ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ଦୁର୍ଘଟଣାରେ ଚାଲିଗଲେ ୨ ଭାଇ ଜଗା-ବଳିଆ, ଅନ୍ତିମ ସଂସ୍କାର କଲେ ଦୁଇ ମହିଳା

ଚନ୍ଦ୍ରଶେଖରପୁର,୦୨।୧୦: ପିଲାଟି ବେଳୁ ସାଙ୍ଗ ହୋଇ ବଢ଼ିଥିଲେ । ଏକାଠି ଖାଉଥିଲେ ପିଉଥିଲେ । ନା ଥିଲା ଝଗଡ଼ା ନା ମାରପିଟ । ମିଳିମିଶି ରାସ୍ତାରେ ବୁଲୁଥିଲେ । ଯେଉଁଠି ପାରୁଥିଲେ ଏକାଠି ଶୋଇ ପଡୁଥିଲେ । ଆଉ ଶେଷରେ ସାଙ୍ଗ ହୋଇ ବି ଚାଲିଗଲେ । ଆମେ କହୁଛୁ ଜଗା ବଳିଆ ଷଣ୍ଢଙ୍କ କଥା । ଏକ ଦୁର୍ଘଟଣାରେ ଜଗା ଓ ବଳିଆ ଦୁହେଁ ଏକାଠି ଆଖିବୁଜି ଦେଇଛନ୍ତି । ଉଭୟଙ୍କ ଅନ୍ତିମ ସଂସ୍କାର କରିଛନ୍ତି ୨ଜଣ ମହିଳା । ଦୁଃଖ ବିଷାଦରେ ଦୁଇ ଜଣଙ୍କୁ ବିଦାୟ ଦେଇଛନ୍ତି । 

ମଙ୍ଗଳବାର ଏଭଳି ଦୃଶ୍ୟ ପଟିଆ-ଇନ୍‌ଫୋସିଟି ରାସ୍ତାରେ ଦେଖି ପଥଚାରୀ ବି ଭାବବିହ୍ୱଳ ହୋଇ ପଡ଼ିଥିଲେ । ପ୍ରାୟ ୨ବର୍ଷ ତଳେ ଜଗା ବଳିଆଙ୍କ ମା’ ପଲିଥିନ୍‌ ଖାଇ ମୃତ୍ୟୁମୁଖରେ ପଡ଼ିଥିଲେ । ଦୁହେଁ ଛୋଟ ଛୋଟ ହୋଇଥିବାରୁ ଚନ୍ଦ୍ରଶେଖରପୁର କୋଅ- ପରେଟିଭ୍‌ କଲୋନୀ ଅଞ୍ଚଳକୁ ଚାଲିଆସିଥିଲେ । ସ୍ଥାନୀୟ ଲୋକେ ୨ ଜଣଙ୍କ ନାମ ଦେଇଥିଲେ ଜଗା ଓ ବଳିଆ । ଖାଇପିଇ ଆଖପାଖ ଅଞ୍ଚଳରେ ବୁଲାବୁଲି କରୁଥିଲେ । ରାତି ହେଲେ ପୁଣି କଲୋନୀକୁ ଫେରି ଆସୁଥିଲେ । ଦୁହିଁଙ୍କ ମୁହଁ ଦେଖି ସକାଳୁ ଘରୁ ବାହାରିଲେ ଶୁଭ ହେଉଥିଲା ବୋଲି ଲୋକେ ବିଶ୍ୱାସ କରୁଥିଲେ । ସବୁଠୁ ବଡ଼ କଥା ହେଉଛି ଯେ ଷଣ୍ଢ ହୋଇ ବି କୌଣସି ଲୋକଙ୍କୁ ମାରିବାକୁ ଗୋଡ଼ାଉ ନଥିଲେ । ଘରର ସଦସ୍ୟ ଭଳି କଲୋନୀ ଲୋକେ ଖାଇବାକୁ ଦେଉଥିଲେ । କେହି କାହାରିକୁ ଦଣ୍ଡେ ଛାଡ଼ି ରହିପାରୁନଥିଲେ ।

ସୋମବାର ରାତିରେ ଶୋଇବାକୁ ଜଗା ବଳିଆ ଇନଫୋସିଟି ରାସ୍ତାକୁ ପଳାଇଥିଲେ । ହେଲେ ସେମାନେ ଜାଣି ନଥିଲେ ଏହି ରାତି ସେମାନଙ୍କ ପାଇଁ ଶେଷ ରାତି ହେବ । ରାତି ୩ଟା ସମୟରେ ସମୟରେ ଏକ ହାଇୱା ଧକ୍କାରେ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା । ସକାଳୁ ଖବର ପାଇ କଲୋନୀ ବାସିନ୍ଦା, କ୍ଲବ୍‌ ଟାଉଟ୍‌ରେ ରହୁଥିବା ସବନମ ଦାସ, ଇବାନଞ୍ଜଲିନ୍‌, ସୁବାସ ଜେନା ପହଞ୍ଚିଥିଲେ । ସମସ୍ତ ଆଖିରେ ଥାଏ ଲୁହ ଆଉ କୋହ । ଜେସିବି ଡକାଇ ରୀତିନୀତି ଅନୁଯାୟୀ ପାଖ ଏକ ଜଙ୍ଗଲକୁ ନେଇ ଉଭୟଙ୍କ ଅନ୍ତିମ ସଂସ୍କାର କରିଥିଲେ । ତେବେ ପୋତିବା ସମୟରେ ଆଉ ଆଉ ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା । ଜଗା ବଳିଆ ସହ ମିଶୁଥିବା ଅନ୍ୟ ଗାଈଗୋରୁମାନେ ଗର୍ଜନ କରି ଏଣେତେଣେ ବୁଲିଥିଲେ । ଯେମିତି ଲାଗୁଥିଲା ସେମାନେ ଜଗା ବଳିଆଙ୍କୁ ଖୋଜୁଛନ୍ତି । ଜଗା ବଳିଆଙ୍କ ମୃତ୍ୟୁ ପରେ ଗାଈଗୋରୁଙ୍କ ସୁରକ୍ଷା ପାଇଁ ରାତିରେ ଧୀରେ ଗାଡ଼ି ଚଳାଇବାକୁ ଲୋକେ ଦାବି କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.