ପ୍ରମୂଖ ଖବର
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ଆଫୋର୍ଡେଟିଂ, ବେଞ୍ଚିଂ, ବ୍ରେଡ୍‌କ୍ରମ୍ବିଂ, ଘୋଷ୍ଟିଂ: ଆଧୁନିକ ପ୍ରେମ ସମ୍ପର୍କର ନୂଆ ପରିଭାଷା

Published By : Soubhagya Ranjan | June 4, 2025 11:04 PM

ନୂଆଦିଲ୍ଲୀ,୦୪/୦୬: ପୂର୍ବରୁ ପୁଅ-ଝିଅଙ୍କ ସମ୍ପର୍କ ବିବାହ ଭଳି ଏକ ମାଙ୍ଗଳିକ ଓ ଆନୁଷ୍ଠାନିକ ସ୍ୱୀକୃତି ଜରିଆରେ ପୂର୍ଣ୍ଣତା ପ୍ରାପ୍ତ କରୁଥିଲା । ଧୀରେ ଧୀରେ ବିବାହ ବିଚ୍ଛେଦ ବା ଛାଡ଼ପତ୍ରର ଟ୍ରେଣ୍ଡ୍‌ ବଢ଼ିଲା, ଯାହା ବିବାହ ତୁଳନାରେ ଅଧିକ ଚର୍ଚ୍ଚାର ବିଷୟ ହେଲା । ସେଥିପାଇଁ ଯୁବପିଢ଼ିଙ୍କ ମଧ୍ୟରେ ବିବାହ ପୂର୍ବରୁ ଡେଟିଂର ଚଳଣି ବଢ଼ିଲା । ଏହା ପରେ ପରେ ଟ୍ରେଣ୍ଡ୍‌କୁ ଆସିଲା ଲିଭ୍‌ଇନ୍‌-ରିଲେସନ୍‌ସିପ୍‌ । ଏହା ମାଧ୍ୟମରେ ପ୍ରେମୀ ଯୁଗଳ ପରସ୍ପରକୁ ଆହୁରି ଭଲଭାବେ ଜାଣିବା-ବୁଝିବାର ସମୟ ଓ ସୁଯୋଗ ପାଇଲେ । 

ଏହି କ୍ରମରେ ପରିସ୍ଥିତି ସହିତ ଆଜିର ଯୁବପିଢ଼ି ପାଇଁ ପ୍ରେମ ଓ ସମ୍ପର୍କର ପରିଭାଷା ବଦଳିଛି । ନୂଆ ନୂଆ ଶବ୍ଦ ଜରିଆରେ ଆଧୁନିକ ସମ୍ପର୍କର ନୂଆ ଦିଗ ସାମ୍ନାକୁ ଆସୁଛି । ଯୁବପିଢ଼ିର ଡେଟିଂ ଅଭିଧାନରେ ଯୋଡ଼ି ହୋଇଥିବା ନୂଆ ଶବ୍ଦ ମଧ୍ୟରେ ଟ୍ରେଣ୍ଡ୍‌ରେ ଅଛି ‘ଆଫୋର୍ଡଡେଟିଂ’ । ଏହାର ଅର୍ଥ ଉଭୟ ପୁଅ ଓ ଝିଅ ପାଇଁ ଡେଟିଂ ସୁଲଭ ହେବା । ‘ବେଞ୍ଚିଂ’ ଏବେ ଖୁବ୍‌ ଟ୍ରେଣ୍ଡ୍‌ରେ ଅଛି । ଏହାର ଅର୍ଥ ପ୍ରତିଶ୍ରୁତି ନ ଦେଇ ଏକ ବିକଳ୍ପ ଭାବେ ପରସ୍ପରକୁ ଡେଟ୍‌ କରିବା । ‘ବ୍ରେଡ୍‌କ୍ରମ୍ବିଂ’ ମଧ୍ୟ ସେହିଭଳି ଏକ ଶବ୍ଦ ଯେଉଁଥିରେ ଜଣେ ଅନ୍ୟ ଜଣକୁ ପୂର୍ଣ୍ଣ ପ୍ରତିଶ୍ରୁତି ନ ଦେଇ ତାଙ୍କ ପ୍ରତି ରୁଚି ରଖିବା ଏବଂ ତାଙ୍କୁ ପ୍ରେମପୂର୍ଣ୍ଣ ଓ ଫ୍ଲର୍ଟିଂ ଭଳି ବାର୍ତ୍ତା ବା ସଙ୍କେତ ଦେବା । 

‘ଟେକ୍ସଟ୍‌ଲେସନ୍‌ସିପ୍‌’ ଏଭଳି ଏକ ସମ୍ପର୍କ ଯାହା ମୁଖ୍ୟତଃ ମେସେଜ୍‌ ବା ବାର୍ତ୍ତା ପଠାଇବା ଉପରେ ଆଧାରିତ । ଏଥିରେ ବ୍ୟକ୍ତିଗତ ବାର୍ତ୍ତାଳାପ କିମ୍ବା ଗଭୀର ଭାବନାତ୍ମକ ସମ୍ପର୍କ ନ ଥାଏ । ‘ସ୍ଲାଇଡ୍‌ ଇନ୍‌ଟୁ ଡିଏମ୍‌’ର ଚଳଣି ଖୁବ୍‌ ବଢ଼ିଛି । ଏହାର ଅର୍ଥ ଜଣଙ୍କ ସହ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ବ୍ୟକ୍ତିଗତ ବାର୍ତ୍ତାଳାପ ପାଇଁ ପ୍ରୟାସ କରିବା । ଖାସ୍‌କରି ଫ୍ଲର୍ଟିଂ କିମ୍ବା ରୋମାଣ୍ଟିକ୍‌ ସମ୍ପର୍କ ପାଇଁ ଏହି ପ୍ରୟାସ କରାଯାଏ । ବର୍ତ୍ତମାନର ପ୍ରେମ ସମ୍ପର୍କରେ ‘ଘୋଷ୍ଟିଂ’ ଶବ୍ଦର ବହୁଳ ପ୍ରୟୋଗ ହେଉଛି । ଖାସ୍‌କରି ଅନ୍‌ଲାଇନ୍‌ ଡେଟିଂ କିମ୍ବା ମେସେଜିଂ ମାମଲାରେ କିଛି ନ ଜଣାଇ ହଠାତ୍‌ କାହା ସହ ସମ୍ପର୍କ କିମ୍ବା ଯୋଗାଯୋଗରେ ପୂର୍ଣ୍ଣଚ୍ଛେଦ ପକାଇବାର ଅର୍ଥ ଘୋଷ୍ଟିଂ । ‘ଫ୍ରେଣ୍ଡ୍‌ଜୋନ୍‌’ ଏଭଳି ଏକ ପରିସ୍ଥିତିକୁ ଦର୍ଶାଏ, ଯେଉଁଠି ବ୍ୟକ୍ତି ରୋମାଣ୍ଟିକ୍‌ ସମ୍ପର୍କ ଚାହୁଁଥିବାବେଳେ ଅନ୍ୟ ଜଣେ ବନ୍ଧୁ ହୋଇ ରହିବାକୁ ଚାହେଁ । ଏହାର ଫଳସ୍ୱରୂପ ଏକ ଅଜବ ଭାବନା ସୃଷ୍ଟି ହୁଏ । 

‘ସିଚୁଏସନ୍‌ସିପ୍‌’ ଏଭଳି ଏକ ସମ୍ପର୍କ, ଯାହା ବନ୍ଧୁତା ଓ ପ୍ରତିବଦ୍ଧତା ମଧ୍ୟରେ ଥିବା ରେଖାକୁ ଝାପ୍‌ସା କରିଦିଏ । ନିର୍ଦ୍ଦିଷ୍ଟ ସୀମା କିମ୍ବା ଆକାଂକ୍ଷାର ଅଭାବ ଓ ସମ୍ପର୍କର ଅନିଶ୍ଚିତତାକୁ ଏହା ଦର୍ଶାଏ । ‘କ୍ୟାଟ୍‌ଫିଶିଂ’ ସମ୍ପର୍କ ଏବେ ଟ୍ରେଣ୍ଡ୍‌ରେ ଅଛି । ଏହାର ଅର୍ଥ ବ୍ୟକ୍ତିଗତ ଲାଭ ପାଇଁ ଜଣଙ୍କୁ ରୋମାଣ୍ଟିକ୍‌ ସମ୍ପର୍କରେ ଫସାଇବାକୁ ଏକ ନକଲି ଅନ୍‌ଲାଇନ୍‌ ବ୍ୟକ୍ତିତ୍ୱ ସୃଷ୍ଟି କରିବା । ‘ଫ୍ରେଣ୍ଡ୍‌ସ ୱିଥ୍‌ ବେନିଫିଟ୍‌ସ’ ପ୍ରତିଶ୍ରୁତିପୂର୍ଣ୍ଣ ରୋମାଣ୍ଟିକ୍‌ ସମ୍ପର୍କ ବିନା ଶାରୀରିକ ସମ୍ପର୍କ ରଖୁଥିବା ଦୁଇ ବନ୍ଧୁଙ୍କ ମଧ୍ୟରେ ସମ୍ପର୍କକୁ ଦର୍ଶାଏ । ‘କ୍ୟାଚ୍‌ ଫିଲ୍ସ’ର ଅର୍ଥ ଜଣଙ୍କ ପାଇଁ ରୋମାଣ୍ଟିକ୍‌ ଭାବନାର ବିକାଶ କରିବା । ‘କଫିଂ ସିଜନ୍‌’ ବର୍ଷର ଏଭଳି ଏକ ସମୟକୁ (ଖାସ୍‌କରି ଶୀତଦିନ) ଦର୍ଶାଏ, ଯେଉଁଥିରେ ଲୋକେ ପ୍ରେମ ସମ୍ପର୍କ ପାଇଁ ଅଧିକ ଅଭିଳାଷ ରଖନ୍ତି । ‘କୁଶନିଙ୍ଗ୍‌’ ସମ୍ପର୍କର ଏଭଳି ଏକ ଦିଗକୁ ଦର୍ଶାଏ, ଯେଉଁଥିରେ ଜଣେ ବ୍ୟକ୍ତି ଏକ ସ୍ଥାୟୀ ସମ୍ପର୍କରେ ଥାଇ ମଧ୍ୟ ଅନ୍ୟମାନଙ୍କ ସହ ପ୍ରେମପୂର୍ଣ୍ଣ ବ୍ୟବହାର ବା ଫ୍ଲର୍ଟିଂ କରନ୍ତି । 

‘ଡିଲ୍ୟୁଜନ୍‌ସିପ୍‌’ ଏକ କାଳ୍ପନିକ କିମ୍ବା ଆଦର୍ଶ ସମ୍ପର୍କ ଯାହା ବାସ୍ତବତା ଉପରେ ଆଧାରିତ ନୁହେଁ । ‘ଡିଙ୍କ୍‌’ ଏକ ଜୀବନଶୈଳୀ ଯେଉଁଥିରେ କିଛି ଦମ୍ପତି ଦୁଇଟି ଆୟର ସ୍ରୋତ ଚାହାନ୍ତି କିନ୍ତୁ ସନ୍ତାନର ଆଶା ରଖନ୍ତି ନାହିଁ । ‘ଏନ୍‌ମେଶମେଣ୍ଟ୍‌’ ସମ୍ପର୍କରେ ବ୍ୟକ୍ତି ଓ ତାଙ୍କ ସାଥୀର ଜୀବନ ପରସ୍ପର ସହ ଏତେ ମାତ୍ରାରେ ଯୋଡ଼ି ହୋଇଯାଏ ଯେ ସବୁ ସୀମା ଅଣଦେଖା କିମ୍ବା ଝାପ୍‌ସା ହୋଇଯାଏ । ‘ଫେକ୍ସଟିଙ୍ଗ୍‌’ରେ ଦୁଇ ସାଥୀ ଲିଖିତ ମେସେଜ୍‌ ମାଧ୍ୟମରେ ପରସ୍ପର ସହ ଝଗଡ଼ା କରନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.