ପଟ୍ଟାମୁଣ୍ଡାଇ, ୨୫/୧୦ : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଦାନା’ ଗୁରୁବାର ରାତି ପ୍ରାୟ ୧୨ଟାରେ ଓଡ଼ିଶା ଉପକୂଳ ସ୍ପର୍ଶ କରିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା "ଦାନା" କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଝିରେ ଲ୍ୟାଣ୍ଡଫଲ କରିଛି। ଯାହା ସୂଚନା ରହିଛି ବାତ୍ୟା ରାଜନଗରର ହବେଳୀଖଟିରେ ସ୍ଥଳଭାଗ ଛୁଇଁଛି। ବାତ୍ୟା ପ୍ରଭାବରେ ରାଜନଗରର ସାତଭାୟା ଥଇଥାନ ସ୍ଥଳୀ ବଗପାଟିଆରେ ସମୁଦ୍ରର ଜୁଆର ପାଣି ପଶି ଆସିଛି । ଯାହାଦ୍ୱାରା ୫୭୧ ପରିବାର ଏଵେ ପାଣି ଘେରରେ ଅଛନ୍ତି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେବି ବର୍ଷା ଲାଗି ରହିଥିବାରୁ ଆହୁରି ପାଣି ବଢିବା ନେଇ ଆଶଙ୍କା କରାଯାଉଛି। ସେପଟେ ବାତ୍ୟା ଦାନା ଗତକାଲି ରାତିରେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ତାଣ୍ଡବ ରଚିଛି। ଫଳରେ ଅନେକ ଗୁଡିଏ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି।
୧୨ କୋଟି ସମ୍ପତ୍ତିର ମାଲିକାଣୀ ପ୍ରିୟଙ୍କା, ସ୍ୱାମୀ ର...