ଭୁବନେଶ୍ବର,୧୦।୧୨ : ୧୦ ବର୍ଷରେ ମଲେଣି ୮୫୭ ହାତୀ। ସେଥି ମଧ୍ୟରୁ ୩୦୫ ହାତୀ ରୋଗର ଶିକାର ହୋଇ ମୃତ୍ୟୁ ଘଟିଛି। ସେହିପରି ୧୪୯ ହାତୀ ବିଦ୍ୟୁତ ଆଘାତରେ ଓ ପ୍ରାକୃତିକ କାରଣରୁ ୨୨୯ ହାତୀ ମୃତ୍ୟୁ ହୋଇଛି। ସେହିପରି ଶିକାର ଦ୍ୱାରା ୩୦ ହାତୀ, ରେଳ ଦୁର୍ଘଟଣାରେ ୨୯, ପ୍ରତିହିଂଶା ପରାୟଣ ଦ୍ୱାରା ୧୬ ହାତୀ ମୃତ୍ୟୁ ଘଟିଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ସୂଚନା ଦେଇଛନ୍ତି।
୨୦୨୪ ନଭେମ୍ବର ସୁଦ୍ଧା ରାଜ୍ୟରେ ହାତୀ ସଂଖ୍ୟା ରହିଛି ୨୧୦୩ । ୨୦୧୫ ରେ ଥିଲେ ୧୯୫୪ ହାତୀ,୨୦୧୭ ରେ ସଂଖ୍ୟା ବଢି ୧୯୭୬ ପହଁଚିଥିଲା । ଆଉ ୨୦୨୪ ରେ ସଂଖ୍ୟା ବଢି ୨୦୯୮ ଟି ହାତୀ ରହିଥିଲେ ବୋଲି ହାତୀ ଗଣନା ରିପୋର୍ଟ ଆଧାରରେ ଜଣାପଡିଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ।