ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୨ ବାଇକ୍‌ ଜାଳିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

Published By : Harapriya Sethi | February 2, 2025 12:43 PM

ଭୁବନେଶ୍ୱର,୦୨/୦୨: ଘର ପରିସର ଭିତରେ ପଶି ଦୁଇ ବାଇକ୍ ଜାଳିଦେଲେ ଦୁର୍ବୃତ୍ତ ।  ଗାଡ଼ି ଜାଳିବାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଟଣା ପୋଲିସ ଘଟଣାର ତଦନ୍ତ କରୁଛି । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଉଦୟପୁର ଗ୍ରାମର ତରଣୀସେନ ପାତ୍ରଙ୍କ ଘର ପରିସରରେଏଭଳି ଘଟିଛି ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଶନିବାର ରାତିରେ ଉଦୟପୁର ଗ୍ରାମର ତରଣୀସେନ ପାତ୍ରଙ୍କ ଘର ପରିସରରେ ଭିତରେ ଥିବା ଏକ ବୁଲେଟ ଓ ୟାମାହା ଏମ୍‌ଟି ୧୫ ବାଇକ୍‌କୁ  ଦୁର୍ବୁତ୍ତ ମାନେ ଜାଳି ଦେଇଥିଲେ । ନିଆଁ ଲାଗିବା ଜାଣି ତରଣୀଙ୍କ ବାପା ପାଣି ଢାଳି ନିଆଁକୁ ଲିଭାଇ ଥିବା ବେଳେ ଏକ ବଡ଼ ଅଘଟଣରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗାଡି ଜାଳିବା ପଛର କାରଣ ଅସ୍ପଷ୍ଟ ରହିଛି ।  ଏନେଇ ପାଟଣା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.