ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଚାଷୀ ବାପାର ଦୁଇଝିଅ; ଲେଖିଲେ ସଫଳତାର କାହାଣୀ, ଜଣେ IAS ଆଉ ଜଣେ IPS

Published By : Ankita S | February 8, 2025 11:46 AM

ନୂଆଦିଲ୍ଲୀ,୦ ୮/୦୨: ସତ ହେଲା ଗରିବ ଚାଷୀ ବାପାର ସ୍ବପ୍ନ । ସଫଳତାର କାହାଣୀ ଲେଖିଲେ ଜଣେ ଚାଷୀ ବାପାର ଦୁଇ ସୁନାଝିଅ । ଲେଖିଲେ ସଫଳତାର କାହାଣୀ । ଜଣେ ଆଇଏଏସ ଓ ଆଉ ଜଣେ ଆଇପିଏସ । ସୁନାମୀରେ ଘର ଭାଙ୍ଗି ଯାଇଥିଲା । ହେଲେ ଏହା ତାଙ୍କ ସଫଳତା ଯାତ୍ରାରେ ବାଧା ସୃଷ୍ଟି କରି ନଥିଲା । କଥାରେ ଅଛି ନା ଯଦି ମନୋବଳ ଦୃଢ ଅଛି ତେବେ ସବୁ ଅସମ୍ଭବ ସମ୍ଭବ ହେବ । ଯାହାକୁ ପ୍ରମାଣ କରିଛନ୍ତି ଚାଷୀ ବାପାର ଦୁଇ ଝିଅ ଐଶ୍ବର୍ଯ୍ୟା ରାମନାଥନ ଓ ତାଙ୍କ ଉଭଣୀ ସୁସ୍ମିତା । ୟୁପିଏସସି ସିଭିଲ ସର୍ଭିସ ସେବା ଭଳି କଠିନ ପରୀକ୍ଷାକୁ କ୍ରାକ୍ କରି ଇତିହାସ ରଚିଛନ୍ତି ତାମିଲନାଡୁ କଡଲୁର ଜିଲ୍ଲାର ଦୁଇ ଉଭଣୀ ।

ଆଇଏଏସ ଐଶ୍ବର୍ଯ୍ୟା ରାମନାଥନ ଓ ତାଙ୍କ ଉଭଣୀ ଆଇପିଏସ ସୁସ୍ମିତାଙ୍କ ଘର ତାମିଲନାଡୁର କଡଲୁର ଜିଲ୍ଲାରେ । ତାଙ୍କ ବାପା ଜଣେ ଚାଷୀ ଓ ମାଆ ଗୃହିଣୀ । ୨୦୦୪ରେ ସମୁଦ୍ରରେ ଆସିଥିବା ସୁନାମୀ ଦକ୍ଷିଣ ଭାରତରେ ଏକାଧିକ ଘର ଧୋଇ ନେଇଥିଲା । ଏଥିରେ ଅନେକ ଚାଷୀ ସେମାନଙ୍କ ଘର ହରାଇଥିଲେ । ସେଥିରେ ଐଶ୍ବରା ରାମନାଥନଙ୍କ ଘର ମଧ୍ୟ ପାଣି ସୁଅରେ ମାଟିରେ ମିଶିଥିଲା । ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିଲା । ହେଲେ ସମୁଦ୍ରର ସୁନାମୀ ତାଙ୍କ ସ୍ବପ୍ନ ବାଟରେ ଆସି ନଥିଲା । ପାଠ ପଢିବେ ଚାଷୀ ବାପା ଦୁଃଖ ଦୂର କରିବେ ସେହି ଲକ୍ଷ୍ୟରେ ଥିଲେ ଐଶ୍ବର୍ଯ୍ୟା ଓ ସସ୍ମିତା । କଠିନ ପରିଶ୍ରମ କରିଥିଲେ । ଦିନ ରାତି ଏକ କରି ପାଠ ପଢିଥିଲେ । ଆଉ ସେହି ପରିଶ୍ରମ ଦୁଇ ଉଭଣୀଙ୍କୁ ଦେଇଥିଲା ସଫଳତା । 

ଏହା ବି ପଢନ୍ତୁ...ପ୍ରେମରେ ଧୋକା ଖାଇଲେ; ହୃଦୟ ଭାଙ୍ଗିଥିଲା ହେଲେ ହାରିନଥିଲେ, କେମିତି ଥିଲା IAS ଆଦିତ୍ୟଙ୍କ କାହାଣୀ

ପ୍ରଥମ ପ୍ରୟାସରେ ୨୨ ବର୍ଷୀୟା ଐଶ୍ବରା ୨୦୧୮ ୟୁପିଏସସି ପରୀକ୍ଷାରେ ସଫଳ ହୋଇଥିଲେ । ୬୩୦ ରାଙ୍କ ହାସଲ କରିଥିଲେ । ସେ ରେଲୱେ ଆକାଉଣ୍ଟ ସର୍ଭିସରେ କଲେକ୍ଟର ହୋଇଥିଲେ । ୨୦୧୯ରେ ପୁଣି ଥରେ ୟୁପିଏସସି ପରୀକ୍ଷା ଦେଇଥିଲେ । ଏଥିରେ ୪୪ତମ ରାଙ୍କ ହାସଲ କରି ଆଇଏଏସ ହୋଇଥିଲେ । ଐଶ୍ବରାଙ୍କ ବଡ ଉଉଣୀ ସୁସ୍ମିତା ୨୦୨୨ରେ ୟୁପିଏସସି ପରୀକ୍ଷାରେ ୫୨୮ ରାଙ୍କ ହାସଲ କରି ଆଇପିଏସ ଅଫିସର ହୋଇଥିଲେ । ଏହା ତାଙ୍କର ଷଷ୍ଠ ପ୍ରୟାସ ଥିଲା । ସାଧାରଣ ପରିବାରର ଏହି ଦୁଇ ଝିଅଙ୍କ ସଂଘର୍ଷର କାହାଣୀ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି । ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିବା ଅନେକ ପରୀକ୍ଷାର୍ଥୀଙ୍କୁ ପ୍ରେରଣା ଦେବେ ଦୁଇ ଭଉଣୀଙ୍କ ସଫଳତାର କାହାଣୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.