ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ମାଲେସିଆରେ ଭ୍ରମଣ ନାଁରେ ୨୫ ଲକ୍ଷ ଚୂନ; ୩ ଥାନା ବୁଲିଲେଣି ୩୬ ବିଉଟିସିଆନ୍, ପୁଲିସ କମିଶନରଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ଭୁବନେଶ୍ୱର, ୨୭।୯: ଅମୁକବ୍ରାଣ୍ଡର ପ୍ରସାଧାନ ସାମଗ୍ରୀ କିଣ । ମାଗଣାରେ ମାଲେସିଆରେ ବୁଲିବ । ବିଦେଶୀ ବିଉଟିସିଆନ୍‌ଙ୍କଠୁ ଗୋଟିଏ ଦିନ ଟ୍ରେନିଂ ନେବ । ଏଭଳି ଲୋଭନୀୟ ଅଫର୍‌ରେ ୩୬ଜଣ ଓଡ଼ିଆ ବିଉଟିସିଆନ୍‌ ଫସିଛନ୍ତି । ଜଣଙ୍କ ପିଛା ୬୦ରୁ ୭୦ ହଜାର ଟଙ୍କା ଠକାମିର ଶିକାର ହୋଇଛନ୍ତି । ବଡ଼ କଥା ହେଲା, ଏମାନେ ୨ ଦିନ ଧରି କମିଶନରେଟ ପୁଲିସର ୩ ଥାନା ବୁଲି ସାରିଲେଣି । ହେଲେ କେଉଁଠି ନ୍ୟାୟ ମିଳିନି । ଶେଷରେ ପୀଡ଼ିତାମାନେ ପୁଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି । 

ସୂଚନା ମୁତାବକ, ଭୁବନେଶ୍ୱର, ବାଲେଶ୍ୱର ଓ ରାଉରକେଲା ସମେତ ଅନ୍ୟ ସହରରେ ଥିବା ବିଭିନ୍ନ ପାର୍ଲରର ମାଲିକ ତଥା ବ୍ୟୁଟିସିଆନମାନେ ଏହି ଠକାମିର ଶିକାର ହୋଇଛନ୍ତି । ବୈଶାଳୀ ମହାପାତ୍ରଙ୍କ କହିବା ମୁତାବକ, ବାଲେଶ୍ୱର ସହରରେ ଥିବା ନୋଭେଡଲ ସଂସ୍ଥା ପକ୍ଷରୁ ଏଭଳି ଲୋଭନୀୟ ଅଫର୍‌ ବିଉଟିପାର୍ଲର ସଂଘର ଏକ ହ୍ୱାଟସ୍‌ଆପ୍‌  ଗ୍ରୁପ୍‌ରେ ଆସିଥିଲା । ଉକ୍ତ ସଂସ୍ଥାର ସୀତାକାନ୍ତ ମହାପାତ୍ର ସେମାନଙ୍କ ସହ ଫୋନ୍‌ରେ କଥା ହୋଇ ପ୍ରଥମେ ସଂସ୍ଥାରୁ ପ୍ରସାଧାନ ସମଗ୍ରୀ କିଣିବାକୁ  କହିଥିଲେ । ଏବାବଦକୁ ଜଣଙ୍କ ପିଛା  ୬୩ ହଜାରରୁ ୮୨ ହଜାର ଯାଏଁ ଟଙ୍କା ଆଦାୟ କରିଥିଲେ । ସେ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ଗତକାଲି ସମସ୍ତେ ମାଲେସିଆ ଯିବେ । ସମସ୍ତଙ୍କ ନାଁରେ ବିମାନ ଟିକଟ କଟା ସରିଛି । 

ସେଠାରେ ପଞ୍ଚ ତାରକା ହୋଟେଲରେ ରହଣି ବ୍ୟବସ୍ଥା ହୋଇଛି । ବୁଲାବୁଲି ସହ  ଟ୍ରେନିଂର ଖର୍ଚ୍ଚ ମଧ୍ୟ ସଂସ୍ଥା ବହନ କରିବ । ମାଲେସିଆ ଯିବା ଆଶାରେ ୩୩ଜଣ   ବିଉଟିସିଆନ୍‌ ବିଭିନ୍ନ ସହରରୁ ପୁରୁଣା ଭୁବନେଶ୍ୱର ନାଗେଶ୍ୱରଟାଙ୍ଗୀ ଅଞ୍ଚଳରେ ଥିବା ଜଣେ ମହିଳାଙ୍କ ଘରେ ପହଞ୍ଚିଥିଲେ । ସମ୍ପୃକ୍ତ ମହିଳା ସୀତାକାନ୍ତଙ୍କ ପାଇଁ ସମସ୍ତ ବିଉଟିସିଆନଙ୍କଠୁ ଟଙ୍କା ଆଦାୟ  କରିଥିଲେ । ଗତକାଲି ସକାଳେ ସେଠାରୁ ସମସ୍ତେ ମାଲେସିଆ ଯିବା ପାଇଁ ବିମାନବନ୍ଦର ଅଭିମୁଖେ ବାହାରିଥାନ୍ତେ । ହେଲେ ସୀତାକାନ୍ତ ଓ ସମ୍ପୃକ୍ତ ମହିଳା ଆଉ ଧରାଛୁଆଁ ଦେଲେନି । ଓଲଟି ସେମାନଙ୍କୁ କହିଲେ, ବିମାନ ବାତିଲ ହୋଇଯାଇଛି । ଆଉ କିଛି ଦିନ ଅପେକ୍ଷା କର । ଏହାପରେ ଉଭୟେ ଫୋନ୍‌ ସୁଇଚ୍‌ ଅଫ୍‌ କରିବାରୁ ପୀଡ଼ିତାମାନଙ୍କ ସନ୍ଦେହ ଉପୁଜିଥିଲା । ସେମାନେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାରୁ କୌଣସି ବିମାନ ବାତିଲ ହୋଇନଥିବା ଜାଣିବାକୁ ପାଇଥିଲେ । 

ଗତକାଲି ସନ୍ଧ୍ୟାରେ ପୀଡ଼ିତାମାନେ ପ୍ରଥମେ ଶ୍ରୀଲିଙ୍ଗରାଜ ଥାନାକୁ ଯାଇଥିଲେ । ଉକ୍ତ ଅଞ୍ଚଳରେ ଠକେଇ ହୋଇନାହିଁ ବୋଲି ଦର୍ଶାଇ ପୁଲିସ ସେମାନଙ୍କୁ  ଫେରାଇ ଦେଇଥିଲା । ଆଜି ସକାଳେ ପୀଡ଼ିତାମାନେ ଏୟାରପୋର୍ଟ ଥାନା ଓ ତା’ ପରେ ଖାରବେଳନଗର ଥାନାକୁ ଯାଇ ନିରାଶ ହୋଇ ଫେରିଛନ୍ତି । ହେଲେ ସବୁଠି ପୁଲିସ ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ଅଭିଯୋଗ ରଖିଲେନି । ଆଜି  ଅପରାହ୍ନରେ ପୀଡ଼ିତାମାନେ ପୁଲିସ  କମିଶନରଙ୍କ କାର୍ଯାଳୟରେ ପହଞ୍ଚିଛନ୍ତି । ସୀତାକାନ୍ତ ଓ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ୩୬ ଜଣଙ୍କଠାରୁ ପ୍ରାୟ ୨୫ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଅଭିଯୁକ୍ତଦ୍ୱୟ ପୁର୍ବରୁ ଏହିପରି ଢଙ୍ଗରେ କୋଟିଏରୁ ଅଧିକ ଟଙ୍କା ଠକିଥିବା ସୁରାକ୍‌ ମିଳିଛି । ହେଲେ ଥାନା ସୀମା ପରିଧିରେ ଅପରାଧ ଘଟିନଥିବା ଆଳ ଦେଖାଇ କମିଶନରେଟ୍‌  ପୁଲିସର ଗୋଟିଏ ବି ଥାନା ଏମାନଙ୍କ ପାଖ ମାଡ଼ୁନି । ଏମିତିକି ଜିରୋ ଏଫ୍‌ଆଇଆର୍‌ ଆଧାରରେ ମଧ୍ୟ ସେମାନଙ୍କ ଅଭିଯୋଗ ରଖୁନି । ସେପଟେ କମିଶନରେଟ୍‌ ପୁଲିସ ମୁଖ୍ୟାଳୟରେ ଥିବା ସ୍ପେଶାଲ କ୍ରାଇମ୍‌   ୟୁନିଟ୍‌ର ଆଣ୍ଟିଫ୍ରଡ ସେଲ୍‌ ବି ଏତେ ବଡ଼ ଠକେଇର ତଦନ୍ତ କରୁନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.