ପାଟଣାଗଡ଼, ୯/୭(ଆପ୍ର): ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଂଘର ସର୍ବଭାରତୀୟ ଧର୍ମଘଟ ପରିପ୍ରେକ୍ଷୀରେ ଆଜି ପାଟଣାଗଡ ବ୍ଳକର ପାଚିକା ସହାୟିକା ସଂଘ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟଶ୍ୟରେ ଏକ ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।
ଆଜି ସଂଘର କର୍ମକର୍ତ୍ତା ମାନେ ପାଟଣାଗଡ ହାଟପଦା ପଡିଆଠାରେ ଦିନ ୧୦ ଟା ସମୟରେ ଏକତ୍ରିତ ହୋଇଥିଲେ । ସଂଘର ସଭାନେତ୍ରୀ ବଲ୍ଲଭୀ ସିଂ ଓ ସମ୍ପାଦିକା ଶୁକାନ୍ତି ମେହେରଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ମାନେ ସହରର ମୁଖ୍ୟ ରାସ୍ତାଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଏକ ପ୍ରତିବାଦ ସଭାକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ୟଶ୍ୟରେ ଏକ ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ।
ଦାବିଗୁଡିକ ମଧ୍ୟରେ ଚତୁର୍ଥ ଶ୍ରମ କୋଡ଼ ବାତିଲ କରିବା, ଜାତୀୟ ଶ୍ରମ ସମ୍ମିଳନୀ ତୁରନ୍ତ କରାଇବା, କ୍ସିମ ୱ।ର୍କର ଯଥା ପାଚିକା ସହାୟିକା, ଅଙ୍ଗନୱାଡ଼ି, ଆଶା, ଗ୍ରାମପଞ୍ଚାୟତ କର୍ମଚାରୀ ଓ ଉଦ୍ୟାନ ସାଥିଙ୍କୁ ଶ୍ରମିକ ମାନ୍ୟତା, ସର୍ବନିମ୍ନ ମାସିକ ମଜୁରୀ ୨୬ ହଜାର ଟଙ୍କା ପ୍ରଦାନ, ଦରଦାମ ବୃଦ୍ଧି ବନ୍ଦ କରିବା, ରାଷ୍ଟ୍ରୀୟତା ଉଦ୍ୟୋଗରେ ଘରୋଇକରଣ ବନ୍ଦକରିବା, ପୁରୁଣା ପେନସନ ଲାଗୁ, ସର୍ବନିମ୍ନ ଇପିଏଫ ପେନସନ ମାସିକ ୯ ହଜାର ଟଙ୍କା କରିବା ପ୍ରଭୁତି ଦାବିଗୁଡିକ ରହିଛି ।
ଦାବିପତ୍ର ପ୍ରଦାନ ସମୟରେ ସଭାନେତ୍ରୀ ଓ ସମ୍ପାଦୀକାଙ୍କ ସମେତ ସୁମିତ୍ରା ଘିବେଲା, ଶାନ୍ତି ପଣ୍ଡା, ଫୁଲତୁଲି ବାରଲେଣ୍ଡିଆ, ପୁଷ୍ପା ବନଗୋଲା, ସୁମତି ସା, ଶୁକାନ୍ତି ସାହୁଙ୍କ ସମେତ ବ୍ଳକର ସମସ୍ତ ସ୍କୁଲର ପାଚିକା ସହାୟିକା ମାନେ ପ୍ରମୁଖ ଉପସ୍ଥିତ ଥିଲେ।