ସୋର,୧୫/୫ : ବିଷାକ୍ତ ଖାଦ୍ୟ ଖାଇ ୨୦ ତୀର୍ଥଯାତ୍ରୀ ଅସୁସ୍ଥ। ବେଙ୍ଗାଲୁରରୁ ଏକ ବସ୍ ଯୋଗେ ଆସିଥିବା ୫୦ ଜଣ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, କର୍ଣ୍ଣାଟକର ବେଙ୍ଗାଲୁର ସହରରୁ ୫୦ ଜଣ ଯାତ୍ରୀ ଏକ ବସରେ ଗତ ୨୬ ତାରିଖରେ ବିଭିନ୍ନ ତୀର୍ଥ ସ୍ଥାନ ପରିଭ୍ରମଣ ପାଇଁ ବାହାରିଥିଲେ। ୨୫ ଦିନର ଏହି ଟୁର୍ରେ ଗୟାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଗତକାଲି ରାତିରେ ସୋର ନିକଟରେ ପହଞ୍ଚିଥିଲେ। ସମସ୍ତଙ୍କ ପାଇଁ ଭାତ, ତରକାରୀ ଓ ସମ୍ବର ରୋଷେଇ କରାଯାଇଥିଲା। ଖାଇବାର କିଛି ସମୟ ପରେ ୨୦ରୁ ଉର୍ଦ୍ଧ୍ଵ ଲୋକ ଅସୁସ୍ଥତା ଅନୁଭବ କରିବା ସହିତ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରେ ସମସ୍ତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ଲେଖାହେବା ପର୍ଯ୍ୟନ୍ତ ମେଡିକାଲରେ ସମସ୍ତଙ୍କର ଚିକିତ୍ସା ଚାଲିଛି।