ନୂଆଦିଲ୍ଲୀ,୯।୬: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଚାଲିଛି ବୟାନବାଜି। ଏବେ ଏହି ସୋସିଆଲ ମିଡିଆ ଓ୍ବାରରେ ଏଲନ୍ ମସ୍କଙ୍କ ବାପା ଏରୋଲ ମସ୍କଙ୍କ ଆସିଛି ବୟାନ। ରୁଷର ରାଜଧାନୀ ମସ୍କୋରେ ସେ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ଦୁଇ ପକ୍ଷ ମଧ୍ୟରେ ଗତ କିଛି ମାସ ହେବ ବିବାଦ ଥିଲା। ଏହି ବିବାଦ କାରଣରୁ ଏଲନ ସାର୍ବଜନୀନ ଭାବରେ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି, ଯାହାକି ତାଙ୍କର ଭୁଲ।’
ଏରୋଲ ମସ୍କ ରୁଷର ଖବର କାଗରଜ ଇଜଭୋଷ୍ଟିୟାକୁ କହିଛନ୍ତି, ଗତ ୫ ମାସରେ ସେ ଦୁଇ ଚାପରେ ଥିଲେ, ତେଣୁ ଏଭଳି କଥା ହୋଇପାରେ। ଦୁହେଁ ଚାପଗ୍ରସ୍ତ ଅଛନ୍ତି। ଟ୍ରମ୍ପ ଜିତିବେ, କାରଣ ସେ ରାଷ୍ଟ୍ରପତି ଓ ତାଙ୍କୁ ଜନତା ବାଛିଛନ୍ତି।’ ଏରୋଲ ଏହି ଘଟଣାକୁ ଏକ ଛୋଟ ବିବାଦ ବୋଲି କହିଛନ୍ତି। ଏହା ଖୁବ୍ ଶୀଘ୍ର ଶେଷ ହୋଇଯିବ ବୋଲି ମଧ୍ୟ ଆଶା ରଖିଛନ୍ତି।
ତେବେ ଶନିବାର ଟ୍ରମ୍ପ କହିଛନ୍ତି, ତାଙ୍କର ଏଲନ ମସ୍କଙ୍କ ସହ ସମ୍ପର୍କ ଶେଷ ହୋଇଯାଇଛି। ଏହା ସହ ସେ ଚେତାବନୀ ଦେଇଛନ୍ତି ଯଦି ମସ୍କ ଆମେରିକା ଡେମୋକ୍ରାଟିକକୁ ଫଣ୍ଡ ଦିଅନ୍ତି ଯିଏକି ରିପବ୍ଲିକାନ୍ ବିରୋଧରେ ନିର୍ବାଚନ ଲଢୁଛି, ତେବେ ଏହାର ପରିଣାମ ଗମ୍ଭୀର ହେବ। ଅନ୍ୟପକ୍ଷେ ମସ୍କ ଏହା ମଧ୍ୟ ଦାବି କରିଛନ୍ତି ଯେ, ଯଦି ସେ ନଥାନ୍ତେ ତେବେ ଟ୍ରମ୍ପ କେବେ ରାଷ୍ଟ୍ରପତି ନିର୍ବାଚନ ଜିତି ପାରିନଥାନ୍ତେ। ଉଲ୍ଲେଖନୀୟ ଯେ, ଟ୍ରମ୍ପଙ୍କୁ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଜିତିବାକୁ ଏଲନ ମସ୍କ ଖୁବ୍ ଆର୍ଥିକ ସାହାଯ୍ୟ କରିଥିଲେ।