ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ସୁଟିଂ ସେଟ୍‌ରୁ ଆଲବମ୍‌ ଅଭିନେତ୍ରୀଙ୍କୁ ଅପହରଣ, ଖୋର୍ଦ୍ଧା ନେଇଗଲେ ଡ୍ରାଇଭର...

Published By : Prameya | April 29, 2025 10:34 AM

ଚନ୍ଦ୍ରଶେଖରପୁର, ୨୯/୦୪ : ରାଜଧାନୀରେ ଆଲବମ୍‌ ଅଭିନେତ୍ରୀଙ୍କୁ ଅପହରଣ। ବାକି ଦରମା ଟଙ୍କା ନ ମିଳିବାରୁ ସୁଟିଂ ସେଟ୍‌ରୁ ଖୋର୍ଦ୍ଧା ନେଇଯାଇଥିଲେ ପ୍ରଡକ୍ସନ ଡ୍ରାଇଭର। ସୋମବାର ମଧ୍ୟାହ୍ନରେ ପଥରଗାଡ଼ିଆ ଚନ୍ଦକା ରାସ୍ତାରୁ ଏହି ଅପହରଣ ହୋଇଛି। ତେବେ ପ୍ରଡକ୍ସନ ନିର୍ଦ୍ଦେଶକ ଫୋନ୍‌ କରିବା ପରେ ପିତାପଲ୍ଲୀ ଛକରେ ଅଭିନେତ୍ରୀଙ୍କୁ ଛାଡ଼ି ଫେରାର ହୋଇ ଯାଇଥିଲେ ଡ୍ରାଇଭର । 

ଅଭିଯୋଗ ଅନୁଯାୟୀ, ପଥରଗାଡ଼ିଆ ଚନ୍ଦକା ରାସ୍ତାରେ ଏକ ଚ୍ୟାନେଲ ପାଇଁ ମ୍ୟୁଜିକ୍‌ ଆଲବମ୍‌ ସୁଟିଂ ଚାଲିଥିଲା । ଏହି ସମୟରେ ପ୍ରଡକ୍ସନ କାର୍‌ରେ ଅଭିନେତ୍ରୀଙ୍କୁ ବସାଇ ଡ୍ରାଇଭର ଜଣଙ୍କ ଖୋର୍ଦ୍ଧା ଅଭିମୁଖେ ନେଇ ଯାଇଥିଲେ । ଅଭିନେତ୍ରୀଙ୍କ ହାତରେ ମୋବାଇଲ ନ ଥିବାରୁ ସେ ଏବିଷୟରେ କାହାକୁ ଜଣାଇ ପାରିନଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଅଭିନେତ୍ରୀ ନ ଫେରିବାରୁ ପ୍ରଡକ୍ସନ ନିର୍ଦ୍ଦେଶକ ଅଭିନେତ୍ରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କ ମୋବାଇଲ ଫୋନ ସୁଇଚ୍‌ ଅଫ୍‌ ଥିଲା । ପରେ ସେ ଡ୍ରାଇଭରଙ୍କୁ ଫୋନ୍‌ କରିଥିଲେ । ୩ ମାସର ବାକି ଦରମା ଟଙ୍କା ସଂସ୍ଥା ଦେଇନଥିବାରୁ ସେ ଗାଡ଼ି ସହ ଅଭିନେତ୍ରୀଙ୍କୁ ନେଇ ଯାଇଥିବା କହିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପ୍ରଡକ୍ସନ ନିର୍ଦ୍ଦେଶକ ପୁଲିସର ଧମକ ଦେବାରୁ ସେ ପିତାପଲ୍ଲୀ ଏନ୍‌ଏଚ୍‌ କଡ଼ରେ ଅଭିନେତ୍ରୀଙ୍କୁ ଛାଡ଼ି ଦେଇଥିଲେ । ହେଲେ ଟଙ୍କା ନଦେଲେ କାର ଦେବେନି ବୋଲି ଡ୍ରାଇଭର ଜଣଙ୍କ କହିଥିଲେ । 

ଅଭିନେତ୍ରୀ ଜଣଙ୍କ ଅନ୍ୟ ଏକ ଗାଡି ଭଡ଼ା କରି ସୁଟିଂ ସ୍ପଟକୁ ଫେରିଥିଲେ। ସୁଟିଂ ପରେ ଉକ୍ତ ଚ୍ୟାନେଲର ଅଧିକାରୀ ଆପୋଷ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ । କାର୍‌ ତୁରନ୍ତ ଫେରାଇବାକୁ ସେମାନେ ଡ୍ରାଇଭରଙ୍କୁ ଚେତାବନୀ ଦେଇଥିଲେ । ନହେଲେ ଡ୍ରାଇଭରଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ ବୋଲି ସଂସ୍ଥାର ଜଣେ ନିର୍ଦ୍ଦେଶକ କହିଛନ୍ତି ।

ଏହି ଖବରଟିକୁ ପଢନ୍ତୁ-ବିଶ୍ୱ ନୃତ୍ୟ ଦିବସ : ପରୀକ୍ଷା ନିରୀକ୍ଷା ନାଁରେ ପରମ୍ପରା ଓ ପରିଚୟର ହେଉଛି ବିକୃତୀକରଣ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.