ବାରିପଦା,୨୮/୮ : ପିଠବଟା ସାଉଥ ୱାଇଲ୍ଡ ଲାଇଫ ରେଞ୍ଜରେ ୫ ଜଣ ସନ୍ଦିଗ୍ଧ ଶିକାରୀଙ୍କୁ ଗିରଫ କରାଯାଇଛି। ଗୋପନୀୟ ଭାବରେ ରଖାଯାଇଥିବା ଆଇଆର ଟ୍ରାପ କ୍ୟାମେରାରେ କଏଦ ହୋଇଥିବା ଫଟୋଗ୍ରାଫ ଉପରେ ଛାନଭିନ କରି ଏସିଏଫ ଏବଂ ପିଠାବଟା ସାଉଥ କର୍ମଚାରୀଙ୍କ ନେତୃତ୍ୱରେ ବୁଧବାର ଏକ ଟିମ୍ ୫ ଜଣ ସନ୍ଦିଗ୍ଧ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ବେସର ପାଣି ଗ୍ରାମର କରୁଣାକର ମଲ୍ଲିକ,(୨୮), କାର୍ତ୍ତିକ ଭକ୍ତା (୩୦) , ଭୋଳା ଭକ୍ତା(୨୯) , ଗୁନୁ ଭକ୍ତା (୩୦), ଏବଂ ରବି ଭକ୍ତା(୫୦)।
ବେସରପାଣି ସ୍ଥିତ ଅଭିଯୁକ୍ତ ମାନଙ୍କ ଘର ଚଢ଼ାଉ କରାଯାଇ ୩ ଟି ଗୁଳି ନ ଥିବା ବନ୍ଧୁକ , ଗୋଟିଏ ଗୁଳି ଭର୍ତ୍ତି ବନ୍ଧୁକ, ୧୦୦ ଗ୍ରାମ ବନ୍ଧୁକ ପାଉଡର, ୨ ଟି ହେଡ ଲାଇଟ୍, ଦୁଇଟି କରତ, ଗୋଟିଏ କ୍ଲଚ ତାର ଫାନ୍ଦ , ୨୦୦ ଟି ବାଟୁଳି ଏବଂ ଗୋଟିଏ ବାଉଁଶ ଫାନ୍ଦ ସେଟ୍ ମଧ୍ୟ ଜବତ କରାଯାଇଥିଲା ।
ଶିମିଲିପାଳ ୱାଇଲ୍ଡ ଲାଇଫ ଇଣ୍ଟେଲିଜେନ୍ସ ନେଟୱାର୍କ (ସ୍ଵିନ) ର ଗୁପ୍ତଚର ପ୍ରକ୍ରିୟାକୃତ କର୍ମଚାରୀଙ୍କ ମାଧ୍ୟମରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିଲା। ଅଭିଯୁକ୍ତ ମାନଙ୍କୁ ଆର୍ମସ୍ ଆକ୍ଟ ଅନୁଯାୟୀ ମାମଲା ଦାୟର କରାଯିବ ବୋଲି ଦକ୍ଷିଣ ବନ୍ୟଜନ୍ତୁ ବିଭାଗର ଶିମିଳିପାଳ ଡେପୁଟି ଡାଇରେକ୍ଟର ଡକ୍ଟର ସମ୍ରାଟ ଗୌଡା ସୂଚନା ଦେଇଛନ୍ତି।