ପ୍ରମୂଖ ଖବର
  • ମେଡିସିନ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ
  • ||
  • ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବା ପଡ଼ିଲା ମହଙ୍ଗା, ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ
  • ||
  • ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବା ପଡ଼ିଲା ମହଙ୍ଗା, ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ
  • ||
  • ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ର ଶେଷ ଦିନ, ୧୦ଟି ସେସନ୍‌ ଉପରେ ହେବ ଆଲୋଚନା
  • ||
  • ଜନତା ମଇଦାନ ସମ୍ମୁଖରେ କାର୍‌ ଦୁର୍ଘଟଣାଗ୍ରସ୍ତ, ଏୟାରବ୍ୟାଗ୍‌ ବଞ୍ଚାଇଦେଲା ୨ ଜୀବନ
  • ||

୨୦ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ, ପୁଲିସ୍‌ କମିଶନର ପାଇବେ ମେଡ଼ାଲ

Published By : Prameya | January 26, 2025 12:08 PM

ଭୁବନେଶ୍ୱର,୨୬/୦୧: ସାଧାରଣତନ୍ତ୍ର  ଦିବସ ଅବସରରେ ଉଲ୍ଲେଖନୀୟ, ପ୍ରଶଂସନୀୟ ଓ  ବୀରତ୍ୱ ସେବା ପାଇଁ ୨୦ଜଣଙ୍କୁ ରାଷ୍ଟ୍ରପତି ପଦକ  ମିଳିବ । ଲୋକସେବା ଭବନରେ ରାଜ୍ୟପାଳ ଓ  ମୁଖ୍ୟମନ୍ତ୍ରୀ ଏହି ପଦକରେ ସେମାନଙ୍କୁ ସମ୍ମାନିତ  କରିବେ । ପୁଲିସ୍‌ ବିଭାଗରେ ୧୩ଜଣ, ଜେଲ୍‌  ବିଭାଗରେ ଜଣେ, ଅଗ୍ନିଶମ ବିଭାଗ ଓ ହୋମ୍‌ଗାର୍ଡର  ୬ ଜଣ ଏହି ପଦକ ପାଇବେ । ୨୦୨୪ ସ୍ୱାଧୀନତା  ଦିବସରେ ଏମାନଙ୍କ ନାମ ଘୋଷଣା କରାଯାଇଥିଲା ।  ଉଲ୍ଲେଖନୀୟ ସେବା (ବିଶିଷ୍ଟ ସେବା) ପାଇଁ  ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ । 

ସେମାନେ ହେଲେ ଆଇପିଏସ୍‌ ସୁରେଶ ଦେବଦତ୍ତ  ସିଂ(ଟୁଇନ୍‌ ସିଟି ପୁଲିସ୍‌ କମିଶନର) ଓ କ୍ରାଇମ୍‌ବ୍ରାଞ୍ଚ  ଇଓଡବ୍ଲ୍ୟୁରେ ଥିବା ଡିଏସ୍‌ପି ସଚ୍ଚିଦାନନ୍ଦ ରଥ ।  ସେହିଭଳି ପ୍ରଶଂସନୀୟ ସେବା ପାଇଁ ୧୧ଜଣଙ୍କୁ  ପୁଲିସ ପଦକ ପ୍ରଦାନ କରାଯିବ । ସେମାନେ  ହେଲେ ଡେପୁଟି କମାଣ୍ଡାଣ୍ଟ କୌଶିକ କୁମାର  ନାଏକ, ଡିଏସ୍‌ପି ସନତ୍‌ କୁମାର ନାଥଶର୍ମା,  ଡିଏସ୍‌ପି କବିତା ସାହୁ, ଇନ୍ସପେକ୍ଟର ହରିବନ୍ଧୁ  ଭାତ୍ରା, ସବଇନ୍ସପେକ୍ଟର ପ୍ରଦୁମ୍ନ କୁମାର ନନ୍ଦ,  ଏସ୍‌ଆଇ ବାବୁଲା ସାମଲ, କନଷ୍ଟେବଲ ପ୍ରମୋଦ  କୁମାର ମହାନ୍ତ, କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ,  ହାବିଲଦାର ତୋଫାନ ବେହେରା, ପ୍ରାଣକୃଷ୍ଣ ଲେଙ୍କା  ଏବଂ ସୁରେଶ ଚନ୍ଦ୍ର ରାଉତ । 

ଅଗ୍ନିସେବା କ୍ଷେତ୍ରରେ ପ୍ରଶଂସନୀୟ ସେବା  ଲାଗି ଲିଡିଂ ଫାୟାରମ୍ୟାନ୍‌ ନିରଞ୍ଜନ ଜେନା ଓ ସୁକାନ୍ତ  କୁମାର ବେହେରା, ପ୍ଲାଟୁନ୍‌ କମାଣ୍ଡର ହୋମ୍‌ଗାର୍ଡ  ସୁଲୋଚନା ସାହୁ ଏବଂ ହୋମ୍‌ଗାର୍ଡ ଝଗୁ ବରୱାଙ୍କୁ  (ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ) ଏହି ପଦକ ମିଳିବ ।  ସେହିଭଳି ଉଲ୍ଲେଖନୀୟ ସେବା ଲାଗି କମ୍ପାନୀ କମାଣ୍ଡର  ପ୍ରକାଶ ଚନ୍ଦ୍ର ସାହୁ ଏବଂ ସୀମାଞ୍ଚଳ କୁଣ୍ଡୁଙ୍କୁ (ସିଭିଲ  ଡିଫେନ୍ସ ସ୍ୱେଚ୍ଛାସେବୀ) ପଦକ ପ୍ରଦାନ କରାଯିବ । ଜେଲ୍‌ ବିଭାଗରେ ଉଲ୍ଲେଖନୀୟ ସେବା ଲାଗି  ରାଉରକେଲା ଜେଲର୍‌ ରତିକାନ୍ତ ଶୁକ୍ଲା।ସେହିଭଳି ଅତୁଳ କୃଷ୍ଣ ଦାସ, ସତ୍ୟବ୍ରତ ଭୋଇ, ରଜତ କେରକେଟ୍ଟା ଉଲ୍ଲେଖନୀ କାର୍ଯ୍ୟ ପାଇଁ ସମ୍ମାନିତ ହେବେ।  ରବିବାର ଦିନ  ଲୋକସେବା ଭବନରେ ଏହି ପଦକ ପ୍ରଦାନ କରାଯିବ ।

ସାଧାରଣତନ୍ତ୍ର  ଦିବସ ଅବସରରେ ଉଲ୍ଲେଖନୀୟ, ପ୍ରଶଂସନୀୟ ଓ  ବୀରତ୍ୱ ସେବା ପାଇଁ ୧୮ ଜଣଙ୍କୁ ରାଜ୍ୟାପଳ ପଦକ ମିଳିବ। ସେହିଭଳି ୨୦୨୧ ପାଇଁ ୨୦ ଜଣ, ୨୦୨୧୯ ପାଇଁ ଜଣେ ଏବଂ ୨୦୨୩ ପାଇଁ ଜଣେ ରାଜ୍ୟପାଳ ପଦକରେ ମିଳିବ। 

ସେମାନଙ୍କ ମଧ୍ୟରୁ ଡ଼ିଆଇଜି ସାର୍ଥକ ସଡ଼ଙ୍ଗୀ,  ଓଏପିଏସ- ୧ ସୂର୍ଯ୍ୟନାରାୟଣ ମଲ୍ଳିକ, ଭିଜିଲାନ୍ସ ନିଦ୍ଦେଶକ, ତଥା ଅତିରିକ୍ତ ଏସ୍‌ପି ସୁଶାନ୍ତ କୁମାର ବିଶ୍ବାଳ, ଗଞ୍ଜାମ ଅତିରକ୍ତ ଏସ୍‌ପି ରାଜୀବ ଲୋଚନ ପଣ୍ଡା, ସିଆଇଡି ସିବି ଇନ୍‌ପେକ୍ଟର ଶ୍ରଦ୍ଧାଞ୍ଜଳି ପଣ୍ଡା, ଡ୍ରିଲ୍ ଇନ୍‌ପେକ୍ଟର ଅନିଲ୍ କୁମାର ମିଞ୍ଜ, ଭିଜିଲାନ୍ସ ଇନ୍‌ପେକ୍ଟର ତୁଷାରକାନ୍ତି ମହାପାତ୍ର, ସବ୍ -ଇନ୍‌ପେକ୍ଟର ସୁଭାଷ ଚନ୍ଦ୍ର ପଣ୍ଡା, ସବ୍-ଇନ୍‌ପେକ୍ଟର କ୍ଷୀରୋଧ କୁମାର ବାଗ, ସବ୍- ଇନ୍‌ପେକ୍ଟର ମନୋରଞ୍ଜନ ସାମଲ, ଏଏସ୍‌ଆଇ ରବିନ୍ଦ୍ର ନାଥ ଜେନା,  ହାବିଲଦାର ବିଷ୍ଣ କୁମାର ବୁରା, ହାବିଲଦାର ମନୋଜ କୁମାର ଜେନା, କନଷ୍ଟେବଲ ପ୍ରମୋଦ କୁମାର ମହାପାତ୍ର,  କନଷ୍ଟେବଲ ଚିତରଞ୍ଜନ ସାହୁ,  କନଷ୍ଟେବଲ ଅମିତ କୁମାର ମଲିକ,  କନଷ୍ଟେବଲ ଅଶ୍ବିନୀକାନ୍ତ ସାହୁ,  କନଷ୍ଟେବଲ ଅର୍ଜୁନ କୁମାର ଜେନା ରାଜ୍ୟପାଳ ପଦକ ପୁରସ୍କାରରେ ସମ୍ମାନିତ ହେବେ।

ଏହି ଅବସରରେ କଟକ ଆଡିସନାଲ ଡିଜି ଅସିତ୍‌ କୁମାର ପାଣିଦଗ୍ରାହୀ, ପୋଲିସ ଆଇଜି ଏସ୍‌ ପ୍ରବିନ କୁମାର, ପୋଲିସ ଡିଆଇିଜି ଚରଣ ସିଂ ମୀନା, ଭୁବନେଶ୍ୱର ଡିସିପି ପିନାକ୍‌ ମିଶ୍ର, ଡିସିପି ଟ୍ରାଫିକ୍‌ ଅର୍ବାନ ପୋଲିସ ଡିଷ୍ଟ୍ରିକ୍ଟ ତପନ କୁମାର ମହନ୍ତି, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏସ୍ଓଜି ମାଧବାନନ୍ଦ ପ୍ରଧାନ, ପୋଲିସ ଇନ୍‌ସପେକ୍ଟର ତଥା ସ୍ପେସାଲ୍‌ ଇଣ୍ଟେଲିଜେନ୍ସ ୱିଙ୍ଗ ଏ. ଶ୍ରୀନିବାସ ଡୋରା, ପୋଲିସ ଇନ୍‌ସପେକ୍ଟର ସିଆଇଡି ରତ୍ନପ୍ରଭା ଶତପଥୀ, ପୋଲିସ ଇନ୍‌ସପେକ୍ଟର ସୁରେଶ କୁମାର ତ୍ରିପାଠୀ, ସିଆଇଡି ସବ୍‌ ଇନ୍‌ସପେକ୍ଟର ପ୍ରଦ୍ୟୁମ୍ନ କୁମାର ନନ୍ଦ,ଅବସରପ୍ରାପ୍ତ ସବ୍‌ ଇନ୍‌ସପେକ୍ଟର ସୁଦର୍ଶନ ଅଧିକାରୀ, ଇନ୍‌ସପେକ୍ଟର ସାଗର ପ୍ରସାଦ ଯୋଶି, ଏଏସ୍‌ଆଇ ସିମାଞ୍ଚଳ ବେହେରା, ଏସ୍‌ଆଇ ପ୍ରଣବ କୁମାର ନାୟକ, ଏଏସ୍‌ଆଇ ଅଶୋକ କୁମାର ସାମନ୍ତରାୟ, ଏଏସ୍‌ଆଇ କିରଣ ଚନ୍ଦ୍ର ପାତ୍ର, ଅବସରପ୍ରାପ୍ତ କନଷ୍ଟେବଲ ଗୌତମ ପାତ୍ର, କନଷ୍ଟେବଲ ସୁକେଶ ପ୍ରଧାନ, ସ୍ପେସାଲ ଇଣ୍ଟେଲିଜେନ୍ସ ୱିଙ୍ଗ କନଷ୍ଟେବଲ ସୁଶାନ୍ତ କୁମାର ରାଉତରାୟ, କନଷ୍ଟେବଲ ରଶ୍ମିରେଖା ପଣ୍ଡା ୨୦୨୧ ମସିହା ନିମିତ୍ତ ରାଜ୍ୟପାଳ ପଦକରେ ସମ୍ମାନିତ ହେବେ ।  ୨୦୧୯ ମସିହା ନିମିତ୍ତ ରାଜ୍ୟପାଳ ପଦକରେ କଟକ ଆଇପିଏସ୍‌ ଡିସିପି ଅଖିଳେଶ୍ୱର ସିଂ, ୨୦୨୦ ମସିହା ନିମିତ୍ତ ରାଜ୍ୟପାଳ ପଦକରେ ରାଉରକେଲା ଡିଆଇଜି ବ୍ରିଜେଶ କୁମାର ରାୟ, ୨୦୨୩ ମସିହା ନିମିତ୍ତ ରାଜ୍ୟପାଳ ପଦକରେ ସମ୍ୱଲପୁର ଆଇପିଏସ୍‌  ମୁକେଶ କୁମାର ଭାମୁ ସମ୍ମାନିତ ହେବେ ।








Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.