ପ୍ରମୂଖ ଖବର
  • ରଥଯାତ୍ରା ପରିଚାଳନା ଭକ୍ତ ଓ ଭଗବାନଙ୍କ ବଦଳରେ ଭିଆଇପି କେନ୍ଦ୍ରୀତ ଥିଲା : ଭକ୍ତ
  • ||
  • ଗଞ୍ଜାମ : ବ୍ରାହ୍ମଣିଆପଲ୍ଲୀ ଗାଁରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଶରଧାବଲି ଘଟଣାରେ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ମୃତ ଭକ୍ତଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ରାଶି
  • ||
  • ଶରଧାବାଲି ଅଘଟଣରେ ବଡ଼ ଆକ୍ସନ, ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍‌ପି, ..IAS ଚଞ୍ଚଲ ରଣା ଏବଂ IPS ପିନାକ ମିଶ୍ରକୁ ମିିଳିଲା ଗୁରୁଦାୟିତ୍ବ
  • ||
  • ମୟୂରଭଞ୍ଜ : ମୋରଡାରେ ବନ୍ୟା ପରିସ୍ଥିତି: ପୋଲ ଉପରେ ଚାଲୁଛି ବନ୍ୟାଜଳ
  • ||
  • ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନୀତିଗତ ନିଷ୍ପତ୍ତି, ରାଜ୍ୟର ଶିଶୁବାଟିକାରେ ନିଯୁକ୍ତ ହେବେ ‘ଶିଶୁ ସେବିକା’
  • ||
  • ରାଜଧାନୀରେ ଡେଙ୍ଗୁର କାୟା ବିସ୍ତାର: ୧୦୦ ମୁହାଁ ରୋଗୀ ସଂଖ୍ୟା, ଜୁନ୍‌ରେ ସର୍ବାଧିକ ପଜିଟିଭ
  • ||
  • କେନ୍ଦୁଝର : ପାନ ଦୋକାନରେ କଳାକନା ବୁଲାଇଲେ ଲୁଟେରା, ତାଲା ଭାଙ୍ଗି ନେଇଗଲେ ଦାମୀ ସାମଗ୍ରୀ
  • ||
  • ଶରଧାବାଲିରେ ତିନି ରଥ, ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତୀ, ଅପରାହ୍ନରେ ଆଡ଼ପ ପହଣ୍ଡି
  • ||
  • କିଏ ହେବେ ରାଜ୍ୟ ବିଜେପି ସଭାପତି ? ଆଜିଠୁ ତିନି ଦିନ ଚାଲିବ ନିର୍ବାଚନ ପ୍ରକ୍ରିୟା, ବିହାର ସାଂସଦ ସଞ୍ଜୟ ଜୟସ୍ୱାଲ ପର୍ଯ୍ୟବେକ୍ଷକ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା, ଆଜି ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||
  • ରଥଯାତ୍ରାରେ ବିଭ୍ରାଟ; ଶରଧାବାଲିରେ ବଡ଼ ଧରଣର ଠେଲାପେଲା, ୩ ଶ୍ରଦ୍ଧାଳୁ ମୃତ
  • ||

ଶରଧାବାଲି ଅଘଟଣ ଆଘାତ ଦେଇଛି , ଭାରତରେ ଲଜ୍ଜିତ ଓ ନିନ୍ଦିତ ହେଲା ଓଡ଼ିଶା: ବିଜୟ ମହାପାତ୍ର

Published By : Ankita S | June 29, 2025 1:43 PM

ଭୁବନେଶ୍ୱର,୨୯/୦୬: ଶରଧାବାଲିରେ ଘଟିଥିବା ଅଘଟଣକୁ ନେଇ ରାଜ୍ୟଠୁ ନେଇ ଦେଶରେ ଆଲୋଡ଼ନ ଖେଳିଯାଇଛି । ରଥାରୂଢ ଶ୍ରୀଜିଉଙ୍କୁ ଦର୍ଶନ କରିବା ବେଳେ ଠେଲାପେଲାରେ ୩ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର । ପୁରୀରେ ଯାହା ଘଟିଲା ଏପରି କେବେ ଘଟିନଥିଲା । ସରକାରଙ୍କର ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଏପରି ଘଟିଛି ବୋଲି କହିଛନ୍ତି ବିଜୟ ମହାପାତ୍ର ।

ଶରଧାବାଲିରେ ଘଟିଥିବା ଦଳଚକଟା ଘଟଣାକୁ ନେଇ ବିଜୟ ମହାପାତ୍ର କହିଛନ୍ତି, '' ଓଡ଼ିଶା ସାରା ଭାରତରେ ଲଜ୍ଜିତ ଓ ନିନ୍ଦିତ ହୋଇଛି । ଏହା ସମସ୍ତଙ୍କୁ ବାଧିବ । ସରକାର ଏହାକୁ ଗୁରୁତର ସହ ନେବାକୁ ଚାହୁଁ ନାହାନ୍ତି । ଯାହା ସବୁ ଘଟଣା ଘଟୁଛୁ ତାକୁ ନେଇ ମହାପ୍ରଭୁଙ୍କ ପାଖରେ କ୍ଷମା ମାଗନ୍ତୁ । ଟ୍ୱିଟ କଲେ ହେବନି, ଏଥିରେ ସେ ଛୋଟ ହୋଇ ଯିବେନି । ଶରଧାବାଲି ଅଘଟଣ ଆଘାତ ଦେଇଛି । ଏହା ମନ୍ଦିର ପ୍ରଶାସନର ଭୁଲ ପାଇଁ ହୋଇଛି । ରାତି ୧୨ ଟା ୨୦ ପହଡ଼ କରିବାକୁ କିଏ ନିର୍ଦ୍ଦେଶ ଦେଲେ ? ଦର୍ଶନ ହୋଇ ପାରିଲା ନାହିଁ । ରାତି ଦୁଇଟାରେ ଵି ଭକ୍ତ ଯାଆନ୍ତି । ଦର୍ଶନ ପାଇଁ ମାତ୍ର ୩୦୦୦୦ ଲୋକ ଥିଲେ । ଅଧିକ ଲୋକ ନଥିଲେ । ମନ୍ଦିର ପାଖରେ ପୁଲିସ ଥିଲେ । ହେଲେ ବାହାରେ ଥିବା ଲୋକଙ୍କ ପାଖରେ ସାମାନ୍ୟ ପୁଲିସ କନଷ୍ଟେବଳ ଵି ନଥିଲେ । ବୈଠକରେ କି ଦାୟିତ୍ୱ ଦିଆଯାଉଛି ? କିଛି ନିଷ୍କର୍ଷ ନାହିଁ ।''

ସେ ଆହୁରି କହିଛନ୍ତି, ''ଆଇନ ମନ୍ତ୍ରୀ କହୁଛନ୍ତି ତଦନ୍ତ ହେବ କି ତଦନ୍ତ ଯେଉଁଠି ବଳଭଦ୍ରଙ୍କ ପଡିବା ତଦନ୍ତ ରିପୋର୍ଟ ଏ ଯାଏ ଆସିଲାନି । ଏବେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ ହେଉନି । ଆଶା କରୁଛି ହାଇକୋର୍ଟଙ୍କୁ ଅନୁରୋଧ କରି କାର୍ଯ୍ୟରତ ଜିଲ୍ଲା ବିଚାରପତିଙ୍କ ଦ୍ୱାରା ତଦନ୍ତ ହେବ । ମହାପ୍ରଭୁ ଜଗନ୍ନାଥ ତ  ଏମାନଙ୍କୁ ଦଣ୍ଡ ଦେବେ । ସରକାର ଆଗ ଦଣ୍ଡ ଦିଅନ୍ତୁ । ଶରଧାବାଲି ଅଘଟଣ ପାଇଁ ପୁରୀ ଜିଲ୍ଲାପାଳ ଓ ଏସପି ସମ୍ପୂର୍ଣ୍ଣ ଦାୟୀ । ବଳଭଦ୍ରଙ୍କ ରଥ ତିନି ଥର ଡାହାଣ ମୋଡ଼ ନେଲା । ଦାୟିତ୍ବରେ ଥିଲେ ପୁରୀ ଏସପି । ୧୯୭୮ ମସିହା ଘଟଣା ପରେ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ନନ୍ଦିଘୋଷ ଦାୟିତ୍ୱରେ ଜିଲ୍ଲାପାଳ, ବଳଭଦ୍ରଙ୍କ ରଥ ଦାୟିତ୍ୱରେ ଏସପି ଓ ସୁଭଦ୍ରାଙ୍କ ରଥ ଦାୟିତ୍ୱ ଏଡିଏମ୍‌ଙ୍କର ତିନି ଜଣ ଯନ୍ତ୍ରୀ ଓ ସେବାୟତ ରହିବେ । ପୁରୀ ଏସପି ବୋଧେ ନଥିଲେ । ଘୋଷଯାତ୍ରାରେ ତାଙ୍କ ଦେଖା ନଥିଲା । ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ହେବା ଦରକାର ।''

ଯେଉଁ ଅଫିସରଙ୍କ ରଥଯାତ୍ରା ଅନୁଭୂତି ଅଛି, ''ସେମାନେ ଭୁବନେଶ୍ୱରରେ ଅଛନ୍ତି ।  ଅଭିଜ୍ଞତା ନଥିବା ADG, DGଙ୍କୁ ଦାୟିତ୍ୱ ଦିଆଗଲା । ଡିଜିପି ୨୦୦ ବ୍ୟାଟେଲିୟନ କଥା କହିଥିଲେ, ସେ ଫୋର୍ସ କେଉଁଠି ଥିଲା ? ରଥଯାତ୍ରା ପହଣ୍ଡି ଭିତରେ ୫ ହଜାର ପାସ୍‌ କେମିତି ଦିଆଗଲା । ମୁଷ୍ଟିମେୟ ଲୋକଙ୍କୁ ପାସ ଦିଆଗଲା । କର୍ଡନ ପାସ୍‌ ଵି ୫ହଜାର । ରଥଟଣା ଆରମ୍ଭରୁ ପାସ୍‌ ଦିଆଯାଇଥିବା ଲୋକଙ୍କୁ ବାହାର କରିବା କଥା । ୧୯୯୨ ମସିହାରେ ଭୁଲ ହୋଇଥିବାରୁ ସେ ସମୟରେ ମୁଖ୍ୟମନ୍ତ୍ରୀ ମୋତେ ରାତି ସାରା ପୁରୀରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଭୁଲ ମାଗିଲୁ ଓ କାମ ସାରିଲୁ । ଏବେ ଵି ସମୟ ଅଛି । ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ଦର୍ଶନ କେମିତି ହେବ, ସେଥିପାଇଁ ନିରପେକ୍ଷ ତଦନ୍ତ ହେଉ ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.