ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା

ଭୁବନେଶ୍ୱର, ୦୩/୧୨: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତ, ବାତ୍ୟାରେ ପରିଣତ ହୋଇଛି । ବାତ୍ୟାର ନାଁ ରହିଛି ‘ମିଗଜାଉମ୍’ । ଏହି ନାଁ ଦେଇଛି ମିଆଁମାର । ବାତ୍ୟା ନେଇ ଆନ୍ଧ୍ରପ୍ରଦେଶ ସଂଲଗ୍ନ ଉତ୍ତର ତାମିଲନାଡ଼ୁ-ପୁଡୁଚେରୀ ଉପକୂଳକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଏବେ ବାତ୍ୟା ‘ମିଗଜାଉମ୍’ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ସମୁଦ୍ରରେ ଗତି କରି ବଳ ଗୋଟାଉଛି । ପୁଡୁଚେରୀ ଠାରୁ ବାତ୍ୟା ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୩୦୦ କିଲୋମିଟର ଦୂରରେ ରହିଥିବା ବେଳେ ଚେନ୍ନାଇ ଠାରୁ ଦକ୍ଷିଣ ପୂର୍ବ ଦିଗରେ ୩୧୦ କିଲୋମିଟର ଦୂରରେ ରହିଛି ।

ନେଲ୍ଲୋର ଠାରୁ ବାତ୍ୟା ‘ମିଗଜାଉମ୍’ ଦକ୍ଷିଣପୂର୍ବରେ ୪୪୦ କିଲୋମିଟର ଦୂରରେ ରହିଥିବା ବେଳେ ବାପଟଲା ଓ ମଛଲିପାଟଣମ୍ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୫୫୦ କିଲୋମିଟର ଦୂରରେ ରହିଛି । ଏହା କ୍ରମଶଃ ଉତ୍ତରପଶ୍ଚିମ ଦିଗକୁ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ ।

ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ

୪ ତାରିଖ ଅପରାହ୍ଣରେ ବାତ୍ୟା ‘ମିଗଜାଉମ୍’ ଦକ୍ଷିଣ ଆନ୍ଧ୍ରପ୍ରଦେଶ ସଂଲଗ୍ନ ଉତ୍ତର ତାମିଲନାଡ଼ୁ ଉପକୂଳ ପହଞ୍ଚିବ । ଏହା ସମାନ୍ତରଳ ଭାବେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ନେଲ୍ଲୋରରୁ ମଛଲିପାଟଣମ୍ ମଧ୍ୟରେ ଡିସେମ୍ବର ୫ ତାରିଖରେ ଅତିକ୍ରମ କରିବ । ବାତ୍ୟା ଉପକୂଳ ଅତିକ୍ରମ କରିବା ବେଳେ ଘଣ୍ଟାପ୍ରତି ପବନର ବେଗ ୮୦ରୁ ୯୦ କିଲୋମିଟର ଏବଂ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗର ଝଟକା ପବନ ବହିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ବାତ୍ୟା ଓଡ଼ିଶାରେ ସିଧା ମାଡ଼ ହେବନି । ହେଲେ ଯେତିକି ପବନ, ବର୍ଷା ଧରି ଓଡ଼ିଶାରେ ପଶିବ, ସେଥିରେ ଉଜାଡ଼ି ଦେବ ଅମଳ ମୁହାଁ ଫସଲ। ବରବାଦ୍‌ କରିଦେବ ଧାନ, କପା, ମାଣ୍ଡିଆ, କୋବି, ଆଳୁ ଓ ଅନ୍ୟାନ୍ୟ ପନିପରିବା ଫସଲକୁ । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଉପକୂଳବର୍ତ୍ତୀ  ଅଞ୍ଚଳକୁ ବର୍ଷା ଆଶଙ୍କା ଘାରିଲାଣି । ଦକ୍ଷିଣରେ ପ୍ରବଳରୁ  ପ୍ରବଳତର ବର୍ଷା ହେବ । ପବନ ବି ୬୦ କିମି ପର୍ଯ୍ୟନ୍ତ  ଯାଇପାରେ ।

୩ରୁ ବର୍ଷା ଆରମ୍ଭ ହେବ । ୪ରୁ ବଢ଼ିବ ।  ଆସନ୍ତା ୫ ଓ ୬ରେ ପ୍ରବଳରୁ ପ୍ରବଳତର ବର୍ଷା  ହୋଇପାରେ । ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାବେଳେ ଦକ୍ଷିଣର ଅନେକ ସ୍ଥାନରେ ନିର୍ଧୁମ ବର୍ଷା ଆଶଙ୍କା ଅଛି । ଏ ବର୍ଷ ଆରମ୍ଭରୁ ବର୍ଷା ହେଲାନି । ଡେରିରେ  ବୁଣାବୁଣି ହେଲା । ଏବେ ଅମଳ ମୁହାଁ ଫସଲ । ଧାନ  ପ୍ରାୟତଃ ପାଚି ଯାଇଛି । ଏତିକିବେଳେ ମାଡି ଆସୁଛି ଲଗାଣ ବର୍ଷା ଆଉ ପବନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.