ପ୍ରମୂଖ ଖବର
  • ମୁନିଗୁଡ଼ା : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବାଲିପାଟଣା : କେନାଲକୁ ଖସିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ସହ କର୍ମଚାରୀ ଆହତ
  • ||
  • ଭୁବନେଶ୍ୱର : ଅଧିକ ଟଙ୍କା ଦେବା ପାଇଁ କରୁଥିଲେ ବାଧ୍ୟ, ୪ ଭଣ୍ଡ ବାବା ଅଟକ
  • ||
  • ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପୁରୀ ଜଗିବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ଟିଟିଲାଗଡ଼ : ରେଳ ଧାରଣାରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସାଲେପୁର : ଲଗାଣ ବର୍ଷା ଚାଷୀଙ୍କୁ ଦେଇଗଲା ଚିନ୍ତା, ପରିବା ଚାଷ ନଷ୍ଚ
  • ||
  • କଳାହାଣ୍ଡି : ଟ୍ରକ୍‌ ସହ ଧକ୍କା ହେଲା ଟ୍ରକ୍‌, ଡ୍ରାଇଭର ଓ ହେଲ୍ପର ଜୀବନ୍ତ ଦଗ୍ଧ
  • ||
  • ବାଲେଶ୍ୱର : ଗୋରୁ ବୋଝେଇ କଣ୍ଟେନର ଜବତ: ୮ ଗୋରୁ ଉଦ୍ଧାର, ଦୁଇ ଅଟକ
  • ||

ସୀମାରେ ୧୫ ହଜାରରୁ ଅଧିକ ତାଲିବାନୀ ଲଢ଼ୁଆ ମୁତୟନ; ତିକ୍ତ ହେଲା ପାକ୍‌-ଆଫ୍‌ଗାନ ସମ୍ପର୍କ, ପାକିସ୍ତାନର ବଢ଼ିଲା ଚିନ୍ତା

Published By : Prameya | December 27, 2024 2:32 PM

ନୂଆଦିଲ୍ଲୀ, ୨୭।୧୨: ପାକିସ୍ତାନର ଚିନ୍ତା ବଢ଼ାଇଲା ତାଲିବାନ । ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣ ପରେ ତିକ୍ତ ହେଲା ପାକ୍‌-ଆଫ୍‌ଗାନ ସମ୍ପର୍କ । ପାକିସ୍ତାନକୁ ବିମାନ ଆକ୍ରମଣର କଡ଼ା ଜବାବ ମିଳିବ ବୋଲି ଘୋଷଣା କଲା ତାଲିବାନ ସରକାର । ସୀମାରେ ୧୫ ହଜାରରୁ ଅଧିକ ତାଲିବାନୀ ଲଢ଼ୁଆ ମୁତୟନ । 

ଆଫଗାନିସ୍ତାନରେ ଗତକାଲି ପାକିସ୍ତାନର ବିମାନ ଆକ୍ରମଣ ନେଇ ଏବେ ପାକ୍‌-ଆଫ୍‌ଗାନ ସମ୍ପର୍କ ଭୀଷଣ ତିକ୍ତ ହୋଇଉଠିଛି ।   ପାକିସ୍ତାନକୁ ବିମାନ ଆକ୍ରମଣର କଡ଼ା ଜବାବ ମିଳିବ ବୋଲି ଘୋଷଣା କରିଛି ତାଲିବାନ ସରକାର । କହିରଖୁ କି, ଦୀର୍ଘ ଦଶନ୍ଧି ଧରି ପାକିସ୍ତାନ ରଣନୈତିକ କାରଣରୁ ତାଲିବାନକୁ ପୋଷଣ କରୁଥିବା ବେଳେ ଏବେ ସ୍ଥିତି ବଦଳିଯାଇଛି । ‘ତେହରିକ-ଏ-ତାଲିବାନ ପାକିସ୍ତାନ ସଂଗଠନ ପାକିସ୍ତାନରେ ସେନା ଓ ପୁଲିସକୁ ଟାର୍ଗେଟ୍‌ କରି ଗୋଟିଏ ପରେ ଗୋଟିଏ ଆକ୍ରମଣ କରୁଥିବାରୁ ଏବେ ଏହି ସଙ୍ଗଠନକୁ ନିପାତ କରିବାକୁ ପାକିସ୍ତାନ ଅଫ୍‌ଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍ କରୁଛି । ପାକିସ୍ତାନ ଏବେ ବଡ଼ ଧରଣର ତାଲିବାନ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିବା ବେଳେ ଏହାକୁ ନେଇ ଆଭ୍ୟନ୍ତରୀଣ ରାଜନୀତି ମଧ୍ୟ ସରଗରମ ହୋଇଛି । 

ତାଲିବାନ ଅଧିକାରୀଙ୍କ କହିବାନୁଯାୟୀ, ଟିଟିପିକୁ ଟାର୍ଗେଟ୍ କରି ପାକିସ୍ତାନ ଗତକାଲି ବିମାନ ଆକ୍ରମଣ କରିଥିବା କହୁଥିବା ବେଳେ ପ୍ରକୃତରେ ଏହା ନିରୀହ ଆଫ୍‌ଗାନ ନାଗରିକଙ୍କୁ ହତ୍ୟା କରିଛି । କାବୁଲରେ ତାଲିବାନ ମୁଖପାତ୍ର କହିଛନ୍ତି ଯେ, ଆମେ ଆକ୍ରମଣର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରହିଛୁ । ଯେ କୌଣସି ସମୟରେ ଏହାର ଜବାବ ମିଳିବ । ଗୁରୁବାର ପ୍ରାୟ ୧୫ ହଜାର ତାଲିବାନ ଲଢ଼ୁଆ କାବୁଲ, କାନ୍ଦାହାର ଏବଂ ହେରାତରୁ ପାକିସ୍ତାନର ଖୈବର ପଖତୁନଖୱା ପ୍ରଦେଶକୁ ଲାଗିଥିବା ମୀର ଅଲ୍ଲୀ ସୀମାରେ ପହଞ୍ଚିଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.