ନୂଆଦିଲ୍ଲୀ,୦୯/୦୬: କଥାରେ ଅଛି ନା ସ୍ୱପ୍ନକୁ କେବେ ଅଧୁରା ରଖିବା କଥା ନୁହେଁ । ପରିସ୍ଥିତି ଯାହା ବି ହେଉ ଯେତେ ବାଧାବିଘ୍ନ ଆସୁ ଇଚ୍ଛାଶକ୍ତି ଓ ଧୈର୍ଯ୍ୟ ରହିବା ଦରକାର । କାରଣ ସ୍ୱପ୍ନ ସତ ହେବାକୁ ସମୟ ଲାଗିଥାଏ ହେଲେ ଲକ୍ଷ୍ୟ ନିଶ୍ଚିନ୍ତ ମିଳିଥାଏ । ଆମେ ଆପଣଙ୍କୁ ସେମିତି ଏକ କାହାଣୀ କହିବୁ ଯାହା ପ୍ରେରଣା ସାଜିଛି । ବୟସର ଅପରାହ୍ନରେ ଜଣେ ନିଜ ସ୍ୱପ୍ନ ସାକାର କରିଛନ୍ତି । ଜଣେ ୮୮ ବର୍ଷୀୟା ବୃଦ୍ଧା ଗ୍ରାଜୁଏଟ ହୋଇଛନ୍ତି । ୬୦ ବର୍ଷର ଅପେକ୍ଷା ପରେ ଶେଷରେ ଡିଗ୍ରୀ ହାସଲ କରିଛନ୍ତି ବୃଦ୍ଧା ଜଣକ । ତାଙ୍କର ଏହି ସଫଳତା ପ୍ରମାଣ କରୁଛି ଧୈର୍ଯ୍ୟର ଅପେକ୍ଷା ସର୍ବା ମିଠା ହୋଇଥାଏ ।
୮୮ ବର୍ଷୀୟା ଜୋଆନ୍ ଆକେକଜାଣ୍ଡର ୧୯୫୦ରେ ୟୁନିଭର୍ସିଟି ଛାତ୍ରୀ ଥିଲେ । ୧୯୫୯ରେ ସେ ଗ୍ରାଜୁଏଟ ହେବାର ଥିଲା ହେଲେ ତାହା ସମ୍ଭବ ହୋଇପାରିନଥିଲା । ସେ ପ୍ରଥମ ସନ୍ତାନର ଗର୍ଭବତୀ ଥିବାରୁ ଗ୍ରାଜୁଏସନ ଶେଷ କରିବାକୁ ଅନୁମତି ମିଳିନଥିଲା । ଏବେ ତାଙ୍କ ହାତରେ ବିଜ୍ଞାନରେ ଗ୍ରାଜୁଏସନ ହାସଲ କରିଥିବା ଡିଗ୍ରୀ ରହିଛି । ଅପେକ୍ଷା, ଇଚ୍ଛାର ପରିଣାମକୁ ହାତରେ ଧରି ସେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ତାଙ୍କ ଜୀବନରେ ଧିମା ପଡିଯାଇଥିବା ଏକ ଯାତ୍ରା ଶେଷ ହୋଇଛି ।
୬୦ ବର୍ଷ ପରେ ଜୋଆନ୍ ଗ୍ରାଜୁଏଟ୍ ହେବାର ସ୍ୱପ୍ନ ସାକାର କରିଛନ୍ତି । ଦ ନ୍ୟୁୟର୍କ ରିପୋର୍ଟ ଅନୁସାରେ, ସେ ଗର୍ଭବତୀ ଥିବାରୁ ଯେଉଁ ଡିଗ୍ରୀ ଅଧା ରହିଥିଲା ତାହା ପୂରଣ ହୋଇଛି । ଆଲେକଜାଣ୍ଡରଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଜୋଆନ୍ ଆଲେକଜାଣ୍ଡରଙ୍କ ଝିଅ ମାଆଙ୍କର ଅଧୁରା ପାଠପଢାକୁ ପୂରଣ କରିବାକୁ ବିଶ୍ୱବିଦ୍ୟାଳୟ ସହ ଯୋଗାଯୋଗ କରିଥିଲେ । ସହକାରୀ ଡିନ୍ ଜଷ୍ଟିନ ଡିମେଲଙ୍କ ସହିତ ୟୁନିଭର୍ସିଟି ଷ୍ଟାଫ୍ ଘଟଣାକୁ ଗୁରୁତର ସହ ନେଇଥିଲେ । ୧୯୫୯ରେ ଆଲେକଜାଣ୍ଡର ଗର୍ଭବତୀ ହୋଇଥିଲେ । ତେଣୁ ତାଙ୍କୁ କୋର୍ସର ଆବଶ୍ୟକୀୟ ଷ୍ଟୁଡେଣ୍ଟ ଟିଚିଙ୍ଗ କରିବାକୁ ଅନୁମତି ନଥିଲା । ଯାହା ପାଇଁ ତାଙ୍କର ଡିଗ୍ରୀ ଅଧାରେ ରହିଥିଲା ।
ଗତ ମେ ୧୧ ତାରିଖରେ ୟୁନିଭର୍ସିଟି ପକ୍ଷରୁ ଗ୍ରାଜୁଏସ ସେରିମନୀ ଜୋଆନଙ୍କୁ ସମ୍ମାନିତ କରାଯାଇଥିଲା । ବୟସ ଓ ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ ଥିବାକୁ ତାଙ୍କ ଝିଅ ଓ ନାତି ତାଙ୍କ ସ୍ଥାନରେ ଡିଗ୍ରୀ ଗ୍ରହଣ କରିଥିଲେ । ଏହାପରେ ତାଙ୍କ ଝିଅ କହିଥିଲେ,''ମାଆ ସେଠାରେ ଉପସ୍ଥିତ ନହେବାରୁ ଦୁଃଖିତ । ହେଲେ ମୋ ପୁଅ ସହିତ ସେହି ମୂହୁର୍ତ୍ତକୁ ବଞ୍ଚିବା ମୋ ପାଇଁ ବହୁତ ଭାବୁକ ଅନୁଭବ ଥିଲା ।''
ସେହିପରି ଡିଗ୍ରୀ ମିଳିବା ପରେ ଜୋଆନ କହିଛନ୍ତି,''ମୁଁ ସବୁବେଳେ ଭାବୁଥିଲି ପଛରେ ପଡିଯାଇଛି । ହେଲେ ଏବେ ମୋତେ ଲାଗୁଛି ମୋ ହୃଦୟରେ ଯେଉଁ ଖାଲିସ୍ଥାନ ଥିଲା ତାହା ପୂରଣ ହୋଇଛି । ଏହା ମୋ ପାଇଁ ସାଧନାର ପରିଣା ।''