ପ୍ରମୂଖ ଖବର
  • ରଥଯାତ୍ରା ପରିଚାଳନା ଭକ୍ତ ଓ ଭଗବାନଙ୍କ ବଦଳରେ ଭିଆଇପି କେନ୍ଦ୍ରୀତ ଥିଲା : ଭକ୍ତ
  • ||
  • ଗଞ୍ଜାମ : ବ୍ରାହ୍ମଣିଆପଲ୍ଲୀ ଗାଁରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଶରଧାବଲି ଘଟଣାରେ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ମୃତ ଭକ୍ତଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ରାଶି
  • ||
  • ଶରଧାବାଲି ଅଘଟଣରେ ବଡ଼ ଆକ୍ସନ, ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍‌ପି, ..IAS ଚଞ୍ଚଲ ରଣା ଏବଂ IPS ପିନାକ ମିଶ୍ରକୁ ମିିଳିଲା ଗୁରୁଦାୟିତ୍ବ
  • ||
  • ମୟୂରଭଞ୍ଜ : ମୋରଡାରେ ବନ୍ୟା ପରିସ୍ଥିତି: ପୋଲ ଉପରେ ଚାଲୁଛି ବନ୍ୟାଜଳ
  • ||
  • ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନୀତିଗତ ନିଷ୍ପତ୍ତି, ରାଜ୍ୟର ଶିଶୁବାଟିକାରେ ନିଯୁକ୍ତ ହେବେ ‘ଶିଶୁ ସେବିକା’
  • ||
  • ରାଜଧାନୀରେ ଡେଙ୍ଗୁର କାୟା ବିସ୍ତାର: ୧୦୦ ମୁହାଁ ରୋଗୀ ସଂଖ୍ୟା, ଜୁନ୍‌ରେ ସର୍ବାଧିକ ପଜିଟିଭ
  • ||
  • କେନ୍ଦୁଝର : ପାନ ଦୋକାନରେ କଳାକନା ବୁଲାଇଲେ ଲୁଟେରା, ତାଲା ଭାଙ୍ଗି ନେଇଗଲେ ଦାମୀ ସାମଗ୍ରୀ
  • ||
  • ଶରଧାବାଲିରେ ତିନି ରଥ, ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତୀ, ଅପରାହ୍ନରେ ଆଡ଼ପ ପହଣ୍ଡି
  • ||
  • କିଏ ହେବେ ରାଜ୍ୟ ବିଜେପି ସଭାପତି ? ଆଜିଠୁ ତିନି ଦିନ ଚାଲିବ ନିର୍ବାଚନ ପ୍ରକ୍ରିୟା, ବିହାର ସାଂସଦ ସଞ୍ଜୟ ଜୟସ୍ୱାଲ ପର୍ଯ୍ୟବେକ୍ଷକ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା, ଆଜି ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||
  • ରଥଯାତ୍ରାରେ ବିଭ୍ରାଟ; ଶରଧାବାଲିରେ ବଡ଼ ଧରଣର ଠେଲାପେଲା, ୩ ଶ୍ରଦ୍ଧାଳୁ ମୃତ
  • ||

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

Published By : Anindita Ratha | June 29, 2025 12:08 PM

ଭୁବନେଶ୍ବର,୨୯/୦୬:ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ  ଲଘୁଚାପ ସୃଷ୍ଟି । ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଶନିବାର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ସକାଳ ସମୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।  ଏହା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ୩ ତାରିଖ ଯାଏଁ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । 

ସେପଟେ ଆଜି ପାଇଁ ଝଡ଼ବର୍ଷା ନେଇ ୧୬ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି । ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି ହୋଇଛି । ଏହା ବାଦ୍ ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତିରେ ଘଡଘଡି ସହ ବର୍ଷା ସମ୍ଭାବନା ନେଇ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ସେହିପରି ଜୁନ୍ ୩୦ ତାରିଖ ସୋମବାର ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ଅତିପ୍ରବଳ ବର୍ଷା ହୋଇପାରେ । ଦେବଗଡ, ସମ୍ବଲପୁର ଓ ଝାରସୁଗୁଡାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । 

 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.