ନୂଆଦିଲ୍ଲୀ,୨୫/୦୮: ଆଗାମୀ ଏସିଆ କପ୍ ପାଇଁ ଆଫଗାନିସ୍ତାନ ଦଳ ଘୋଷଣା ହୋଇଛି । ଷ୍ଟାର୍ ସ୍ପିନର ରସିଦ ଖାନଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି । ଫାଷ୍ଟ ବୋଲର ନବୀନ-ଉଲ୍-ହକ୍, ଇବ୍ରାହିମ ଜାଡ୍ରାନ ଓ ସରାଫୁଦ୍ଦିନ ଅସ୍ରଫ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଯୁବ ସ୍ପିନର ଏଏମ୍ ଗଜନଫରଙ୍କୁ ସାମିଲ କରାଯାଇଛି । ଅନ୍ୟ ପଟରେ ଅଭିଜ୍ଞ ଓପନର ହଜରତୁଲ୍ଲା ଜାଜାଇ ଓ ଜୁବୈଦ ଆକବରି ବାଦ ପଡ଼ିଛନ୍ତି । ୟୁଏଇରେ ଏସିଆ କପ୍ ଆୟୋଜିତ ହେବ । ଆଗାମୀ ସେପ୍ଟେମ୍ବର ୯ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଆଫଗାନିସ୍ତାନ ଗ୍ରୁପ୍-ବି’ରେ ସ୍ଥାନ ପାଇଛି । ଦଳ ପ୍ରଥମ ମ୍ୟାଚ୍ରେ ହଂକଂକୁ ଭେଟିବ ।
ଆଫଗାନିସ୍ତାନ ଦଳ: ରସିଦ ଖାନ (ଅଧିନାୟକ), ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜାଡ୍ରାନ, ଡାରୱିସ୍ ରସୁଲି, ସିଦିକୁଲ୍ଲା ଅଟଳ, ଅଜମତୁଲ୍ଲା ଓମାରଜାଇ, କରିମ ଜନତ, ମହମ୍ମଦ ନବି, ଗୁଲବଦିନ ନାଏବ, ସରାଫୁଦ୍ଦିନ ଅସ୍ରଫ, ମହମ୍ମଦ ଇଶାକ, ମୁଜିବ ଉର ରେହମାନ, ଏଏମ୍ ଗଜନଫର, ନୂର ଅହମ୍ମଦ, ଫରିଦ ଅହମ୍ମଦ, ନବୀନ- ଉଲ-ହକ୍, ଫଜଲହକ ଫାରୁକି । ରିଜର୍ଭ: ୱାଫିଉଲ୍ଲା ତାରଖିଲ, ଏନ୍. ଖରୋଟେ, ଅବଦୁଲ୍ଲା ଅହମ୍ମଦଜାଇ ।