ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

Odisha Budget 2025-26 : ‘ସୁଭଦ୍ରା’ ଯୋଜନା ପାଇଁ ୧୦, ୧୪୫ କୋଟିର ବ୍ୟୟ ବରାଦ

Published By : Prameya | February 17, 2025 7:44 PM

ଭୁବନେଶ୍ୱର : ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଆର୍ଥିକ ବର୍ଷ  ୨୦୨୫-୨୬ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଆଗତ କରିଛନ୍ତି।  ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍।

୨୦୨୫-୨୬ ଆର୍ଥିକ ବର୍ଷରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନାରେ ୧୦ ହଜାର ୧୪୫ କୋଟି ଓ ସୁଭଦ୍ରା ସୁରକ୍ଷା ଅଧୀନରେ ୧୫୩ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟ୍‌ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ସରକାର ସବୁବେଳେ ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ମହିଳା ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରାଇଛନ୍ତି । ଏହା ଓଡ଼ିଶା ଇତିହାସର ସବୁଠାରୁ ବଡ ଯୋଜନା ।  

Odisha Budget 2025-26 : ବଜେଟରେ 'କନ୍ୟା ବିବାହ ଯୋଜନା' ଆଣିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଆମେ ସମସ୍ତ ଯୋଗ୍ୟ ମହିଳାଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ଦେବୁ । ପ୍ରଥମ ଥର ପାଇଁ ୧କୋଟି ୭ଲକ୍ଷରୁ ଅଧିକ ମହିଳା ନିଜ ନାମରେ ଏକ ଯୋଜନା ଆବେଦନ ପାଇଁ ଘରୁ ବାହାରକୁ ଯାଉଛନ୍ତି । ଏବେ ସୁଦ୍ଧା ସୁଭଦ୍ରାର ପ୍ରଥମ କିସ୍ତି ୯୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୪ ହଜାର ୯ଶହ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି । ଏହା ଡିଜିଟାଲ ଓ ଆର୍ଥିକ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆଣିଛି । ସେହିପରି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି ,ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୫୨୬ କୋଟି, ଓଡ଼ିଶା ପୁଷ୍ଟି ମିଶନ ପାଇଁ ଶହେ କୋଟି, ପୋଷଣ ଅଭିଯାନ ପାଇଁ ୨୮୪ କୋଟି , ମମତା ଯୋଜନା ପାଇଁ ୨୮୪କୋଟି  ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ୨୦୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । 

ଏହାସହ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ଗରିବ ପରିବାରର ଝିଅଙ୍କ ବିବାହ କରିବେ ରାଜ୍ୟ ସରକାର। ଏଥିପାଇଁ  ରାଜ୍ୟ ବଜେଟରେ ୧୨ କୋଟିର ବ୍ୟୟ ବରାଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ( ସୋମବାର) ରାଜ୍ୟ ବଜେଟ୍‌ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ଅନ୍ୟାନ୍ୟ ଯୋଜନାର ଘୋଷଣା ବେଳେ ଏହି ‘ କନ୍ୟା ବିବାହ ଯୋଜନା’ ଆରମ୍ଭ କରିବା ନେଇ ବ୍ୟୟ ବରାଦ କରିଛନ୍ତି। ଏହି ନୂଆ ଯୋଜନାରେ ରାଜ୍ୟର ଗରିବ ଶ୍ରେଣୀୟ ଝିଅମାନେ ଉପକୃତ ହେବେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.