ପ୍ରମୂଖ ଖବର
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଭୁବନେଶ୍ବର ଷ୍ଟେସନରେ ଅଭାବନୀୟ ଘଟଣା , ଦିନ ଦ୍ବିପହରରେ ଝୁଲି ପଡ଼ିଲେ ଯୁବକ

Published By : Prameya | April 29, 2025 11:06 PM

ଭୁବନେଶ୍ବର,୨୯/୪ : ଭୁବନେଶ୍ୱର ଷ୍ଟେସନରେ ଅଭାବନୀୟ ଘଟଣା। ଦିନ ଦ୍ବିପହରରେ ଝୁଲି ପଡ଼ିଲେ ଯୁବକ। ଫ୍ଲାଗମାର୍ଚ୍ଚ ଚାଲିଥିବାବେଳେ ଆତ୍ମହତ୍ୟା କଲେ ଯୁବକ। ତେବେ ଯୁବକ ଜଣକ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଜଣାପଡ଼ିନଥିବାବେଳେ, ଜିଆରପି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ଭୁବନେଶ୍ବର ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମ ଆଗରେ ଝୁଲି ପଡ଼ିଛନ୍ତି ଜଣେ ଯୁବକ। ଷ୍ଟେସନ ନିର୍ମାଣ କାର୍ଯ୍ୟ ପାଇଁ ଲାଗିଥିବା ଲୁହା ଭାରାରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି ଯୁବକ ଜଣକ। ଯୁବକ ଜଣକ ହେଲେ ଆଠଗଡ଼ର ଅଜୟ ଦାସ ବୋଲି ଜଣାପଡ଼ିଛି । ମୃତଦେହ ଦେଖି ସ୍ଥାନୀୟ ଜିଆରପି ଥାନାକୁ ପ୍ରଥମେ ଖବର ଦେଇଥିଲେ ଷ୍ଟେସନ ମାଷ୍ଟର । ଘଟଣାର ସୂଚନାପାଇ ଜିଆରପି ଥାନା ଅଧିକାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ତଦନ୍ତ ଆରମ୍ଭ କରିଛି । 

ତେବେ ଏଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅଜୟ ଆତ୍ମହତ୍ୟା କରୁଥିବାବେଳେ କାହିଁକି କେହି କିଭଳି ଜାଣିପାରିଲେ ନାହିଁ ? ତାହାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ଆହୁରି ମଧ୍ୟ ବଡ଼ କଥା ହେଲା ଷ୍ଟେସନରେ ହାଇ ଆଲର୍ଟ ଜାରି କରାଯାଇଛି । ଉଭୟ ଆରପିଏଫ୍ ଓ ଜିଆରପି ଫୋର୍ସ ଦିନକୁ ଚାରି ଥର ପାଟ୍ରୋଲିଂ ସହ ଫ୍ଲାଗମାର୍ଚ୍ଚ କରୁଛନ୍ତି। ହେଲେ ଏହା ସତ୍ତ୍ବେବି ଏଭଳି ଘଟଣା ଘଟିବା ଆରପିଏଫ୍ ଓ ଜିଆଆରପି ପାଟ୍ରୋଲିଂ ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.