ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଯୁଦ୍ଧ ଭୂଇଁରୁ ଛାତିଥରା ଖବର; ଆମ୍ବୁଲାନ୍ସ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ୧୫ ମୃତ

Published By : Sushanta Sahu | November 4, 2023 4:51 PM

ଜେରୁଜେଲମ୍, ୦୪/୧୧: ହମାସ୍-ଇସ୍ରାଏଲ୍ ଯୁଦ୍ଧ ଭିତରେ ଗାଜାରୁ ଆସିଛି ଛାତିଥରା ଖବର । ଯୁଦ୍ଧରେ ଆହତ ହେଉଥିବା ଲୋକଙ୍କୁ ସ୍ଥାନାନ୍ତର ବେଳେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତର ଗାଜାରେ ଘଟିଛି ଏହି ଅଘଟଣ । ଏଥିରେ ଆଉ ୬୦ ଜଣ ଆହତ ହୋଇଥିବା ଦାବି କରିଛି ହମାସ୍ । 

ଏହାକୁ ନେଇ ଇସ୍ରାଏଲ୍ କହିଛି, ଆମେ ଆମ୍ବୁଲାନ୍ସକୁ ଚିହ୍ନଟ କରି ଆକ୍ରମଣ କରିଥିଲୁ । ଉକ୍ତ ଆମ୍ବୁଲାନ୍ସକୁ ହମାସ୍ ଆତଙ୍କବାଦୀ ବ୍ୟବହାର କରୁଥିଲେ । ଇସ୍ରାଏଲ୍ ଅନୁସାରେ, ଆକ୍ରମଣରେ ହମାସ୍ ଆତଙ୍କବାଦୀ ନିହତ ହୋଇଛନ୍ତି । ଉକ୍ତ ଆମ୍ବୁଲାନ୍ସ ହମାସ୍ ଆତଙ୍କୀ ଓ ଅସ୍ତ୍ରଶସ୍ତ୍ର ପରିବହନ କରାଯାଉଥିବା ଇସ୍ରାଏଲ୍ ଦାବି କରିଛି । 

୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ସନ୍ଧ୍ୟା ୬ଟା ୨୦ ଯାଏ ଘଡ଼ଘଡ଼ି ବର୍ଷା ପାଇଁ ସତର୍କତା

ଅନ୍ୟପଟେ ଇସ୍ରାଏଲ୍-ହମାସ୍ ଯୁଦ୍ଧକୁ ପାଖାପାଖି ମାସେ ବିତିବାକୁ ଯାଉଥିବା ବେଳେ ଆମେରିକା ଅସ୍ତ୍ରବିରତି ପାଇଁ କହିଛି । ତେବେ ଆମେରିକାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି ଇସ୍ରାଏଲ୍ । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି, ହମାସ୍ ବନ୍ଧକ ରଖିଥିବା ନାଗରିକଙ୍କୁ ନ ଛାଡ଼ିବା ଯାଏଁ ଇସ୍ରାଏଲ୍ ସମ୍ପୂର୍ଣ୍ଣ ସାମର୍ଥ୍ୟର ସହ ଆକ୍ରମଣ ଜାରି ରଖିବ । 

ଯୁଦ୍ଧ ଭିତରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ତେଲଅଭିଭରେ ତୃତୀୟଥର ଲାଗି ନେତନ୍ୟାହୁଙ୍କୁ ଭେଟିଥିଲେ । ଆଲୋଚନା ବେଳେ ଗାଜାକୁ ମାନବିକ ସହାୟତା ପାଇଁ ବ୍ଲିଙ୍କେନ୍ କହିଥିବା ବେଳେ ନେତନ୍ୟାହୁ ଆମେରିକାର ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି ।

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ମାମଲା, ତେଲଙ୍ଗାନାରୁ ଯୁବକଙ୍କୁ ଗିରଫ କଲା ପୋଲିସ

ଗାଜାରେ ଏବେବି ଇସ୍ରାଏଲ୍ ପକ୍ଷରୁ ଆକ୍ରମଣ ଜାରି ରହିଛି । ଇସ୍ରାଏଲ୍ ଆକ୍ରମଣରେ ଗାଜାରେ ଏବେ ସୁଦ୍ଧା ୯ ହଜାର ୨୨୭ ଜଣ ଫିଲିସ୍ତିନୀଙ୍କ ମୃତ୍ୟୁ ହୋଇଛି । ଯେଉଁଥିରେ ୩ ହଜାର ୮୨୬ ଛୁଆ ଅଛନ୍ତି । ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ହମାସ୍ କରିଥିବା ଅତର୍କିତ ଆକ୍ରମଣରେ ୧୪୦୦ ଜଣଙ୍କ ମୃତ୍ୟୁ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.