ସାଲେପୁର,୧୩/୧୨: ଶିର୍ଲୋ କିସାନ କ୍ରେଡିଟ କୋଅପରେଟିଭ ନାମକ ଏକ ସଂସ୍ଥାରେ ଟଙ୍କା ଜମା କରୁଥିଲେ ଲୋକେ । ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହଡ଼ପ ଅଭିଯୋଗରେ ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ସିର୍ଲୋ ବ୍ରାହ୍ମଣଖଣ୍ଡ ଗ୍ରାମର ରବିନ୍ଦ୍ର ନାଥ ବସ୍ତିଆ ଓ ଶ୍ରୀରାମ ମଲ୍ଲିକ । କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଦୁଇ ଜଣ ବ୍ୟକ୍ତି କିଶନ ନଗର ଥାନା ଅଞ୍ଚଳରେ ଶିର୍ଲୋ କିସାନ କ୍ରେଡିଟ କୋଅପରେଟିଭ ନାମକ ଏକ ସଂସ୍ଥା ଖୋଲିଥିଲେ । ଏହି ସଂସ୍ଥାରେ ଅନେକ ଲୋକ ନିଜର ଟଙ୍କା ଜମା କରିଥିଲେ । ଶେଷରେ ଜମାକାରୀଙ୍କ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଫୋରାର ହୋଇଥିଲେ ସଂସ୍ଥାର ମାଲିକ । ଏନେଇ ଜମାକାରୀମାନେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ଆରମ୍ଭ କରିଥିଲା ପୋଲିସ । ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତଙ୍କୁ କିଶନ ନଗର ଥାନା ପୋଲିସ ଗିରଫ କରିଛି ।