ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଜାତୀୟ ରାଜପଥ ଶୀଘ୍ର ସମ୍ପୂର୍ଣ ଏବଂ ସର୍ଭିସ୍ ରୋଡ୍‌ ମରାମତି ଦାବିରେ ରାସ୍ତାରୋକ

Published By : Harapriya Sethi | June 19, 2025 1:12 PM

ଆନନ୍ଦପୁର,୧୯/୦୬: ୨୦ ନଂ ଜାତୀୟ ରାଜପଥ ଘଷିପୁରା ଥାନା ଅନ୍ତର୍ଗତ ଶାଳପଡା ନିକଟରେ ସ୍ଥାନୀୟ ଦୋକାନୀ ଏବଂ ଜନସାଧାରଣଙ୍କ ଦ୍ୱାରା ରାସ୍ତାରୋକ କରାଯାଇଛି । ଫଳରେ ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଛି।

ସୂଚନା ମୁତାବକ, ୨୦ ନଂ ଜାତୀୟ ରାଜପଥ ଶାଳପଡା ନିକଟରେ ଦୀର୍ଘଦିନ ଧରି ରାସ୍ତାକାମ ଅସମ୍ପୂର୍ଣ୍ଣ ରହିଛି । ଫଳରେ ସର୍ଭିସ୍ ରୋଡ୍‌ରେ ବର୍ଷେରୁ ଅଧିକ ଦିନ ହେବ ଆଇରନ୍ ବୋଝେଇ ଟ୍ରକ୍‌ ସହ ଯାତ୍ରୀବାହୀ ବସ୍ ଏବଂ ଅନେକ ଗାଡି ଯାତାୟାତ କରୁଛି । ଠିକା ସଂସ୍ଥା ପକ୍ଷରୁ ଧୀମା କାମ କରିବା ସହ ସର୍ଭିସ୍ ରୋଡ୍‌ ମରାମତି ହେଉନାହିଁ । ଫଳରେ ଖରାଦିନେ ଧୂଳି ଧୂଆଁ ଏବଂ ବର୍ଷାଦିନେ ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି । ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଦୋକାନୀ ଏବଂ ଜନସାଧାରଣ । ତେଣୁ ତୁରନ୍ତ ଜାତୀୟ ରାଜପଥ କାମ ସମ୍ପୂର୍ଣ୍ଣ କରି ସର୍ଭିସ୍ ରୋଡ୍‌ ମରାମତି ଦାବିରେ ସ୍ଥାନୀୟ ଦୋକାନୀ ଏବଂ ଜନସାଧାରଣ ରାସ୍ତାରୋକ କରିଛନ୍ତି । ତୁରନ୍ତ ଜାତୀୟ ରାଜପଥ ସମ୍ପୂର୍ଣ୍ଣ କରିବା ସହ ସର୍ଭିସ୍ ରୋଡ୍‌ ମରାମତି ଦାବି କରିଛନ୍ତି ସ୍ଥାନୀୟ ଦୋକାନୀ ଏବଂ ଜନସାଧାରଣ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.