ପ୍ରମୂଖ ଖବର

ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ୩ ଗିରଫ

Published By : Suraj Kumar | December 9, 2024 11:04 PM

ଭୁବନେଶ୍ବର,୯।୧୨ :ଚାକିରି କରେଇବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ। ତିନି ଜଣଙ୍କୁ ବାନ୍ଧିଲା ପୁଲିସ। ମୁଖ୍ୟ ଅଭିଯୁକ୍ତ  ପ୍ରଦ୍ୟୁମ୍ନ ପୋଲାଈ ସମେତ ବ୍ରହ୍ମପୁରର ଆଶିଷ ମହାପାତ୍ର ଓ ଜଗତସିଂହପୁରର ମିହିର ରାଉତଙ୍କୁ ଗିରଫ କଲା ବ୍ରହ୍ମପୁର ପୁଲିସ। ଟଙ୍କା ଗଣତି ମେସିନ, ଗୋଟିଏ ଲ୍ୟାପଟପ,  ପାଞ୍ଚଟି ମୋବାଇଲ ଫୋନ, ଦୁଇଟି ସ୍କୁଟି, ରାଜ୍ୟର ବିଭିନ୍ନ ଅଞ୍ଚଳର ୧୫ ଜଣ ଛାତ୍ରଛାତ୍ରୀଙ୍କ ଅସଲି ସାର୍ଟିଫିକେଟ, ଗୋଟିଏ କାର, ୩ ଟି ଟଙ୍କା ନେଣ ଦେଣର ଚୁକ୍ତି ପତ୍ର, ଗୋଟିଏ ନକଲି ନିଯୁକ୍ତି ପତ୍ରକୁ ପୁଲିସ ଜବତ କରିଛି। 

ନିମଖଣ୍ଡି ଥାନା ଅଞ୍ଚଳ ନିମଖଣ୍ଡିର ଆଶିଷ କୁମାର ପାତ୍ର ସରକାରୀ ଚାକିରୀ କରେଇବା ପାଇଁ ଫୋନରେ ବାରମ୍ବାର ଯୋଗାଯୋଗ କରି ୫ ଲକ୍ଷ ଟଙ୍କା ଠକି କରି ନେଇଥିବା ପୁରୁଣା ବ୍ରହ୍ମପୁର ଅଞ୍ଚଳର ଗିରୀଜା ନନ୍ଦନ ପଣ୍ଡିତ ଅଭିଯୋଗ କରିଥିଲେ । ଏନେଇ ଗତ ୭ ତାରିଖରେ ବଡବଜାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି।

ଗତ ୪ବର୍ଷ ହେଲା ନୀରିହ ଚାକିରୀ ଆଶାୟୀଙ୍କୁ ଏମାନେ ଏମିତି ଲକ୍ଷାଧିକ ଟଙ୍କା ଠକି ନେଉଥିବା ପୁଲିସ ତଦନ୍ତରୁ ଜଣା ପଡିଛି । ତଦନ୍ତ ପରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।  ପୂର୍ବରୁ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ  ପୁଲିସ ନଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.