ପ୍ରମୂଖ ଖବର
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଶୁଣିଲାନି ପ୍ରଶାସନ, ଅର୍ଥ ଓ ଶ୍ରମ ଦାନ କରି କାଦୁଅ ପଚ ପଚ ରାସ୍ତାର ମରାମତି କଲେ ୫୦ ଯୁବକ

Published By : Harapriya Sethi | August 9, 2025 1:17 PM

ଫିରିଙ୍ଗିଆ, ୦୯/୦୮: କାଦୁଅ ପଚ ପଚ ରାସ୍ତାରେ ଯାତାୟତରେ ବାଧାପ୍ରାପ୍ତ ହେଉଥିବାରୁ ଅର୍ଥ ଓ ଶ୍ରମ ଦାନ କରି ରାସ୍ତାର ମରାମତି କରିଛନ୍ତି ବାଟା ବାହାଲି ଗାଁର ମା' ବରାଳ ଦେବୀ ଯୁବ ପରିଷଦର ୫୦ ଜଣ ଯୁବକ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବା ଲାନ୍ଦା ପଡ଼ା ପଞ୍ଚାୟତ ବାଟା ବାହାଲି ଗାଁରେ ଥିବା ବିଦ୍ୟାଳୟ ନିକଟ ରାସ୍ତାରେ ଦୀର୍ଘ ବର୍ଷ ହେବ କୌଣସି ରାସ୍ତା ନିର୍ମାଣ କିମ୍ବା ମରାମତି ହୋଇନାହିଁ । ଯାହାଦ୍ୱାରା ବର୍ଷା ଦିନରେ ଖାଲ ଖମା ହୋଇ ପାଣି ଜମି ରହି କାଦୁଅ ପଚ ପଚ ହେଉଛି । ଫଳରେ ବିଦ୍ୟାଳୟକୁ ହେଉ କି ଗ୍ରାମବାସୀଙ୍କ ଯାତାୟତ ପାଇଁ ହେଉ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳ ବାସୀ । 

ପୂର୍ବରୁ ରାସ୍ତା ମରାମତି ଏବଂ ନିର୍ମାଣ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ପ୍ରଶାସନିକ ସ୍ତରରେ ବିଭିନ୍ନ ଜାଗାରେ ଦାବି କରିଥିଲେ ମଧ୍ୟ ତାହା ସମାଧାନ ହୋଇ ପାରିନାହିଁ । ତେଣୁ ନିଜ ଖର୍ଚ୍ଚରେ ଶ୍ରମ ଦାନ କରି ରାସ୍ତା ମରାମତି କରିବାକୁ ଅଣ୍ଟା ଭିଡ଼ିଥିଲା ବାଟା ବାହାଲି ଗ୍ରାମରେ ଥିବା ମା ବରାଳ ଯୁବ ପରିଷଦ ଯୁବକ ସଂଘ । ଏହି ଯୁବକ ସଂଘର ପ୍ରାୟ ୫୦ ଜଣ ସଦସ୍ୟ ରାସ୍ତା ମରାମତି ପାଇଁ ଆଲୋଚନା କରିବା ସହ ନିଜେ କିଛି ଅର୍ଥ ସଂଗ୍ରହ କରି ନିଜେ ଶ୍ରମ ଦାନ କରି ରାସ୍ତା ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଟ୍ରାକ୍ଟର ସାହାଯ୍ୟରେ ୪ ରୁ ୫ ଟ୍ରିପ ପଥର ସଂଗ୍ରହ କରି ରାସ୍ତାରେ ପକାଇବା ସହ ସମସ୍ତ ପଚାଶ ଜଣ ସଦସ୍ୟ କାମରେ ଲାଗିଛନ୍ତି । କିଛି ଯୁବକ ପଥର ସଂଗ୍ରହ କରୁଥିବା ବେଳେ କିଛି ଯୁବକ ରାସ୍ତା ଉପରେ କାମ କରୁଥିବା ଦେଖିବାକୁ ମିଳିଛି । ପଥର ପକାଇବା ପରେ ବାହାରୁ ମୋରମ ଆଣି ରାସ୍ତାରେ ପକାଇ ରାସ୍ତା ମରାମତି କରାଯିବ ବୋଲି କହିଛନ୍ତି ମା ବରାଳ ଯୁବ ପରିଷଦର ସଦସ୍ୟମାନେ । ବାରମ୍ବାର ଅଭିଯୋଗ ପରେ କେହି ପ୍ରଶାସନିକ ଅଧିକାରୀ ନ ଶୁଣିବାରୁ ବାଧ୍ୟ ହୋଇ ନିଜ ଖର୍ଚ୍ଚରେ ଏହି ରାସ୍ତା ମରାମତି ନ କଲେ ବିଦ୍ୟାଳୟକୁ ଛୋଟ ଛୋଟ ଛାତ୍ରଛାତ୍ରୀଙ୍କ ସହ ଅଞ୍ଚଳ ବାସୀ ଯିବା ଆସିବା ଅସୁବିଧା ହେଉଛନ୍ତି ବୋଲି କହିଛନ୍ତି ଯୁବକମାନେ । ଅନ୍ୟପଟେ ଏହି କାମକୁ ନେଇ ଅଞ୍ଚଳରେ ଯୁବକମାନଙ୍କୁ ପ୍ରଶଂସା କରାଯାଉଥିବା ବେଳେ ତୁରନ୍ତ ସରକାରଙ୍କ ତରଫରୁ ରାସ୍ତା ନିର୍ମାଣ ପାଇଁ ଅନୁଦାନ ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.