ପ୍ରମୂଖ ଖବର
  • ପାକିସ୍ତାନରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ସମେତ ୫ ମୃତ
  • ||
  • ଚାକିରି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ୫୦ ପ୍ରତିଶତକୁ ବୃଦ୍ଧି କରିବେ ଉତ୍ତର ପ୍ରଦେଶ ସରକାର
  • ||
  • ଅଷ୍ଟ୍ରେଲିଆରେ ଭାରତ ବିରୋଧୀ ସ୍ଲୋଗାନ, ସ୍ୱାଧୀନତା ଦିବସରେ ଖଲିସ୍ତାନ ସମର୍ଥକଙ୍କ ଦାଦାଗିରି
  • ||
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ନାବାଳିକା ବଳାତ୍କାର ମାମଲା, ଅଭିଯୁକ୍ତକୁ ୧୦ ବର୍ଷ ଜେଲ

Published By : Suraj Kumar | August 14, 2025 8:54 PM

ଫୁଲବାଣୀ,୧୪/୮ : ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋକସୋ କୋର୍ଟ  ଅଭିଯୁକ୍ତକୁ  ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଦୋଷୀକୁ ୬୪,୦୦୦ ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୩ ବର୍ଷ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ମାଧପୁରର ମାନସ ଓରଫ ଦୀନେଶ ପ୍ରଧାନ (୨୬)। 

ସୁଚନା ଅନୁସାରେ ପିଡିତା ଜଣକ ଅଜା ଘରେ ରହି ଏକ ମହା ବିଦ୍ୟାଳୟରେ ପାଠ ପଢୁଥିଲେ। ୨୦୧୬ ଅକ୍ଟୋବର ୭ ତାରିଖରେ ଅଭିଯୁକ୍ତ  ପିଡିତାଙ୍କୁ ଅପହରଣ କରି ନେଇଥିଲେ ଏବଂ ଶଙ୍ଖା ସିନ୍ଦୁର ଲଗାଇ ଫୁଲବାଣୀର ଏକ ଭଡ଼ା ଘରେ ପ୍ରାୟ ତିନିମାସ ରଖି ବଳାତ୍କାର କରିଥିଲେ। ପିଡିତାଙ୍କ ବାପା ଟାଉନ୍ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ‌ମାମଲା ରୁଜ୍ଜୁ କରି ସଦର ଥାନାକୁ ସୂଚନା ଦେବା ପରେ  ସଦର ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। 

ଏହି ମାମଲାର ଶୁଣାଣୀ କରି ଫାଷ୍ଟ ଟ୍ରାକ ପୋକସୋ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ୧୭ ଜଣ ସାକ୍ଷୀଙ୍କ ବୟାନ ଓ ଡ଼ାକ୍ତରୀ ରିପୋର୍ଟ ଆଧାରରେ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ପିଡିତାଙ୍କୁ କ୍ଷତି ପୂରଣ ବାବଦକୁ ୬ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ସରକାରଙ୍କ ତରଫରୁ  ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.