ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

୫ ବର୍ଷ ପରେ ଖସିଲା ରେପୋ ରେଟ୍; ୬.୫୦%ରୁ ହେଲା ୬.୨୫% , ଶସ୍ତା ହେବ EMI

Published By : Ankita S | February 7, 2025 10:22 AM

ନୂଆଦିଲ୍ଲୀ,୦୭/୦୨: ମଧ୍ୟବିତଙ୍କୁ ଡବଲ ଉପହାର । ଇନକମ ଟ୍ୟାକ୍ସ ଛାଡ ପରେ ଏବେ ଶସ୍ତା ହେବ ଲୋନ୍ । ବଜେଟରେ ଆୟକରରେ ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି ପରେ ଏବେ ଲୋନ୍ ଶସ୍ତା ନେଇ ଭେଟି ମିଳିଛି । ଆରବିଆଇର ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ବଡ ଘୋଷଣା କରିଛନ୍ତି । ୨୫% କମିଲା ରେପୋ ରେଟ୍ । ୫ ବର୍ଷ ପରେ କମିଛି ରେପୋ ରେଟ୍ । ୬.୫୦%ରୁ କମି ୬.୨୫% ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ମନିଟାରୀ ପିଲିସି କମିଟିରେ ନେଇ ଘୋଷଣା କରିଛନ୍ତି । ଏମପିସିର ସମସ୍ତ ସଦସ୍ୟ ରେପୋ ରେଟ୍ କମାଇବା ପକ୍ଷରେ ରହିଥିଲେ । ଆସନ୍ତୁ ଜାଣିବା ବିସ୍ତାରରେ ରେପୋ ରେଟ୍ ଉପରେ ଆରବିଆଇର ନିଷ୍ପତ୍ତି ସମ୍ପର୍କରେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଏମପିସି ବୈଠକ ପରେ ରେପୋ ରେଟରେ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି । ଦୀର୍ଘ ୫ ବର୍ଷ ପରେ  ୨୫% କମିଛି ରେପୋ ରେଟ୍ । ୬.୫୦%ରୁ କମି ୬.୨୫% ହୋଇଛି । ଏମପିସିର ସମସ୍ତ ସଦସ୍ୟ ରେପୋ ରେଟ୍ କମାଇବା ସପକ୍ଷରେ ଥିଲେ । ତେବେ ରୋପୋ ରେଟରେ ପରିବର୍ତ୍ତନ ଇଏମଆଇ ଉପରେ କଣ ପ୍ରଭାବ ପକାଇବ ମନକୁ ଆସୁଥିବ । ଇଏମଆଇ ଶସ୍ତା ହେବ । ଗତ ଦୁଇ ବର୍ଷ ହେବ ୬.୫୦%ରେ ସ୍ଥିର ଥିଲା ରେପୋ ରେଟ୍ ।

ମୁଦ୍ରାନୀତିକୁ (Monetary Policy) ନେଇ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି, ଅର୍ଥନୀତି ଉପରେ ଏହାର ପ୍ରଭାବ ପଡିବ । ତିନି ଦିନର ଏମପିସି ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି । ଡିଜିଟାଲ ସୁରକ୍ଷା ବୃଦ୍ଧି କରିବାକୁ ଆରବିଆଇ ବିଭିନ୍ନ ପଦକ୍ଷେପ ନେଉଛି । ୨୦୨୩ ଫେବୃଆରୀ ପରଠୁ ରେପୋ ରେଟ୍ ପ୍ରଥମ ଥର ପରିବର୍ତ୍ତନ ହୋଇଛି । ୨୦୨୦ କୋଭିଡ ମହାମାରୀ ସମୟରେ ଋଣ କମ୍ କରାଯାଇଥିଲା । ଏହା ପରେ ଧୀରେ ଧୀରେ ଋଣ ଦର ୬. ୫୦ ପ୍ରତିଶତ ବଢିଥିଲା । ରୋପୋ ରେଟ ଦୀର୍ଘ ସମୟ ପରେ ଅର୍ଥାତ ୫ ବର୍ଷ ପରେ ହ୍ରାସ ହୋଇଛି । ଏଥିରୁ ସାଧାରଣ ଲୋକ ହୋମ୍ ଲୋନ୍, ଯାନବାହାନ, ପର୍ସନାଲ ଲୋନର ଇଏମଆଇରେ ଆଶ୍ବସ୍ତି ମିଳିବ । ଲୋନ୍ ଶସ୍ତା ହେବା ଫଳରେ ଇମଏମଆଇ ବୋଝ କମିବ ।

ଏହା ବି ପଢନ୍ତୁ....ଲଗାତାର ସପ୍ତମ ଥର ଲାଗି ରେପୋ ରେଟ୍‌ ଅପରିବର୍ତ୍ତିତ, ବଢ଼ିବନି ଆପଣଙ୍କ ଲୋନ୍‌ର ଇଏମ୍‌ଆଇ

୨୫% ହ୍ରାସରେ ହୋମ୍ ଲୋନରେ ଇଏମଆଇ ଉପରେ କଣ ପ୍ରଭାବ ରହିବ ? ଯଦି ଜଣେ ୮.୫ ପ୍ରତିଶତ ସୁଧରେ ୨୦ ବର୍ଷ ପାଇଁ ୫୦ ଲକ୍ଷ ଟଙ୍କା ଲୋନ୍ ନେଇଛନ୍ତି ତେବେ ତାଙ୍କର ଇଏମଆଇ କମିବ । ୮.୫ ପ୍ରତିଶତ ସୁଧରେ ତାଙ୍କୁ ୪୩, ୩୯୧ ଟଙ୍କା ଦେବାକୁ ପଡିଥାନ୍ତା ମାତ୍ର ରେପୋ ରେଟ୍ କମିବା ପରେ ତାଙ୍କୁ ୮.୨୫ ପ୍ରତିଶତରେ ୪୨, ୬୦୩ ଟଙ୍କା ଦେବାକୁ ପଡିବ । ଯାହା ଫଳରେ ମାସକୁ ୭୮୮ ଟଙ୍କା ଓ ବର୍ଷକୁ ୯,୪୫୬ ଟଙ୍କା ସେଭ କରିପାରିବେ । ୧୨ ପ୍ରତିଶତରେ ଯଦି ୫ ଲକ୍ଷ ଟଙ୍କା କାର ଲୋନ ନେଉଛନ୍ତି ୧୧, ୨୮୨ ଟଙ୍କା ଇଏମଆଇ ଦେବାକୁ ପଡିବ । ରେପୋ ରେଟ୍ ହ୍ରାସ ଦରରେ ୧୧, ୧୪୯ ଟଙ୍କା ଦେବାକୁ ହେବ । ଯେଉଁଥିରେ ମାସକୁ ୧୩୩ ଟଙ୍କା ସେଭ୍ ହେବ । ବର୍ଷକୁ ୧, ୫୯୬ ଟଙ୍କା ବଞ୍ଚିବ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.