ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

କଠୁଆରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ; ଦୁଇ ଯବାନ ଆହତ

Published By : Bijay Swain | March 27, 2025 11:33 PM

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର କଠୁଆ ଜିଲ୍ଲାରେ ଗୁରୁବାର ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଛି। ଏହି ଘଟଣାରେ ଜାମ୍ମୁ ଓ କାଶ୍ମୀର ପୋଲିସର ସ୍ପେଶାଲ ଅପରେସନ୍ସ ଗ୍ରୁପ୍(ଏସ୍‌ଓଜି)ର ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ କଠୁଆର ଗଭର୍ନମେଣ୍ଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ସେମାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡ଼ିଛି।

ରାଜବାଗର ଘାଟି ଜୁଠାନା ଅଞ୍ଚଳର ଜାଖୋଲ ଗାଁ ନିକଟରେ ସକାଳେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା। ସୁରକ୍ଷାକର୍ମୀମାନେ ଆତଙ୍କୀମାନଙ୍କୁ ଦେଖିବା ମାତ୍ରେ ଗୁଳି ବିନିମୟ ଆରମ୍ଭ କରିଦେଇଥିଲେ। ଏହା ହିରାନଗର ସେକ୍ଟରରେ ଗତ ରବିବାର ଦିନ ହୋଇଥିବା ମୁକାବିଲାଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଘଟିଛି। ସୂଚନା ଅନୁସାରେ, ଏହି ଆତଙ୍କୀମାନେ ରବିବାର ଦିନ ହିରାନଗରରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟ ପରେ ପଳାଇଥିବା ଗୋଷ୍ଠୀରୁ ହୋଇପାରନ୍ତି ବୋଲି ସେନା ଅନୁମାନ କରୁଛି। ତେବ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରାୟ ୩୦ ମିନିଟ୍‌ରୁ ଅଧିକ ସମୟ ଧରି ମୁକାବିଲା ଲାଗି ରହିଥିଲା।

ଗତ ଚାରି ଦିନ ଧରି ସେନା କଠୁଆରେ ଏକ ବୃହତ୍ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରଖିଛି। ଏହି ଅଭିଯାନରେ ପୋଲିସ, ସେନା, ଏନଏସଜି, ବିଏସଏଫ ଏବଂ ସିଆରପିଏଫ ସାମିଲ ରହିଛନ୍ତି। ଅତ୍ୟାଧୁନିକ ସର୍ଭେଲାନ୍ସ ଟେକ୍ନୋଲୋଜି ଯଥା ଡ୍ରୋନ୍, ଇଉଏଭି ଏବଂ ବୁଲେଟପ୍ରୁଫ ଗାଡ଼ିର ସାହାଯ୍ୟରେ ଏହି ଅଭିଯାନ ଚାଲିଛି। ଏହି ଆତଙ୍କୀମାନେ ଗତ ଶନିବାର ଦିନ ପାକିସ୍ତାନରୁ ଏକ ସୁଡ଼ଙ୍ଗ ପଥ କିମ୍ବା ଜଙ୍ଗଲ ମାର୍ଗ ଦେଇ ଭାରତୀୟ ସୀମାରେ ପ୍ରବେଶ କରିଛନ୍ତି ବୋଲି ସୁରକ୍ଷା ଏଜେନ୍ସିଗୁଡ଼ିକ ଅନୁମାନ କରୁଛନ୍ତି। 

ସୁରକ୍ଷାକର୍ମୀମାନେ ବିଲାୱାର ଜଙ୍ଗଲ ଅଭିମୁଖେ ଯାଉଥିବା ରାସ୍ତାଗୁଡ଼ିକରେ ପାଟ୍ରୋଲିଂ ଜାରି ରଖିଛନ୍ତି। ସୋମବାର ଦିନ ହିରାନଗର ଅଞ୍ଚଳରେ ଚାରୋଟି ଏମ୍‌୪ କାର୍ବାଇନ୍ ମାଗାଜିନ୍, ଦୁଇଟି ଗ୍ରେନେଡ୍, ଏକ ବୁଲେଟପ୍ରୁଫ ଜାକେଟ୍, ସ୍ଲିପିଂ ବ୍ୟାଗ୍, ଟ୍ରାକସୁଟ୍ ଏବଂ ଖାଦ୍ୟ ସାମଗ୍ରୀ ଉଦ୍ଧାର କରାଯାଇଥିଲା। ଯାହା ଉକ୍ତ ଅଞ୍ଚଳରେ ଆତଙ୍କୀ ଗତିବିଧିର ସୂଚନା ଦେଇଥିଲା। ଏଣୁ ସେନା ଆକ୍ସନ ମୋଡ୍ ରେ କାର୍ଯ୍ୟଭାର ଗ୍ରହଣ କରି ସର୍ଚ୍ଚ ଅପରେସନ ଜାରି ରଖିଥିଲା।

ଜାମ୍ମୁ ଓ କାଶ୍ମୀର ପୋଲିସର ଡିଜିପି ନଳିନି ପ୍ରଭାତ ଏବଂ ଜାମ୍ମୁ ଜୋନ୍‌ର ଆଇଜିପି ଭୀମ ସେନ ଟୁଟି ଗତ ଚାରି ଦିନ ଧରି କଠୁଆରେ ରହି ଏହି ଅଭିଯାନର ନେତୃତ୍ୱ ନେଉଛନ୍ତି। ସ୍ଥାନୀୟ ଗ୍ରାମବାସୀମାନେ ମଧ୍ୟ ସୁରକ୍ଷାକର୍ମୀଙ୍କ ପାଇଁ ସହଯୋଗର ହାତ ବଢାଇଛନ୍ତି ବୋଲି ଜଣାପଡିଛି। ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ସେନା ସୂଚନା ପ୍ରଦାନ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.