ପ୍ରମୂଖ ଖବର
  • ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ମହିଳାଙ୍କ ପାଇଁ ବଡ଼ ଘୋଷଣା : ସବୁଠି ଖୋଲିବ ବ୍ରେଷ୍ଟ ଫିଡିଂ ସେଣ୍ଟର୍
  • ||
  • ଭୁବନେଶ୍ଵର : ଖୁବଶୀଘ୍ର ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା ପରିବର୍ତ୍ତନ, ରାଜସ୍ବ ବିଭାଗ ପକ୍ଷରୁ SOP ଜାରି
  • ||
  • ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ରୋପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ୫.୫ ପ୍ରତିଶତରେ ସ୍ଥିର ସୁଧ ହାର
  • ||
  • ଖାଦ୍ୟ ପାର୍ସଲ ଦେବାକୁ କହି ମହିଳାଙ୍କୁ ଡାକିଲେ, ଆସିବାରୁ ହତ୍ୟା ଧମକ ଡେଲିଭରି ବୟ
  • ||
  • ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀ: ମହିଳା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ମାରାଥନ୍ ଜେରା, ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ସଭାପତି
  • ||
  • ତେଲକୋଇ : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ
  • ||
  • ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା, ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ, ଝାଡ଼ସୁଗୁଡ଼ା ଏଡିଜେଏ କୋର୍ଟରେ ହେବ ଶୁଣାଣି
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ୍, ଏବେ କ୍ରାଇମ୍‌ବ୍ରାଞ୍ଚ ସ୍କାନ୍‌ରେ ସଭାପତି
  • ||
  • ବୁଧବାର ଏବଂ ଗୁରୁବାର ପ୍ରବଳ ବର୍ଷା ସମ୍ଭାବନା, ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||

ବିହାର ପରେ ଏବେ ପଶ୍ଚିମବଙ୍ଗ, ନିର୍ବାଚନ କମିଶନ୍ ଜାରି କଲେ ଭୋଟର ଭେରିଫିକେସନ୍ ନିର୍ଦ୍ଦେଶ

Published By : Harapriya Biswal | August 5, 2025 6:09 PM

ନୂଆଦିଲ୍ଲୀ,୫।୮:  ବିହାର ପରେ ଏବେ ପଶ୍ଚିମବଙ୍ଗରେ ମଧ୍ୟ ନିର୍ବାଚନ କମିଶନ୍ ମତଦାନା ସୂଚୀର ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍‌ (ଏସ୍‌ଆଇଆର) ପକ୍ରିୟା ଆରମ୍ଭ କରିଛି। ନିର୍ବାଚନ କମିଶନ୍ ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଏ ବିଷୟରେ ସୂଚନା ଦେଇଛନ୍ତି। ରାଜ୍ୟର ନିର୍ବାଚନ ଅଧିକାରୀଙ୍କୁ ମତଦାନ ସୂଚୀର ଏସଆଇଆର ପୁନଃନିରୀକ୍ଷଣ କରିବା ପକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି। ଉଲ୍ଲେଖନୀୟ ଯେ, ବିହାରରେ ମତଦାତା ସୂଚୀ ପୁନଃ ନିରୀକ୍ଷଣର କାମ ଶେଷ ପର୍ଯ୍ୟାୟରେ ରହିଛି। ଏସଆଇଆର ପକ୍ରିୟା ଅନୁସାରେ, ରାଜ୍ୟରେ ୧ ଅଗଷ୍ଟରୁ ଡ୍ରାଫ୍ଟ ଭୋଟର ଲିଷ୍ଟ ଜାରି କରି ଦିଆଯାଇଛି।

ଏହି ପକ୍ରିୟା ପରେ ବିହାରରେ ପ୍ରାୟ ୬୫ ଲକ୍ଷ ମତାଦାତାଙ୍କ ନାଁ ଭୋଟର ଲିଷ୍ଟରେ ରହିବ। ଏଥିରୁ ଅଧିକାଂଶ ମତଦାତା, ଯେଉଁମାନେ ଏବେ ଏହି ଦୁନିଆରେ ନାହାନ୍ତି। ଏଭଳି ଭୋଟର ରହିଛନ୍ତି, ଯେଉଁମାନେ ସ୍ଥାୟୀ ରୂପରେ କୌଣସି ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ ହୋଇସାରିଛନ୍ତି। ଏଭଳି କିଛି ମତଦାତା ମଧ୍ୟ ଅଛନ୍ତି, ଯାହାଙ୍କ ନାଁ ଏକରୁ ଅଧିକ ନିର୍ବାଚନ କ୍ଷେତ୍ରରେ ଥିଲା। ତେବେ ବିରୋଧି ନିର୍ବାଚନ କମିଶନ୍ ଦ୍ବାରା ମତାଦାତ ସୂଚୀର ଏସଆଇଆରକୁ ବିରୋଧ କରୁଛି। ଏହାକୁ ବିଜେପିର ଇଶାରାରେ ଭୋଟ ଚୋରି ବୋଲି ଘୋଷଣା କରାଯାଇଛି।   

ବିହାରରେ ଏସଆଇଆରର ପ୍ରଥମ ପର୍ଯ୍ୟାୟ ଶେଷ ହୋଇସାରିଛି। କିନ୍ତୁ ଏହି ସମୟରେ ରାଜନୈତକ ଦଳ ପକ୍ଷରୁ କରାଯାଇଥିବା ଆପତ୍ତି କିମ୍ବା ପରାମର୍ଶ ଦେଖିବାକୁ ମିଳିନି। ଅନ୍ୟପକ୍ଷେ ସାଧାରଣ ଭୋଟର ମତଦାତା ସୂଚୀକୁ ସଂଶୋଧିତ କରିବାରେ ସକ୍ରିୟତା ଦେଖାଯାଇଛି ଓ ୧୯୨୭ ମାମଲା ନିର୍ବାଚନ କମିଶନ୍‌ଙ୍କ ନିକଟରେ ଦାଖଲ କରିଛି। ଏହି ମାମଲା ଯୋଗ୍ୟ ମତଦାତାଙ୍କ ସୂଚିରେ ସାମିଲ କରିବା ଓ ଅଯୋଗ୍ୟ ମତଦାତାଙ୍କୁ ହଟାଇବା ସମ୍ପର୍କିତ ରହିଛି। ସେଭଳି ୧୦,୯୭୭ ଆବେଦନ ଫର୍ମ-୬ ଅନୁସାରେ, ନୂଆ ଭୋଟର ଜୋଡିବା, ହଟାଇବା ଓ ଅନ୍ୟ ଘୋଷଣା ପତ୍ର ସହ ଜଡିତ। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.