏଭଳି ଯୋଜନା ରଖାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ପ୍ରେରଣା ଲାଭ କରି ବଡ଼ନଗରର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଗୁରୁବାର ଏସବୁ ପ୍ରକଳ୍ପଗୁଡ଼ିକୁ ସୌରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦ୍ଘାଟନ କରିବେ ।
ଗୁଜରାଟର ସର୍ବପୁରାତନ ସହରଗୁଡିକ ମଧ୍ୟରେ ବଡ଼ନଗର ସାମିଲ ରହିଛି । ଏହି ସହରର ୨୫୦୦ ବର୍ଷର ସମୃଦ୍ଧ ଇତିହାସ ରହିଛି । ୭ଟି ରାଜବଂଶ ଏଠାରେ ଶାସନ କରିଥିଲେ । ପ୍ରମୁଖ ବାଣିଜ୍ୟପଥର ଏହା ଏକ ପ୍ରମୁଖ ସ୍ଥଳ ଥିଲା । ଏଠାରେ ହିନ୍ଦୁ, ବୌଦ୍ଧ, ଜୈନ ଏବଂ ଇସ୍ଲାମ ସଂସ୍କୃତିର ଛାପ ରହିଛି । ଏହା ଉଭୟ ସଂସ୍କୃତି ଓ ଐତିହ୍ୟର ପେଣ୍ଠସ୍ଥଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହା ଜନ୍ମସ୍ଥାନ । ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ସ୍ଥାନଟି ଟ୍ରେଣ୍ଡ୍ କରିଥିଲା । ଏହି ସ୍ଥାନକୁ ପର୍ଯ୍ୟଟନ ହଟ୍ସ୍ପଟ୍ କରିବା ଦିଗରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଏ ଦିଗରେ ୪ଟି ଆଇଆଇଟିକୁ ଗବେଷଣା ଏବଂ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟରେ ନିୟୋଜିତ କରାଯାଇଛି ।