ମାଲକାନଗିରି, ୧୩/୧୨ : ଓଡ଼ିଶା ସୀମାରେ ଭୁଶୁଡୁଛି ଲାଲଗଡ଼। ମାଲକାନଗିରି ଛତଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ନକ୍ସଲ। ବାସାଗୁଡା ଥାନା ଅନ୍ତର୍ଗତ ମଦେଡ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି।
ସୂଚନାନୁଯାୟୀ, ବାସାଗୁଡା ଥାନା ଅନ୍ତର୍ଗତ ମଦେଡ ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ପ୍ରଥମେ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ। ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ସାଥୀ ନକ୍ସଲମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି। ଘଟଣାସ୍ଥଳରୁ ୨ଟି ବନ୍ଧୁକ, କୋଡେକ୍ସ ତାର ଏବଂ ଟିଫିନ ବୋମା ସହ ବିପୁଳ ମାତ୍ରରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।