ଯାଜପୁର, ୦୩/୧୧ : ଟ୍ରେନ୍ ଧକ୍କାରେ ୨ ମୃତ। ରେଳ ଧାରଣାରେ ପଡ଼ିରହିଛି ମୃତଦେହ। ଯାଜପୁର ରୋଡ ଥାନା ଅହମ୍ମଦନଗର ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ରବିବାର ସକାଳୁ ଅହମ୍ମଦନଗରର କିଛି ଲୋକ ରେଳ ଧାରଣାରେ ୨ ଜଣ ବୟକ୍ତିଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ସ୍ଥାନୀୟ ରେଲୱେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ରେଲୱେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ୨ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟର କାରଣ ଅସ୍ପଷ୍ଟ ରହିଛି।