ପ୍ରମୂଖ ଖବର
  • ଶେଖ୍ ହସିନା ଦେଇଥିଲେ ନରସଂହାର ଆଦେଶ ! ବାଂଲାଦେଶୀ ଟ୍ରିବ୍ୟୁନାଲରେ ଶୁଣାଣି, ହୋଇପାରେ ମୃତ୍ୟୁ ଦଣ୍ଡାଦେଶ
  • ||
  • ସମ୍ବଲପୁର: ସମ୍ବଲପୁର ‘କୃଷି ଭବନ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ, କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ କୃଷି ଭବନ
  • ||
  • ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ପୁଣି ଭାଇରାଲ୍‌, ଚୁନରା ସେବକଙ୍କ ସମ୍ପୃକ୍ତି ନେଇ ସନ୍ଦେହ
  • ||
  • ଭୁବନେଶ୍ୱର: ରାଜ୍ୟରେ ପୁଣି ବ୍ୟାପିଲାଣି କରୋନା, ୧୧ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା
  • ||
  • ସୁନ୍ଦରଗଡ଼ : ଆଇଇଡି ବିସ୍ଫୋରଣରେ ଯୁବକ ଆହତ
  • ||
  • ଭୁବନେଶ୍ୱର : ରାଜଧାନୀରେ ସିରିଜ୍‌ ଦୁର୍ଘଟଣା: ପଛକୁ ପଛ ପିଟିହେଲା ୪ ଗାଡ଼ି, ଏକାଧିକ ଆହତ
  • ||
  • ପାକ୍ ଗୁପ୍ତଚର ମାମଲାରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ, ୮ଟି ରାଜ୍ୟର ୧୫ଟି ସ୍ଥାନରେ ରେଡ୍
  • ||
  • ଅନୁଗୁଳ : ମସୁଣିହତା ଗାଁରେ ଯୁବକଙ୍କୁ ଗଳା କାଟି ହତ୍ୟା, ଅଭିଯୁକ୍ତ ଗିରଫ
  • ||
  • ସୁପର୍ ସନ୍‌ଡେ'ରେ ଦ୍ୱିତୀୟ କ୍ୱାଲିଫାୟର: ପ୍ରତିଶୋଧ ପାଇଁ ପ୍ରସ୍ତୁତ ମୁମ୍ବାଇ ଇଣ୍ଡିଆନ୍ସ, ଫାଇନାଲ୍‌ ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍‌ସ
  • ||
  • ନୟାଗଡ଼ : ଡାକ୍ତରଙ୍କ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ, ଡାକ୍ତରଖାନାରେ ଚାପା ଉତ୍ତେଜନା
  • ||
  • ଭୟଙ୍କର ଟ୍ରେନ ଦୁର୍ଘଟଣା; ପୋଲ ଭାଙ୍ଗି ଟ୍ରାକରୁ ଖସିଲା ଟ୍ରେନ, ୭ ମୃୃତ ୩୦ ଆହତ
  • ||
  • କଳାହାଣ୍ଡି : ବନମାଳୀପୁର ରାସ୍ତାରୁ ବାଇକ୍‌ ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରୁଷ-ୟୁକ୍ରେନ୍ ସୀମା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ୭ ମୃତ, ୩୦ ଆହତ,ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା
  • ||
  • ରାଜ୍ୟରେ ପ୍ରଥମ କୋଭିଡ୍‌ ମୃତ୍ୟୁ ଅଭିଯୋଗ, କୋଭିଡ୍‌ ସହ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ମୃତକ ବୃଦ୍ଧ
  • ||
  • Miss World 2025: ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ଥାଇଲାଣ୍ଡର ଓପଲ ସୁଚାତା, ଭାଙ୍ଗିଲା ଭାରତର ନନ୍ଦିନୀ ଗୁପ୍ତାଙ୍କ ସ୍ୱପ୍ନ
  • ||
  • ଲୁଚକାଳି ଖେଳୁଛି ମୌସୁମୀ ! ରାଜ୍ୟରେ କମିଛି ବର୍ଷା, ୨ରୁ ୪ ଡିଗ୍ରୀ ବଢ଼ିପାରେ ତାତି
  • ||

ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୧୬୧ କିଲୋ ଗଞ୍ଜେଇ ଜବତ, ୨ ଗିରଫ

Published By : Manash Sahoo | May 28, 2025 5:30 PM

ପାଳଲହଡା,୨୮/୦୫ (ଦ୍ବିଲୋକ ପାଲ୍) : ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା । ୧୪୯ନଂ ଜାତୀୟ ରାଜପଥ ପାଳଲହଡ଼ା ବାଇପାସ ନିକଟରେ ଅବକାରୀ ବିଭାଗ ଚଢ଼ାଉ କରି ଚୋରା ଗଞ୍ଜେଇ ବୋଝୋଇ ଏକ ପିକଅପ୍ ଭ୍ୟାନ୍‌କୁ ଜବତ କରିଛି । ଯାଞ୍ଚ ବେଳେ ସେଥିରୁ ୧୬୧ କିଲୋ ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ୧୦ ହଜାର ଟଙ୍କା ହେବ । ଏହାସହିତ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତି ଥିବା ୨ଜଣକୁ ଅବକାରୀ ବିଭାଗ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଛେଣ୍ଡିପଦା ଥାନା ମାଛକୁଟା ଗାଁର ମାନଭଞ୍ଜନ ଗଡ଼ନାୟକ(୩୭) ଓ ରବୀନ୍ଦ୍ର ସାହୁ (୬୦) । ଏହି ଚୋରା ଗଞ୍ଜେଇକୁ ସେମାନେ ଛେଣ୍ଡିପଦାରୁ ମୟୂରଭଞ୍ଜକୁ ଚାଲାଣ କରୁଥିଲେ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

ସୂଚନା ମୁତାବକ, ଛେଣ୍ଡିପଦା ଅଞ୍ଚଳରୁ ପାଳଲହଡ଼ା ଦେଇ ପ୍ରତିଦିନ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ହେଉଛି । ଏନେଇ ବାରମ୍ୱାର ଅଭିଯୋଗ ହେଉଥିବା ବେଳେ ବୁଧବାର ଅନୁଗୁଳ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦେଶରେ ଉପ-ଅଧିକ୍ଷକ ନିଳାନ୍ଦ୍ରୀ ନାୟକଙ୍କ ତତ୍ତ୍ୱାବଧାନ ଓ ତାଳଚେର ଅବକାରୀ ଇନ୍ସପେକ୍ଟର ଉମାକାନ୍ତ ସ୍ୱାଇଁଙ୍କ ସହଯୋଗରେ ଅବକାରୀ ବିଭାଗ ଧରପଗଡ଼କୁ ଜୋରଦାର କରିଛି । ପାଳଲହଡ଼ା ଅବକାରୀ ଥାନା ଅଧିକାରୀ ନିରାକାର ଦେହୁରୀଙ୍କ ନେତୃତ୍ବରେ ଆଜି ସକାଳେ ପୂରା ଟିମ୍ ପାଟ୍ରୋଲିଂ କରିଥିଲା । ଏହି ସମାୟରେ ୧୪୯ ନମ୍ବର ଜାତୀୟ ରାଜପଥ ବାଇପାସ୍ ନିକଟରେ ଅବକାରୀ ଗାଡିକୁ ଦେଖି ପରିବା ପରିବହନ ଲେଖା ଥିବା ଏକ ପିକଅପ ଭ୍ୟାନ୍ ଦ୍ରୁତଗତି ସେଠାରୁ ଖସି ପଳାଇଯିବାକୁ ଚେଷ୍ଟା କରିଥିଲା । ହେଲେ ଅବକାରୀ ବିଭାଗର ଟିମ୍ ଗାଡିକୁ ପିଛା କରି ଅଟକାଇଥିଲା । 

ଯାଞ୍ଚ ବେଳେ ସେଥିରୁ ୬ ବସ୍ତା ଗଞ୍ଜେଇ ଜବତ କରିଥିଲା ଅବକାରୀ ବିଭାଗ । ଏହାର ଓଜନ ଏକ କ୍ବିଣ୍ଟାଲ୍ ୬୧ କିଲୋଗ୍ରାମ ହୋଇଥିବା ବେଳେ ଅନୁମାନିକ ମୂଲ୍ୟ ୧୬ ଲକ୍ଷ ୧୦ ହଜାର ଟଙ୍କା ହେବ । ଅବକାରୀ ବିଭାଗ ଗାଡ଼ି ଦୁଇ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଛେଣ୍ଡିପଦା ଥାନା ମାଛକୁଟା ଗାଁର ମାନଭଞ୍ଜନ ଗଡ଼ନାୟକ(୩୭) ଓ ରବୀନ୍ଦ୍ର ସାହୁ (୬୦) । ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଏହି ଚୋରା ଗଞ୍ଜେଇ ସବୁ ଛେଣ୍ଡିପଦାରୁ ମୟୂରଭଞ୍ଜ ଯାଉଥିଲା । ଅନ୍ୟପଟେ ପିକଅପ୍ ଭ୍ୟାନଟି ଅନୁଗୁଳ ଗଣେଶ ବାରିକଙ୍କ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଚଢ଼ାଉରେ ପାଳଲହଡ଼ା ଅବକାରୀ ବିଭାଗର ଏଏସଆଇ ନରେନ୍ଦ୍ର ମହାନନ୍ଦିଆ, ଓ କନେଷ୍ଟବଳ ମନୋଜ କୁମାର ବେହେରା, ସସ୍ମିତା ସାହୁ ସାମିଲ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.