ୱାଶିଂଟନ,୦୯/୦୬: ଆମେରିକାରେ ବିମାନ ଦୁର୍ଘଟଣା ହୋଇଛି । ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ଆମେରିକାର ଟେନେସି ଅଞ୍ଚଳରେ କ୍ରାସ୍ ହୋଇଛି । ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଟେନେସି ହାଇୱେ ପାଟ୍ରୋଲ ଏବଂ ଫେଡେରାଲ ଆଭିଏସନ୍ ଆଡମିନିଷ୍ଟ୍ରେନ୍ (FAA) ଅନୁଯାୟୀ, କପି କାଉଣ୍ଟିରେ ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ଦୁର୍ଘଟଣା ହୋଇଛି । ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦୁର୍ଘଟଣା ହୋଇଛି । ଗୁରୁତର ଆହତ ହୋଇଥିବା ଯାତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ଏୟାରଲିପ୍ଟ କରାଯାଇଛି ।
ସ୍ଥାନୀୟ ସମୟ ରାତି ପ୍ରାୟ ୧୨ ଟା୪୫ରେ ପୁରୁଣା ସେଲବିଭିଲ ରୋଡ୍ ନିକଟରେ ଦୁର୍ଘଟଣା ଘଟିଥିଲା । ପ୍ରାଥମିକ ରିପୋର୍ଟ ଅନୁଯାୟୀ ୧୬ ରୁ ୨୦ ଜଣ ବିମାନରେ ଥିଲେ । ଦୁର୍ଘଟଣା ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏଫଏଏ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିମାନରେ ୨୦ ଜଣ ଯାତ୍ରୀଥିଲେ । ବିମାନଟି ଏକଡି ହାଭିଲାଣ୍ଡ କାନାଡା ଡିଏଚସି-୬ ଟ୍ୱିନ ଓଟର ବୋଲି ଚିହ୍ନଟ ହୋଇଛି । ବିମାନଟି ଟୁଲାହୋମା ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ।