ପ୍ରମୂଖ ଖବର
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ,୨୨ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ
  • ||
  • ବଲାଙ୍ଗୀର : ଟିକ୍ରାପଡ଼ା-ଝିଙ୍କିଡୁଙ୍ଗୁରି ରାସ୍ତାରେ ବାଇକ୍‌ ଦୁର୍ଘଟଣା, ବାଇକ୍‌ ଆରୋହୀ ମୃତ
  • ||
  • ଆନନ୍ଦପୁର : ୨୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଗୁଜରାଟ ମଡେଲରେ ଓଡ଼ିଶାରେ ହେବ ପୋଷଣ କେନ୍ଦ୍ର, ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ
  • ||
  • ମୟୂରଭଞ୍ଜ : ପାରିବାରିକ ଅସନ୍ତୋଷରୁ ସ୍ତ୍ରୀକୁ ପିଟିପିଟି ହତ୍ୟା ,ସ୍ୱାମୀ ଫେରାର
  • ||
  • ଜଳେଶ୍ୱରରେ ଲଜ୍ଜ୍ୟା : ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ସମ୍ପର୍କୀୟ କାକା ଫେରାର
  • ||
  • ଶାନ୍ତିପଲ୍ଲୀ ବସ୍ତିରେ ହତ୍ୟା ଘଟଣା: ୩ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଏଆର ରେହମାନ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି
  • ||
  • ଗୁଲୁମୀ ଜଳପ୍ରପାତରେ ବୁଡ଼ି ଛତିଶଗଡ଼ର ଦୁଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଗଡଗୋବିନ୍ଦପୁର ପୂର୍ବତନ ସରପଞ୍ଚ କେ ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କନ୍ଧମାଳ : ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚିରନିଦ୍ରାରେ ପଦ୍ମଭୂଷଣ ରମାକାନ୍ତ ରଥ, ୯୧ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ
  • ||
  • ଲସ୍କର ଆତଙ୍କୀ ଅବୁ କତାଲ ନିହତ; NIAର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା
  • ||
  • ଭୁବନେଶ୍ୱର : କାର୍‌-ସ୍କୁଟର୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ଓଡ଼ିଶାରେ ଉପରମୁହାଁ ତାତି, ୩ ଦିନ ପାଇଁ ହିଟ୍‌ଓ୍ବେଭ୍ ଆଲର୍ଟ, ୩ ଜିଲ୍ଲାକୁ ରେର୍ଡ ଏବଂ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବାଇକ୍‌ ଚଳାଇବା ୨ ନାବାଳକଙ୍କ ପାଇଁ ପଡ଼ିଲା ମହଙ୍ଗା, ଗଣିଲେ ୨୫ ହଜାର ଟଙ୍କା ଲେଖାଏଁ ତଣ୍ଡ

Published By : Prameya | March 28, 2023 8:02 PM

ଭଞ୍ଜନଗର,୨୮/୩(ଆପ୍ର) ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ପରେ ସାରା ରାଜ୍ୟରେ ଆଜି ଦିନକୁ ଜିରୋ ଟଲେରାନ୍ସ ଡେ ଭାବେ ପାଳନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହାକୁ ଆଜିଠାରୁ କଡାକଡି ଭାବେ ପାଳନ କରାଯାଇଛି। ଜିଲ୍ଲାର ଛତ୍ରପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଆଜି ୧୨ଟି ଏ ସଂପର୍କିତ ମାମଲା ରୁଜୁ କରାଯାଇଥିବା ବେଳେ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୨ ଟି ମାମଲା ରୁଜୁ କରାଯାଇଛି।

ମଙ୍ଗଳବାର ଖୋଦ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଭଞ୍ଜନଗର ସହରର ବିଭିନ୍ନ ରାସ୍ତାରେ ଚଳପ୍ରଚଳ କରୁଥିବା ଯାନ ବାହାନ ଉପରେ ତୀକ୍ଷ୍ମ ନଜର ରଖିଥିବା ବେଳେ ପ୍ରଥମ ଦିବସରେ ୨ ଜଣ ନାବାଳକ ଗାଡି ଚାଳକଙ୍କୁ ଧରିଥିବା ଜଣାପଡିଛି। ଆଞ୍ଚଳିକ ପରିବହନ ଅଧିକାରୀ ରାୟ ଏସଂପର୍କରେ ଦେଇଥିବା ସୂଚନା ପ୍ରକାରେ ମଙ୍ଗଳବାର ସାରା ରାଜ୍ୟରେ ଗୋଟିଏ ଦିନରେ ଏହି ଜିରା ଟଲେରାନ୍ସ ଡେ ପାଳିତ ହୋଇଛି। ଭଞ୍ଜନଗର ସହରରେ ମଧ୍ୟ ଏଥିପାଇଁ କଡା ନଜର ରଖାଯାଇ ଯାଞ୍ଚ କରାଯାଇଥିବା ବେଳେ ୨ ଜଣ ନାବାଳକ ବାଇକ୍ ଚାଳକ ଧରାପଡି ତଣ୍ଡ ଗଣିଛନ୍ତି। ଏଥିନେଇ ୨ଟି ମାମଲା ରୁଜୁ କରାଯାଇ ପ୍ରତ୍ୟେକ ନାବାଳକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ପକା ଯାଇଛି। ସେହିପରି ଧରାପଡ଼ିଥିବା ୨ ଜଣ ନାବାଳକଙ୍କୁ ୨୫ ବର୍ଷ ଯାଏଁ ସର୍ବ ଭାରତୀୟ ସ୍ତରରେ କେଉଁଠି ବି ଡ୍ରାଇଭି° ଲାଇସେନ୍ସ ମିଳିପାରିବ ନାହିଁ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି। 

    ଆରଟିଓ ଙ୍କ ସୂଚନା ପ୍ରକାରେ ଏଣିକି ଏହି ନିୟମ ରାଜ୍ୟରେ କଡାକଡି ଭାବେ ପାଳନ ହେବ। । ଧରାପଡିବା ନାବାଳକ/ନାବାଳିକା ଙ୍କୁ ୨୫ ବର୍ଷ ଯାଏଁ ଲାଇସେନ୍ସ ମିଳିବ ନାହିଁ। ପରିବାର ର ମୁଖ୍ୟ ଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହେବ। ପ୍ରତ୍ୟେକ ନାବାଳକ ବାଇକ୍ ଚଳାଉଥିବା ବେଳେ ଧରାପଡିଲେ ୨୫ ହଜାର ଟଙ୍କା ର ଜୋରିମାନା ଦେବାକୁ ବାଧ୍ୟ ହେବେ। ଏଣୁ ପ୍ରତ୍ୟେକ ବ୍ୟକ୍ତି ବିଶେଷ ଏଥିପାଇଁ ସଜାଗ ରହିବା ନିହାତି ଆବଶ୍ୟକ ବୋଲି ସେ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି। ଅନ୍ୟ ପକ୍ଷରେ ମୋଟର ଯାନ ଚଳାଚଳ ଅଧିନିୟମ ପ୍ରକାରେ ବିନା ହେଲମେଟ ରେ ଯାତ୍ରା କରିବା, ବିନା ଲାଇସେନ୍ସରେ ଯାତ୍ରା, ଗାଡି ର ସମସ୍ତ କାଗଜପତ୍ର ଠିକ୍ ନଥିଲେ ଧରାପଡି ଅର୍ଥ ଦଣ୍ଡ ରେ ଦଣ୍ଡିତ ହେବ। ଏଣୁ ନାଗରିକ ମାନେ ଏଥିପ୍ରତି ସଜାଗ ଓ ସଚେତନ ରହିବା ଜରୁରୀ ବୋଲି ସେ ଉଲ୍ଲେଖ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.