ପ୍ରମୂଖ ଖବର
  • ପୁରୀ : ୩୧ ଓ ୧ ତାରିଖ ପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, କେବଳ ସିଂହଦ୍ୱାର ଦେଇ ପ୍ରବେଶ
  • ||
  • ନୂଆବର୍ଷରୁ କୃଷକ ପଞ୍ଜୀକରଣ ଆରମ୍ଭ, ମାର୍ଚ୍ଚ ୩୧ରେ ଶେଷ
  • ||
  • ବଣାଇ : ହାଇୱା -ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା : ୨ ମୃତ, ଦୁଇ ଗୁରୁତର
  • ||

ବାର୍ଥଡେ ପାର୍ଟି ନାଁରେ ବୁକ୍‌ ହୋଇଥିଲା ହୋଟେଲ: ରୁମ୍‌ରେ ଚାଲିଥିଲା ଜୁଆ ଖେଳ, ୨୬ ଗିରଫ

Published By : Harapriya Sethi | December 13, 2024 3:02 PM

ବରଗଡ଼,୧୩/୧୨: ବାର୍ଥ ଡେ ପାର୍ଟି କରିବା ନାଁରେ ବୁକ୍‌ ହୋଇଥିଲା ରୁମ୍‌ । ହେଲେ ଭିତରେ ବେଧଡ଼କ ଭାବେ ଚାଲିଥିଲା ଜୁଆ ଖେଳ । ବରଗଡ଼ର ହୋଟେଲ ମଙ୍ଗଳମ ପ୍ୟାଲେସରେ ଛତିଶଗଡ ସାରଙ୍ଗଗଡ ଅଞ୍ଚଳର ୨୫ ଜଣ ଜୁଆଡ଼ି ଏବଂ ହୋଟେଲର ମ୍ୟାନେଜରଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ପାଖରୁ ୫ଟି ଚାରିଚକିଆ ଗାଡି, ୬ ଲକ୍ଷ ୪୦ ହଜାର ନଗଦ ଟଙ୍କା, ୨୪ଟି ମୋବାଇଲ ସହ ୬ ପ୍ୟାକେଟ ତାସ୍‌ ଜବତ କରାଯାଇଛି । ଗୋଟିଏ ଜବତ କାରରେ କଂଗ୍ରେସର ଚିହ୍ନ ଥିବାବେଳେ ଅଧ୍ୟକ୍ଷ ଲେଖା ହୋଇଛି । ବରଗଡ଼ ଜିଲ୍ଲାରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ବାର୍ଥ ଡେ ପାର୍ଟି ପାଇଁ ହୋଟେଲ ମଙ୍ଗଳମ ପ୍ୟାଲେସରେ ୨ଟି ରୁମ୍‌ ବୁକ୍‌ କରାଯାଇଥିଲା । ଉକ୍ତ ରୁମ୍‌ରେ ଚାଲିଥିଲା ଜୁଆ ଖେଳ । ଏନେଇ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ ହଠାତ୍‌ ଉକ୍ତ ହୋଟେଲରେ ଚଢାଉ କରିଥିଲା ପୋଲିସ । ଏହି ଚଢାଉରେ ୫ଟି ଚାରିଚକିଆ ଗାଡି, ୬ ଲକ୍ଷ ୪୦ ହଜାର ନଗଦ ଟଙ୍କା, ୨୪ଟି ମୋବାଇଲ ସହ ୬ ପ୍ୟାକେଟ ତାସ୍ ଜବତ ହୋଇଛି । କେବଳ ସେତିକି ନୁହେଁ, ଏହି ଘଟଣାରେ ସମ୍ପୃକ୍ତ ଥିବା ୨୫ ଜଣ ଜୁଆଡିଙ୍କ ସହ ହୋଟେଲ ମ୍ୟାନେଜରଙ୍କୁ ମଧ୍ୟ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ବରଗଡ଼ ଏସ୍‌ଡିପିଓ । ତେବେ ବରଗଡ଼ ସହରରେ ଏଭଳି ବେଧଡକ ଜୁଆ ଖେଳ ଚାଲିଥିବା ବେଳେ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.