ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ : ଏନକାଉଣ୍ଟରରେ ୩୧ ମାଓବାଦୀ ନିହତ , ୨ ଯବାନ ସହିଦ

Published By : Prameya | February 9, 2025 4:53 PM

ରାୟପୁର : ଛତିଶଗଡ଼ର ବିଜାପୁର ଜିଲ୍ଲାରେ ରବିବାର ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୩୧ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଇଜି ବସ୍ତର ପି ସୁନ୍ଦରରାଜଙ୍କ କହିବାନୁସାରେ, ଗୁଳି ବିନିମୟ ବେଳେ ସୁରକ୍ଷାବାହିନୀର ୪ ଯବାନ ମଧ୍ୟ ଗୁରୁତର ଭାବେ ଆହତ ହୋଇ ଥିଲେ, ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲ । ଏଥିରୁ ଦୁଇ ଜଣ ଯବାନଙ୍କ ଚିକିତ୍ସିତ ଅବସ୍ଥାରେ ସହିଦ ହୋଇଛନ୍ତି। 

ଅନ୍ୟ ଦୁଇ ଜଣ ଆହତ ଯବାନଙ୍କର ସ୍ଥିତି ବିପଦ ମୁକ୍ତ ରହିଛି ଏବଂ ସେମାନଙ୍କର ଭଲ ଚିକିତ୍ସା ପାଇଁ ହାୟର ସେଣ୍ଟର ସ୍ଥାନାନ୍ତର କରିଦିଆ ଯାଇଛି। ଆଇଜି ବସ୍ତର କହିଛନ୍ତି ଯେ , ଇନ୍ଦ୍ରାବତୀ ରାଷ୍ଟ୍ରୀୟ ଉଦ୍ୟାନ କ୍ଷେତ୍ରର ଜଙ୍ଗଲରେ ବିଜାପୁର ଓ ନାରାୟଣପୁରରେ ଲାଗି ଥିବା ମହାରାଷ୍ଟ୍ରର ସୀମାରେ ରବିବାର ସକାଳେ ଏହି ସମୟରେ ଗୁଳି ବିନିମୟ ଆରମ୍ଭ ହୋଇ ଯାଇଛି, ଯେବେ ସୁରକ୍ଷାକର୍ମୀଙ୍କ ଏକ ଟିମ୍‌ ଆଣ୍ଟି-ନକ୍ସ ଅପରେସନରେ ଥିଲା। ବସ୍ତର ପୁଲିସ କହିଛି କି , ଅଞ୍ଚଳରେ ତଲାସୀ ଅଭିଯାନ ଜାରି ଅଛି।

ଆଇଜି ପି ସୁନ୍ଦରରାଜ କହିଛନ୍ତି ଯେ, ମରି ଥିବା ମାଓବାଦୀଙ୍କ ସଂଖ୍ୟା ଅଧିକ ହୋଇ ପାରେ। ଏନକାଉଣ୍ଟର ସ୍ଥାନରୁ ଅଟୋମେଟିକ୍‌ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି। ଛତିଶଗଡ଼ରେ ସୁରକ୍ଷାବାହିନୀ ଲଗାତାର ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁଛନ୍ତି। ଡିଆରଜି ବିଜାପୁର , ଏସଟିଏଫ୍‌, ସି-୬୦ର ଯବାନ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଛନ୍ତି। ବିଜାପୁରରେ ହିଁ ୧ ଫେବ୍ରୁଆରୀ , ୨୦୨୫ରେ ଗଙ୍ଗାଲୁର ଅଞ୍ଚଳରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟର ଗୁଳିବିନିମୟ ହୋଇଥିଲା। ଏଥିରେ ୮ ଜଣ ମାଓବାଦୀ ମରିଥିଲେ। ଗତ ମାସକରେ ୨୦-୨୧ ଜାନୁଆରୀରେ ଛତିଶଗଡ଼ ଓ ଓଡ଼ିଶାର ସୀମାରେ ଗାରିଆବନ୍ଦ ଜିଲ୍ଲାର ଜଙ୍ଗଲରେ ସୁରକ୍ଷାବାହିନୀ ସହ ଗୁଳି ବିନିମୟରେ ୧୬ ମାଓବାଦୀ ମରିଥିଲେ। ଏଥିରେ ୯୦ ଲକ୍ଷର ପୁରସ୍କାର ଘୋଷିତ ମାଓବାଦୀ ଚଲପତି ମଧ୍ୟ ସାମିଲ ଥିଲେ। 


 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.